ସୈଦ ମୁସ୍ତାକ ଅଲ୍ଲୀ ଟି ୨୦ ଟ୍ରଫିରେ ବୁଧବାରକୁ ମେଘାଳୟର ଅଧିନାୟକ ପୁନିତ ବିଷ୍ଟ ନିଜର ଚମକ ଦେଖେଇଲେ। ମିଜୋରାମ ବିରୁଦ୍ଧରେ ଏହି ଖେଳାଳି ୫୬ ବଲରେ ୧୪୬ ରନ କରି ନିଜ ଟିମକୁ ଜିତେଇଦେଲେ। ଏହି ପାଳିରେ ସେ ୨୩ ବଲରେ ୧୨୬ ହିଁ କରିଦେଇଥିଲେ। ସେ ୬ ଟି ଚୋୖକା ଓ ୧୭ ଛକା ମାରିଥିଲେ। ଏହା ସହ ସେ ୱାଲର୍ଡ଼ ରେକର୍ଡ଼ ମଧ୍ୟ କରିଦେଲେ। ବିଷ୍ଟ ଟି ୨୦ ରେ ୪ ନଂ ବ୍ୟାଟ୍ସମ୍ୟାନ ଭାବରେ ସବୁଠାରୁ ଅଧିକ ରନ କରିବାରେ ସଫଳ ହେଲେ।

ବିଷ୍ଟଙ୍କ ଏହି ଧୂଆଁଧାର ପାଳି ପାଇଁ ମେଘାଲୟ ୨୦ ଓଭରରେ ୬ ୱିକେଟ ହରାଇ ୨୩୦ ରନ କଲେ। ଜବାବରେ ମିଜରାମ ଟିମ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୧୦୦ ରନ ହିଁ କରିପାରିଲେ। ମେଘାଳୟ ୧୩୦ ରନରେ ମ୍ୟାଚ ନିଜ ନାମରେ କଲେ। ବିଷ୍ଟ ତାଙ୍କ ବ୍ୟାଟିଂରେ ଅନେକ ରେକର୍ଡ଼ ଭାଙ୍ଗିଛନ୍ତି।
ବିଷ୍ଟ ୪ନଂରେ ବ୍ୟାଟିଂ କରି ଅଧିକ ରନ କରିବା ବ୍ୟାଟ୍ସମ୍ୟାନ ହୋଇଛନ୍ତି। ସେ ଶ୍ରୀଲଙ୍କାର ଦଶୁଣ ସନାକାଙ୍କ ରେକର୍ଡ଼ ଭାଙ୍ଗିଛନ୍ତି। ଶନାକା ୨୦୧୬ରେ ସିଂହଳି କ୍ଲବ ତରଫରୁ ଖେଳି ୪ ନଂ ବ୍ୟାଟ୍ସମ୍ୟାନ ହିସାବରେ ୧୩୧ ରନ କରିଥିଲେ।
କେବଳ ଏତିକି ନୁହେଁ,ୱିକେଟକିପର ବ୍ୟାଟ୍ସମ୍ୟାନ ହିସାବରେ ବିଷ୍ଟଙ୍କ ଟି ୨୦ରେ ଏହା ସବୁଠାରୁ ଅଧିକ ରନ ଅଟେ। କେ ଏଲ ରାହୁଲଙ୍କୁ ମଧ୍ୟ ସେ ପଛରେ ଛାଡ଼ିଦେଇଛନ୍ତି। ରାହୁଲ ପୂର୍ବ ବର୍ଷ କିଙ୍ଗସ ଏକାଦଶ ତରଫରୁ ୧୩୧ ରନ ବନେଇଥିଲେ।

ବିଷ୍ଟ ନିଜ ପାଳିରେ ୧୭ ଛକା ଲଗେଇ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ସମାନରେ ପହଞ୍ଚିଛନ୍ତି। ବିଷ୍ଟ ଟି ୨୦ ରେ ଅଧିକ ଛକା ମାରିବାରେ କ୍ରିସ ଗେଲଙ୍କ ସହ ସଂଯୁକ୍ତ ହୋଇ ଦ୍ବିତୀୟ ନମ୍ବରରେ ପହଁଚି ଯାଇଛନ୍ତି। ଗେଲ ୨୦୧୩ ରେ ପୁଣେ ୱାରିୟାର୍ସ ବିରୁଦ୍ଧରେ ୧୭ ଛକା ଲଗେଇଥିଲେ।
ବିଷ୍ଟ ଗୋଟିଏ ପାରିରେ ସବୁଠୁ ଅଧିକ ଛକା ମାରିଥିବା ଭାରତୀୟ ବ୍ୟାଟ୍ସମାନ ବନିଲେ। ସେ ଶ୍ରେୟାସ ଅୟରଙ୍କର ରେକର୍ଡ ଭାଙ୍ଗିଲେ। ଅୟର ୨୦୧୯ ରେ ସିକିମ ବିରୁଦ୍ଧରେ ୧୫ଟି ଛକା ମାରି ୧୪୫ ରନ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।