୧୩ ବର୍ଷରୁ ଅପମାନ ସହୁଥିଲେ,୧୨ ହଜାର ଆନ୍ତର୍ଜାତୀୟ ରନ ବନେଇଥିବା ବ୍ୟାଟ୍ସମ୍ୟାନ ନେଲେ ଏହି ବଡ଼ ଷ୍ଟେପ। ସବୁ ଆଶ୍ଚର୍ଯ୍ୟ।

ଶେଷରେ ବଙ୍ଗଳାଦେଶର ୱିକେଟ କିପର ବ୍ୟାଟ୍ସମ୍ୟାନଙ୍କର ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା। ସେ ପୂର୍ବ ୧୩ ବର୍ଷରୁ ଅପମାନର ବରଦାସ୍ତ କରୁଥିଲେ ଆଉ ଶେଷରର ସେ ଆଇପିଏଲ ୨୦୨୧ ପାଇଁ ଅକ୍ସନରେ ନିଜର ନାମ ଆଉ ରେଜିଷ୍ଟ୍ରେସନ କରିନାହାନ୍ତି।

Google

ମୁସ୍ଫୀକୁର ରହିମ ଦୁନିଆର ସବୁଠୁ ମହଙ୍ଗା ଘରୋଇ ଲିଗ ଟୁର୍ଣ୍ଣାମେଣ୍ଟ ଅର୍ଥାର ଆଇପିଏଲର ଅକ୍ସନରେ ପ୍ରଥମ ବର୍ଷ ଠାରୁ ହିଁ ନିଜର ନାମ ରେଜିଷ୍ଟ୍ରେସନ କରୁଛନ୍ତି ମାତ୍ର ଆଇପିଏଲର କେଉଁ ବି ଫ୍ରାଂଚାଇଜି ତାଙ୍କୁ ଥରେ ବି କିଣି ନାହିଁ। ସେଥିପାଇଁ ସେ ଏହି ସଂସ୍କରଣରେ ଅକ୍ସନ ପାଇଁ ନିଜର ନାମ ରେଜିଷ୍ଟ୍ରେସନ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁସ୍ଫୀକୁର ରହିମଙ୍କର ଆକାଉଣ୍ଟ ହ୍ୟାଣ୍ଡେଲ କରୁଥିବା କମ୍ପାନୀ ଏନଆଇବିସିଓ ନ୍ୟୁ ଏଜ ସହ କଥା ବାର୍ତ୍ତା କରିବା ସମୟରେ ଏହା କହିଛନ୍ତି। ସେ କହିଲେ କି ମୁସ୍ଫୀକୁର ରହିମ ଏବର୍ଷ ଆଇପିଏଲ ଅକ୍ସନରେ ଭାଗ ନେବେ ନାହିଁ।

ଏନଆଇବିସିଓ ର ଏକ ପଦାଧିକାରୀ କହିଲେ କି ଆମେ ମୁସ୍ଫୀକୁର ରହିମଙ୍କ ତରଫରୁ ଆଇପିଏଲ ଅକ୍ସନ ପାଇଁ କିଛି ବି ରେଜିଷ୍ଟ୍ରେସାନ କରା ଯାଇନାହିଁ। ମୁସ୍ଫୀକୁର ରହିମ ୨୦୦୫ରେ ଲର୍ଡ୍ସରେ ଇଂଲଣ୍ଡ ବିପକ୍ଷରେ ନିଜର କ୍ୟାରିୟର ଆରମ୍ଭ କରିବାର ନଜର ଆସିଥିଲେ। ସେ ୨୦୦୬ରେ ହରାରେରେ ଜିମ୍ବାୱେ ବିପକ୍ଷରେ ଦିନିକିଆ ଆଉ ସେହି ବର୍ଷ ହିଁ ଜିମ୍ବାୱେ ବିପକ୍ଷରେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ନିଜର କ୍ୟାରିୟରର ଆରମ୍ଭ କରିଥିଲେ।

Google

ସେ ବଙ୍ଗଳାଦେଶର ଅଧିନାୟକ ବି ହେଇ ସାରିଛନ୍ତି। କ୍ରିକେଟର ତିନୋଟି ଫର୍ମାଟରେ ତାଙ୍କର ପ୍ରଦର୍ଶନ ବହୁତ ଉନ୍ନତ ମାନର ଅଟେ। ସେ ଏଯାଏ ୭୧ ଟେଷ୍ଟ ମ୍ୟାଚରେ ୪୪୬୯ ରନ , ୨୨୬ ଦିନିକିଆ ମ୍ୟାଚରେ ୬୨୬୬ ରନ ୮୬ ଟି-୨୦ ରେ ୧୨୮୨ ରନ ବନେଇ ସାରିଛନ୍ତି। ଏହା ଭିତରେ ତାଙ୍କର ୭ଟି ଟେଷ୍ଟ ଆଉ ୭ଟି ଦିନିକିଆ ଶତକ ବି ସାମିଲ ଅଛି। ଅର୍ଥାତ ତାଙ୍କ ନାମରେ ୧୨୦୧୭ ଆନ୍ତର୍ଜାତୀୟ ରନ ଆଉ ୧୪ଟି ଶତକ ସାମିଲ ଅଛି।

ଯଦି ଆଇପିଏଲ ନିଲାମୀ କଥା କହିବା ତ ଏଥର ୧୦୯୭ ଖେଳାଳି ନିଲାମୀ ପାଇଁ ନିଜର ନାମ ରେଜିଷ୍ଟ୍ରେସନ କରିଛନ୍ତି ଯାହା ଭିତରେ ୮୧୪ ଭାରତୀୟ ଆଉ ୨୮୩ ବିଦେଶୀ ଖେଳାଳି ନାମ ଦେଇଛନ୍ତି। ଏହା ଭିତରେ ଭାରତର ୨୧ ଜଣ ଖେଳାଳି ଅଛନ୍ତି ଯିଏ କି ଭାରତ ପାଇଁ ଆନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଛନ୍ତି। ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏହି ଖେଳାଳି ମାନଙ୍କ ଭିତରେ ସାମିଲ ନାହାନ୍ତି।

Google

ଆଉ ଯଦି ଆଇପିଏଲର ବେଶ ପ୍ରାଇସ କଥା କହିବା ତ ଏଥର ୧୧ ଜଣ ଖେଳାଳି ଅଛନ୍ତି ଯାହାଙ୍କର ବେଶ ପ୍ରାଇସ ୨ କୋଟି ଅଟେ। ସେମାନଙ୍କ ଭିତରେ ଗ୍ଲେନ ମ୍ୟାକ୍ସଓଏଲ, ଷ୍ଟିଭ ସ୍ମିଥ ଆଉ ଶାକିବ ଅଲ ହାସନଙ୍କ ଭଳି ସୁପରଷ୍ଟାର ଖେଳାଳି ସାମିଲ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *