ଆଇପିଏଲ ୨୦୨୧ ଐତିହାସିକ ହେବାକୁ ଯାଉଅଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ କୋଭିଡ-୧୯ର କାରଣରୁ ଗତ ଆଇପିଏଲ ୟୁଏଇରେ ସ୍ଥାନାନ୍ତରିତ କରିଥିଲେ। କୋରନା ସତ୍ତ୍ୱେ ଏବେ ଏହି ଟୁର୍ଣ୍ଣାମେଣ୍ଟ ପୁଣିଥରେ ଭାରତରେ ଫେରୁ ଅଛି। ଏହି ବର୍ଷ ଦିଗଜ ସଚିନ ତେନ୍ଦୁଲକରଙ୍କର ପୁଅ ଅର୍ଜୁନ ତେନ୍ଦୁଲକର ବି ଆଇପିଏଲରେ ଡେବ୍ୟୁ କରିବେ। ପୂର୍ବ ଭାରତୀୟ ଦୃତ ବୋଲର ଏସ ଶ୍ରୀସାନ୍ତ ବି ୮ ବର୍ଷ ପରେ ଏହି ଲିଗରେ ଫେରସ୍ତ କରିବେ। ଶ୍ରୀସାନ୍ତ ଭାରତୀୟ କ୍ରିକେଟରେ ପୂର୍ବରୁ ଫେରି ସାରିଛନ୍ତି। କିଛି ଡେବ୍ୟୁର ସହିତ ଏହି ଆଇପିଏଲ ପରେ କିଛି ଖେଳାଳି ରିଟାୟାର ବି ହୋଇପାରନ୍ତି। ଆସନ୍ତୁ ଜାଣିବା, ଏପରି କେଉଁ ଖେଳାଳୀ ଅଛନ୍ତି ଯିଏକି ଏହି ଆଇପିଏଲ ପରେ ରିଟାୟାର ହୋଇପାରନ୍ତି।

ମହେନ୍ଦ୍ର ସିଂହ ଧୋନୀ: ଆଇପିଏଲ ଇତିହାସର ସବୁଠାରୁ ଅଧିକ ରୋଜଗାର କରୁଥିବା ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲ ୨୦୨୧ରେ ଖେଳିବାର ପୃଷ୍ଟି ପ୍ରଥମରୁ କରିଦେଇଥିଲେ,କିନ୍ତୁ ଏହା ପରେ ସେ ଖେଳିବା ଜାରି ରଖିବେ କି ନାହିଁ,ଏହା ଠିକ ହୋଇନାହିଁ।ଆଗତ ବର୍ଷ ମେଗା ଆକ୍ସନରେ ଫ୍ରାନଚାଇଜ ଭବିଷ୍ୟକୁ ଆଗରେ ରଖି ନୂଆ ଦଳ କରିବାକୁ ଚାହିଁବେ।ଏମିତିରେ ଧୋନୀ ଚେନ୍ନାଇ ସୁପର କିଙ୍ଗସର ଭବିଷ୍ୟର ଭାଗିଦାର ହୋଇ ପାରିବେ ନାହିଁ। ଧୋନୀ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ଅଗଷ୍ଟ ୨୦୨୦ରୁ ରିଟାୟାର ହୋଇସାରିଛନ୍ତି। ସ୍ୱଭାବିକ କଥା କି ଧୋନୀ ସିଏସକେ ସହ ମେଣ୍ଟର ହିସାବରେ ରହିପାରନ୍ତି।
ହରଭଜନ ସିଂହ: ଯଦି ହରଭଜନ ଆଇପିଏଲ ୨୦୨୧ରେ ଖେଳୁଛନ୍ତି ତେବେ ସେ ଆଗତ ବର୍ଷ ନିଲାମୀର ନିଜ ନାମ ଫେରେଇ ନେଇପାରନ୍ତି। ଏହି ବୟସରେ ସେ ବି ଚେନ୍ନାଇ ସୁପର କିଙ୍ଗସର ଭବିଷ୍ୟର ଭାଗିଦାର ହୋଇ ପାରିବେ ନାହିଁ। ଏହା ବି ଜଣା ଅଛି ଯେ ହରଭଜନ ଘରୋଇ କ୍ରିକେଟର ମଧ୍ୟ ଭାଗିଦାର ନାହାଁନ୍ତି। ଗତ ଦୁଇ ବର୍ଷରୁ ସେ ସମ୍ପୂର୍ଣ୍ଣ ଭାବରେ ଭସ୍ୟକାରର ଭୂମିକା ନିଭେଇ ଆସୁଛନ୍ତି।ସମ୍ଭାବନା ଏହା ମଧ୍ୟ ଅଟେ କି ଆଇପିଏଲ ୨୦୨୧ରେ ତାଙ୍କ ପାଇଁ କେହି ବୋଲି ନ ଲଗାନ୍ତୁ।

କ୍ରିସ୍ ଗେଲ: ନିଦ୍ଵନ୍ଦରେ କ୍ରିସ୍ ଗେଲ କିଙ୍ଗସ ଏକାଦଶ ପଞ୍ଜାଵ ପାଇଁ ରନ କରୁଛନ୍ତି,କିନ୍ତୁ ବୟସ ଗେଲଙ୍କୁ ଆଗକୁ ଯିବାରେ ରୋକୁ ଅଛି। ସମ୍ଭବତଃ ଆଗତ ବର୍ଷ ଫ୍ରାନଚାଇଜ ତାଙ୍କୁ ସାଙ୍ଗରେ ରଖିବାକୁ ଚାହିଁବ ନାହିଁ। ଆଗତ ବର୍ଷରେ ମେଗା ଆକ୍ସନରେ ଫ୍ରାନଚାଇଜ ଆଗତ ତିନି ବର୍ଷର ଦଳ କରିବାକୁ ଚାହିଁବେ।୪୨ ବର୍ଷ ବୟସରେ ଗେଲଙ୍କର କୌଣସି ବି ଦଳର ଭାଗିଦାର ହେବାରେ ସନ୍ଦେହ ହେଉଅଛି। ୨୦୧୮ରେ ଗେଲଙ୍କର ନାମ ଯେବେ ତୃତୀୟ ଥର ନିଲାମୀରେ ଆସିଥିଲା ସେତେବେଳେ ପଞ୍ଜାଵ ତାଙ୍କୁ କିଣିଥିଲା।

ଅମ୍ବାତି ରାୟୁଡୁ: ପୂର୍ବ ଭାରତୀୟ ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟୁଡୁ ଗତ ବର୍ଷ ନିଜ କ୍ୟାରିୟରକୁ କିଛି ଫଇସଲା କରିବେ। ୨୦୧୯ରେ ରାୟୁଡୁ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। ଫ୍ରାନଚାଇଜ ଆଇପିଏଲ ୨୦୨୨ ପାଇଁ ନୂଆ ଦଳ ବନେଇବାକୁ ଚାହୁଁଛନ୍ତି। ଏମିତିରେ ରାୟୁଡୁ ଏହି ଆଶା କରିପାରିବେ ନାହିଁ କି ସେ ଭବିଷ୍ୟରେ ଦଳର ଅଂଶୀଦାର ହୋଇକି ରହିଥିବେ। ସେ ବି ଆଇପିଏଲ ୨୦୨୧ ପରେ ରିଟାୟାର ହୋଇପାରନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।