ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ଧୁଳି ଚଟେଇଛି ଏବେ ବାରି ଇଂଲଣ୍ଡର। ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରି ଟିକିଆ ଟେଷ୍ଟ ମ୍ୟାଚ ସିରିଜ ୫ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି। ଚେନ୍ନାଇର ଚେପକ ଷ୍ଟାଡିୟମରେ ପୁଣି ଥରେ ଟେଷ୍ଟର ମଜା ମିଳିବ।

ଭାରତୀୟ ଦଳ ଝୁରିବ ଜାଡେଜାଙ୍କୁ: ପୂର୍ଵ ଥର ଯେବେ ଡିସେମ୍ବର ୨୦୧୬ ରେ ଇଂଲଣ୍ଡ ଭାରତ ଆସିଥିଲା ସେତେବେଳେ ରବୀନ୍ଦ୍ର ଜାଡେଜା ଓ ଆର ଅଶ୍ୱିନ ମିଶି ଇଂଲଣ୍ଡର ୯୩ ୱିକେଟ ମଧ୍ୟରୁ ୫୪ ଟି ୱିକେଟ ଅକ୍ତିଆର କରିଥିଲେ ଓ ୫ ଟିକିଆ ଟେଷ୍ଟ ସିରିଜକୁ ୪-୦ ରେ ଜିତିଥିଲେ।
ଆଙ୍ଗୁଟିରେ ଫ୍ୟାକ୍ଚର କାରଣରୁ ଜାଡେଜା ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ମ୍ୟାଚ ଖେଳିବେ ନାହିଁ। ୱାସିଂଟନ ସୁନ୍ଦର,କୂଳଦୀପ ଯାଦବ,ଅକ୍ଷର ପଟେଲଙ୍କ ମଧ୍ୟରୁ ଜଣେ ଆଶ୍ୱିନଙ୍କ ସାଥି ଭାବେ ଖେଳିବେ।
ଲେଫ୍ଟ ଆର୍ମ ସ୍ପିନର ଜାଡେଜା ଏ ପର୍ଯ୍ୟନ୍ତ ନିଜର ୨୨୦ ୱିକେଟ ମଧ୍ୟରୁ ୧୫୭ଟି ୱିକେଟ ଇଣ୍ଡିଆରେ ନିଜ ନାମରେ ନାମିତ କରାଇଛନ୍ତି। ସେ ଟେଷ୍ଟରେ ୯ ବା ତା ଠାରୁ ଅଧିକ ୫ ରୁ ଅଧିକ ୱିକେଟ ନେଇଛନ୍ତି। ଏଠି ମଧ୍ୟରୁ ଇଣ୍ଡିଆରେ ସେ ୭ ଥର ଏହି ଉପଲବ୍ଧି ହାସିଲ କରିଛନ୍ତି । ସୋରାଷ୍ଟ୍ରରେ ଜାଡେଜାଙ୍କ ପାଖରେ ଗତି ଓ ବିବିଧତା ଅଛି ଯାହାକି ଭାରତ ପିଚରେ ତାଙ୍କୁ ସଫଳ କରେ। ଯେଉଁଠି ପ୍ରଥମ ଦିନରେ ମଧ୍ୟ ଟର୍ଣ ମିଳିଯାଏ।
ହେଲେ ପ୍ରଥମ ଦୁଇ ଟେଷ୍ଟରେ ଭାରତ ଜାଡେଜାଙ୍କ ବିନା ନିଜର ରିଜର୍ଭ ସ୍ପିନର ସହ ଖେଳିବ। ଯାହାଙ୍କୁ କମ ଟେଷ୍ଟ ଖେଳିବାର ଅନୁଭବ ଅଛି।

ଏହି ଖେଳାଳିଙ୍କୁ ମିଳିପାରେ ମୌକା: ଭାରତ ୫ ଫେବୃଆରୀ ଠାରୁ ଚେନ୍ନାଇର ଏମ୍ ଏ ଚିତାମ୍ବରମ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଦୁଇ ଟେଷ୍ଟରେ ୱାସିଂଟନ ସୁନ୍ଦର(୧ ଟେଷ୍ଟ),ଅକ୍ଷର ପଟେଲ(୦),କୂଳଦୀପ ଯାଦବ(୬ ଟେଷ୍ଟ)ସହ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ବାଛିଛି।
ଏହି କଥାର ଅଧିକ ସମ୍ଭାବନା ରହିଛି କି ଭାରତ ୫ ମୁଖ୍ୟ ବୋଲରଙ୍କ ସହ ମ୍ୟାଚ ଖେଳିବ। ଏଥିରେ ୱାସିଂଟନ ସୁନ୍ଦରଙ୍କ ସହ ଦୁଇ ସ୍ପିନର ଓ ୨ ଦ୍ରୁତ ବୋଲର ଖେଲିବେ।ଅଷ୍ଟ୍ରେଲିଆ ସିରିଜର ବ୍ରିସବେନଠାରେ ପଦାର୍ପଣ କରିଥିବା ସୁନ୍ଦର ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିପାରିବେ।
କୂଳଦୀପଙ୍କ ଫେରିବା ନେଇ ପ୍ରଶ୍ନ: ଟିମ ପ୍ରବନ୍ଧନ ଏହା ମଧ୍ୟ ସଙ୍କେତ ଦେଇଛନ୍ତି କି ଘରୋଇ ଗ୍ରାଉଣ୍ଡରେ କୂଳଦୀପ ଯାଦବ ଖେଳିପାରନ୍ତି। ଅସ୍ଥାୟୀ ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ବୋଲିଂ କୋଚ୍ ଭରତ ଅରୁଣ ପ୍ରଥମରୁ କହିଛନ୍ତି କି ରିଷ୍ଟ ସ୍ପିନର ନେଟରେ ବହୁତ ଅଭ୍ୟାସ କରିଛନ୍ତି। ହେଲେ ତାଙ୍କୁ ଅଷ୍ଟ୍ରେଲିଆରେ ଖେଳିବାର ମୌକା ମିଳି ନ ଥିଲା।

ଚାଇନାମ୍ୟାନ କୂଳଦୀପ ଯାଦବ ଦୁଇ ବର୍ଷରୁ ଅଧିକ ସମୟ ହେବ କୌଣସି ଟେଷ୍ଟ ମ୍ୟାଚ ଖେଳି ନାହାନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ସେ ସିଡ୍ନୀରେ ଅଷ୍ଟ୍ରେଲିଆ ଏ ବିରୁଦ୍ଧରେ ଖେଲିଥିଲେ। ଯେଉଁଥିରେ ୧୬ ଓଭରରେ କୌଣସି ୱିକେଟ ତାଙ୍କୁ ମିଳିନଥିଲା।
ଏମିତିରେ ଚେନ୍ନାଇରେ କୂଳଦୀପ ଯାଦବଙ୍କ ସ୍ଥାନରେ ସୁନ୍ଦର ଓ ଅଶ୍ୱିନଙ୍କୁ ମୌକା ମିଳିପାରେ କାହିଁକିନା ଚେନ୍ନାଇ ସୁନ୍ଦର ଓ ଅଶ୍ୱିନଙ୍କ ଘରୋଇ ଗ୍ରାଉଣ୍ଡ ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।