ଟି-୨୦ କ୍ରିକେଟରେ ନମ୍ବର ୧ ହେଲେ ଏହି ଭାରତୀୟ ଖେଳାଳି, ଦେଖନ୍ତୁ ଟପ-୧୦ ଲିଷ୍ଟ ।

ୟିଅର୍ ଅଣ୍ଡର୍୨୦୨୦: ଏହି ବର୍ଷ ଟି-ଟ୍ୱେଣ୍ଟି କ୍ରିକେଟରେ ଭାରତୀୟ ବ୍ୟାଟ୍ସମାନ କେ.ଏଲ୍ ରାହୁଲଙ୍କର ଦବଦବା ରହିଲା। ସେ ୨୦୨୦ ରେ ସବୁଠାରୁ ଅଧିକ ରନ କରିଛନ୍ତି।ଏହିଠାରେ ପଢ଼ନ୍ତୁ ଟପ ୧୦ ଖେଳାଳିଙ୍କର ତାଲିକା।

Google

୨୦୨୦ ସରିବାକୁ ବସିଲାଣି। ଏହି ବର୍ଷ କରୋନା ଭାଇରସ୍ ମହାମାରୀ କାରଣରୁ କ୍ରିକେଟ ଜଗତ ପାଇଁ ସୁଖଦ ରହିଲା ନାହିଁ। କୋଭିଡ-୧୯ କାରଣରୁ ସବୁ ଟିମ୍ କ୍ରିକେଟ ପଡ଼ିଆରୁ ଦୂରରେ ରହିଲେ। ବର୍ଷଅଧା ବେଳକୁ ଜୁଲାଇ ମାସରେ ଜୈବ ବଳୟ ମଧ୍ୟରେ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟେଷ୍ଟ ସିରିଜ ଦ୍ୱାରା କ୍ରିକେଟ୍ ପୁଣିଥରେ ଆସିଲା। ଯଦି ଟି ୨୦ କଥା କହିବା ତେବେ ଏହି ବର୍ଷ ୟୁଏଇରେ ଆଇପିଏଲଖେଳାଗଲା। ଏହି ବର୍ଷ ଟି ଟ୍ୱେଣ୍ଟି ଇଣ୍ଟରନେସ୍ନାଲ କ୍ରିକେଟ ଏବଂ ଆଇପିଏଲରେ ଭାରତୀୟ ବ୍ୟାଟ୍ସମାନ କେ ଏଲ ରାହୁଲ ଛାଇଗଲେ। ପଢ଼ନ୍ତୁ ଏହି ବର୍ଷ ଟି ଟ୍ୱେଣ୍ଟି ଇଣ୍ଟରନେସ୍ନାଲରେ ସବୁଠାରୁ ଅଧିକ ରନ କରିଥିବା ଖେଳାଳି ବିଷୟରେ।

କେ ଏଲ ରାହୁଲ: (ରନ୍-୪୦୪,ପାରି-୧୦,ଆଭରେଜ-୪୪.୮୮)
ଭାରତୀୟ ଟିମର ଉପଅଧିନାୟକ କେ ଏଲ ରାହୁଲ ଏହି ବର୍ଷ କ୍ରିକେଟର ଏହି ଛୋଟ ଫର୍ମାଟରେ ସବୁଠାରୁ ସଫଳ ବ୍ୟାଟ୍ସମାନ ରହିଛନ୍ତି। ଟି ଟ୍ୱେଣ୍ଟି ଇଣ୍ଟରନେସ୍ନାଲରେ ରାହୁଲ ୪ ଟି ଅର୍ଦ୍ଧଶତକ ସହ ୪୦୪ ରନ କରିଛନ୍ତି। ଆଇପିଏଲରେ ମଧ୍ୟ ସେ ସବୁଠାରୁ ଉନ୍ନତ ପ୍ରଦର୍ଶନ କରି ୬୦୪ ରନ କରିପାରିଛନ୍ତି।

ଡେଭିଡମଲାନ: (ରନ୍-୩୯୭,ପାରି-୧୦,ଆଭରେଜ୍-୪୯.୬୨)
ଇଂଲଣ୍ଡର ଏହି ୩୩ ବର୍ଷୀୟ ଡେଭିଡ ମଲାନ ଯଦିଓ ଯୁବ କ୍ରିକେଟର୍ ନୁହଁନ୍ତି କିନ୍ତୁ ସେ ବିପକ୍ଷ ଟିମ ର ଅଵସ୍ଥା ଖରାପ କରିଦେଇଥିଲେ। ସେ ପାକିସ୍ତାନ,ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଉନ୍ନତ ପ୍ରଦର୍ଶନ କରିଥିଲେ। ସେ ଏହି ବର୍ଷ ୪ ଟି ଅର୍ଦ୍ଧଶତକ ଦ୍ଵାରା ୫୦ ରନ୍ ଆଭରେଜରେ ୩୯୭ ରନ୍ ସଂଗ୍ରହ କରିଥିଲେ।

Google

ମହମ୍ମଦ ହାପିଜ: (ରନ୍-୩୭୪,ପାରି-୭,ଆଭରେଜ-୯୩.୫)
ପାକିସ୍ତାନ ଟିମ ଯଦିଓ ଭଲ ପ୍ରଦର୍ଶନ କରିପାରିନାହିଁ କିନ୍ତୁ ମହମ୍ମଦ ହାପିଜ ନିଜ ଖେଳରେ ସୁଧାର ଆଣିଛନ୍ତି। ୪୦ ବର୍ଷୀୟ ହାପିଜ ଏହି ବର୍ଷ ଭଲ ପ୍ରଦର୍ଶନ କରିଛନ୍ତି।ନିୟୁଜିଲ୍ୟାଣ୍ଡ ବିପକ୍ଷରେ ତାଙ୍କର ୯୯ ରନ ର ଏକ ପାରି ରହିଛି।ଏହି ବର୍ଷ ଟପ-୧୦ ଖେଳାଳିଙ୍କ ମଧ୍ୟରେ ତାଙ୍କର ଆଭରେଜ ସବୁଠାରୁ ଅଧିକ ରହିଛି। ଏହି କ୍ୟାଲେଣ୍ଡର ବର୍ଷରେ ୩୭୪ ରନ କରି ସେ ତୃତୀୟ ସ୍ଥାନ ହାସଲ କରିଛନ୍ତି।

କାମରାନ ଖାନ: (ରନ-୩୩୫,ପାରି-୭,ଆଭରେଜ-୪୭.୮୫)
କତାର୍ ର ୩୨ ବର୍ଷୀୟ ଖେଳାଳି ଯଦିଓ ଭଲ ଟିମ୍ ଗୁଡିକ ବିପକ୍ଷରେ ଖେଳିନାହାନ୍ତି କିନ୍ତୁ ତାଙ୍କର ପ୍ରଦର୍ଶନ ଉନ୍ନତ ରହିଛି। ଡାହାଣ ହାତରେ ଖେଳୁଥିବା ଏହି ବ୍ୟାଟ୍ସମାନ କରୋନା ମହାମାରୀ ପୂର୍ବରୁ ଫେବ୍ରୁଆରୀ ମାସରେ ଲଗାତାର ୪୬,୫୮,୮୮,୨୩,୮୬,୪୩ ରନ କରିଥିଲେ।

ଜନି ବେୟାରଷ୍ଟୋ: (ରନ-୩୨୯,ପାରି-୧୧,ଆଭରେଜ-୩୬.୨୨)
ଜନି ବେୟାରଷ୍ଟୋ ଇଂଲଣ୍ଡର ସର୍ବଶ୍ରେଷ୍ଠ ଟି ଟ୍ୱେଣ୍ଟି ଖେଳାଳି ମାନଙ୍କ ମଧ୍ୟରୁ ଜଣେ। ୩୧ ବର୍ଷୀୟ ଏହି ଖେଳାଳି ୧୧ଟି ପାରିରେ ୩୨୯ ରନ୍ କରିଛନ୍ତି। ଏହା ବ୍ୟତୀତ ବେୟାରଷ୍ଟୋ ଆଇପିଏଲ ରେ ମଧ୍ୟ ସଫଳ ବ୍ୟାଟ୍ସମାନଙ୍କ ମଧ୍ୟରେ ସାମିଲ ହେଇପାରିଛନ୍ତି । ସନରାଇଜରସ ହାଇଦ୍ରାବାଦର ଓପନର୍ ଖେଳାଳି ଡେଭିଡ ୱାରନରଙ୍କ ସହ ଉନ୍ନତଯୋଡି କରିଥିଲେ।

