ପୂର୍ବ ଆଇପିଏଲରେ ଧୋନିଙ୍କ ଠାରୁ ଅଧିକ ଦରମା ପାଇଥିବା ଖେଳାଳି,କୋହଲି ଅଛନ୍ତି ଏତିକି ତମ ସ୍ଥାନରେ।

ଆଇପିଏଲ ଆଜି ପର୍ଯ୍ୟନ୍ତ ୧୫୦କୋଟିରୁ ଅଧିକ କମେଇ ଥିବା ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ସର୍ବାଧିକ କମାଉଥିବା ସୂଚୀର ଶୀର୍ଷରେ ରହୁଥିଲେ।

Google

ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ ଧୋନିଙ୍କର ଆଇପିଏଲ ୨୦୨୦ର ରିଟେନ୍ସନ ଡେ ପୂର୍ବରୁ ୧୩୭କୋଟିରୁ ଅଧିକ କମାଇଥିଲେ କିନ୍ତୁ ଯେତେବେଳେ ତାଙ୍କର ଚୁକ୍ତିନାମା ବଢ଼ିଲା ସେତେବେଳେ ଭାରତର ଏହି ମହାନ ଖେଳାଳି ନିଜର ନାମ ରେକର୍ଡ ବହିରେ ଲେଖିଲେ। ଧୋନି ୨୦୦୮ରୁ ହିଁ ଚେନ୍ନାଇର କ୍ୟାପଟେନ ରହିଆସୁଛନ୍ତି। ତାଙ୍କର ଦରମା ଏବେ ୧୮ କୋଟି। ସେ ୨୦୧୮ରୁ ସେ ଏହା କମାଉଛନ୍ତି।ତେବେ ଆସନ୍ତୁ ଦେଖିବା ଯେଉଁମାନଙ୍କର ଦରମା ଧୋନିଙ୍କ ଠାରୁ ଅଧିକ।

ବିରାଟ କୋହଲି: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପଟେନ ବିରାଟ କୋହଲି ୨୦୧୮ରୁ ଧୋନିଙ୍କ ଠାରୁ ଅଧିକ ୨କୋଟି କମାଉଛନ୍ତି। ଆରସିବି ର ରିଟେନ କରିବାପାଇଁ ଥିବା ତାଲିକାରେ ସବୁଠାରୁ ଅଧିକ ପ୍ରାଥମିକତାରେ ଥିବା ଖେଳାଳି କୋହଲିଙ୍କର ଆୟ ୧୭କୋଟି। ଅର୍ଥାତ ଧୋନିଙ୍କ ଆୟ ଠାରୁ ୨କୋଟି ଅଧିକ ଅଟେ। କୋହଲି ପୁନର୍ବାର ଏହି ସଂସ୍କରଣରେ ସବୁଠାରୁ ଅଧିକ କମାଉଥିବା ଖେଳାଳି।

Google

ଯୁବରାଜ ସିଂହ: ଆଇପିଏଲରେ କେବଳ ଥରେ ନୁହେଁ ଅନେକ ଥର ଯୁବରାଜ ସିଂହ ସବୁଠାରୁ ଅଧିକରେ ବିକ୍ରି ହେଇଛନ୍ତି। ୨୦୧୫ରେ ଦିଲ୍ଲୀ କ୍ୟାପିଟାଲ ତାଙ୍କୁ ୧୬ କୋଟିରେ କ୍ରୟ କରିଥିଲା। ଏହା ପୂର୍ବରୁ ଆରସିବି ତାଙ୍କୁ ୧୪କୋଟିରେ କ୍ରୟ କରିଥିଲା। ୨୦୧୪-୧୭ମଧ୍ୟରେ ଧୋନି ୧୨.୫କୋଟି କମାଉଥିଲେ। ଲଗାତାର ଦୁଇଟି ସଂସ୍କରଣରେ ତାଙ୍କ ଇନକମ ୟୁଭିଙ୍କ ଠାରୁ କମ୍ ଥିଲା।

ବେନ୍ ଷ୍ଟୋକ୍ସ: ପ୍ରଥମ ଥର ଆଇପିଏଲ ନିଲାମୀରେ ସବୁଠାରୁ ମହଙ୍ଗା ଖେଳାଳି ହେଇ ବେନ୍ ଷ୍ଟୋକ୍ସ ଇତିହାସ ରଚିଥିଲେ। ରାଇଜିଙ୍ଗ ପୁନେ ସୁପର୍ ଜିଆଣ୍ଟ ତାଙ୍କୁ ୧୪.୫ କୋଟିରେ କିଣିଥିଲା। ଏହା ଫଳରେରେ ସେ ଧୋନିଙ୍କୁ ପଛରେ ପକାଇଦେଇଥିଲେ। ଆରପିଏସ୍ ର କ୍ୟାପଟେନଙ୍କର୍ ଦରମା ୧୨.୫କୋଟି ଥିଲା। ଧୋନି ୨୦୧୭ରେ ଆରପିଏସ୍ ର କ୍ୟାପଟେନ ନଥିଲେ। ଷ୍ଟୋକ୍ସ ସ୍ମିଥଙ୍କ କ୍ୟାପ୍ଟେନ୍ସିରେ ଖେଳୁଥିଲେ।

Google

ପ୍ୟାଟ କମିନସ: ବିଦେଶୀ ଖେଳାଳୀ ଭାବେ ପ୍ୟାଟ କମିନସ ସବୁଠାରୁ ମହଙ୍ଗା ଖେଳାଳୀ ରହିଛନ୍ତି। ୨୦୨୦ ନିଲାମୀରେ କୋଲକତା ତାଙ୍କୁ ୧୫.୫କୋଟିରେ କିଣିଥିଲା। ଧୋନି ଏବଂ ରୋହିତଙ୍କ ଠାରୁ ୫୦ଲକ୍ଷ ଅଧିକରେ ତାଙ୍କୁ କିଣା ଯାଇଥିଲା।

କେଭିନ ପିଟରସନ ଏବଂ ଏଣ୍ଡ୍ରୟୁ ଫ୍ଲିପଟଫ: ୨୦୦୯ ନିଲାମୀରେ କେଭିନ ପିଟର୍ସନ୍ ଏବଂ ଏଣ୍ଡ୍ରୟୁ ଫ୍ଲିପଟଫ ୧.୫୫ଆମେରିକୀୟ ମୁଦ୍ରାରେ କିଣାଯାଇଥିଲେ। ଏହାର ୧ବର୍ଷ ପୂର୍ବରୁ ଧୋନିଙ୍କୁ ୧.୫୫ମିଲିଅନରେ କିଣା ଯାଇଥିଲା।ଫ୍ଲିପଟଫ ୨୦୦୯ରେ ଧୋନିଙ୍କ ନେତୃତ୍ୱରେ ଖେଳୁଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.