ଟିମ୍ ସିଫର୍ଟ: (ରନ-୩୧୭,ପାରି-୯,ଆଭରେଜ-୫୨.୮୩)
ନିୟୁଜିଲ୍ୟାଣ୍ଡର ସିଫର୍ଟ ଭାରତ ବିପକ୍ଷରେ ୨୦୧୯ ରେ ଡେବ୍ୟୁ କରିଥିଲେ। ଏବେ ସେ ଟି ଟ୍ୱେଣ୍ଟିରେ ନିୟୁଜିଲ୍ୟାଣ୍ଡଟିମ୍ ର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ। ସେ ୯ ଟି ପାରିରେ ପାଖାପାଖି ୫୩ ରନର ଆଭରେଜ ସାହାଯ୍ୟରେ ୩୧୭ ରନ କରିଥିଲେ। ପାକିସ୍ତାନ ବିପକ୍ଷରେ ଦୁଇଟି ଅର୍ଦ୍ଧ ଶତକ ମଧ୍ୟ କରିଛନ୍ତି।

Google

ବିରାଟ କୋହଲି: (ରନ-୨୯୫,ପାରି-୯,ଆଭରେଜ-୩୬.୮୭)
ଭାରତର ସର୍ବଶ୍ରେଷ୍ଠ ବ୍ୟାଟ୍ସମାନ ବିରାଟ କୋହଲି ମଧ୍ୟ ଲକଡାଉନ ଯୋଗୁଁ କିଛି ପରିମାଣରେ ପ୍ରଭାବିତ ଥିଲେ।ଆଇପିଏଲ ଆରମ୍ଭରେ ତାଙ୍କର ପ୍ରଦର୍ଶନରେ ଏହା ଦେଖିବାକୁ ମିଳିଥିଲା। ଯଦିଓ ଟି ଟ୍ୱେଣ୍ଟିରେ କେ ଏଲ୍ ରାହୁଲ ଙ୍କ ପରେ ଭାରତ ପକ୍ଷରୁ ସବୁଠାରୁ ଅଧିକ ରନ କରିଥିଲେ।

ଜୋସ ବଟଲର: (ରନ-୨୯୧,ପାରି-୮,ଆଭରେଜ-୪୮.୫୦)
ଗତପାଞ୍ଚ ବର୍ଷରେ ଇଂଲଣ୍ଡ ଟି ଟ୍ୱେଣ୍ଟି ଏବଂ ୱାଣ୍ଡେରେ ସବୁଠାରୁ ଉନ୍ନତ ପ୍ରଦର୍ଶନ କରିଛି। ଏଥିରେ ବିସ୍ଫୋଟକ ବ୍ୟାଟ୍ସମାନ ଜୋସ ବଟଲରଙ୍କର ମଧ୍ୟ ଯୋଗଦାନ ରହିଛି।ସେହି ବ୍ୟାଟ୍ସମାନ ଓପନିଙ୍ଗ କରିବା ସହ ଯେକୋୖଣସି କ୍ରମରେ ଖେଳି ବାରେ ଯୋଗ୍ୟ। ସେ କେତେଥର ଫିନିସରର ଭୂମିକା ନିଭାଇଥିବାର ମଧ୍ୟ ନଜର ଆସିଛନ୍ତି।

ରେସି ୱାନ୍ ଡେର ହୁସେନ: (ରନ-୨୮୮,ପାରି-୯,ଆଭରେଜ-୪୮)
ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନଡିକକ୍ ଏବଂ ଡୁପ୍ଲେସିଙ୍କ ସହ ହୁସେନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଅଟନ୍ତି। ଡିଭିଲିୟର୍ସଙ୍କ ଅପାରରେ ସେ ଖେଳିଥାନ୍ତି। ସେ ଏହି ବର୍ଷ ଟି ଟ୍ୱେଣ୍ଟିରେ ଦକ୍ଷିଣ ଆଫ୍ରିକା ତରଫରୁ ସବୁଠାରୁ ଅଧିକ ରନ କରିଛନ୍ତି।

କ୍ୱିଣ୍ଟନ ଡ଼ି କକ୍: (ରନ-୨୮୫,ପାରି-୯,ଆଭରେଜ-୩୧.୬୬)
ଦକ୍ଷିଣ ଆଫ୍ରିକାର କ୍ୟାପଟେନ ଡ଼ି କକ୍ ଧଳାବଲରେ ଆକ୍ରମଣାତ୍ମକ ଖେଳାଳିମାନଙ୍କ ମଧ୍ୟରୁ ଜଣେ। ସେ ନିଜ ଟିମ୍ ବ୍ୟତୀତ ଆଇପିଏଲ ରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳିଥାନ୍ତି। ଏହି ବର୍ଷ ତାଙ୍କୁ ଟେଷ୍ଟ ଟିମର ମଧ୍ୟ କପ୍ତାନୀ ଦିଆଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *