IPL ୨୦୨୧:୨୦ ଲକ୍ଷର ଏହି ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସର ମେରୁଦଣ୍ଡ ଭାଙ୍ଗିଦେଲେ। କଲେ ଏହି କାରନାମା!

ଆଇପିଏଲ ୨୦୨୧ରେ ପ୍ରଥମ ମ୍ୟାଚରେ ଦୁନିଆକୁ ଏକ ନୂଆ ଷ୍ଟାର ଦେଇଛି। ଏହି ଷ୍ଟାରର ନାମ ହର୍ଷଲ ପଟେଲ । ଆରସିବି ପଟୁ ଖେଳି ଏହି ତାରକା ଏମଆଇର ଅବସ୍ଥା ଶୋଚନୀୟ କରିଦେଇଥିଲେ। ହର୍ଷଲ ପଟେଲ ଏମଆଇର ୫ ଟି ୱିକେଟ ଅକ୍ତିଆର କରି କହିଦେଇଥିଲେ କି ଗତ ଚମ୍ପିୟାନ ଏମଆଇର ଏଥର ରାସ୍ତା ସହଜ ନୁହେଁ । ଆଇପିଏଲ ଇତିହାସରେ ହର୍ଷଲ ପଟେଲ ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ ୫ ଟି ୱିକେଟ ଅକ୍ତିଆର କରିବାର ପ୍ରଥମ ବୋଲର ହେଲେ।

Google

ଆଇପିଏଲ ୨୦୨୧ର ପ୍ରଥମ ମ୍ୟାଚ ଗତ ଥର ଚମ୍ପିୟାନ ଏମଆଇ ଓ ଆରସିବି ମଧ୍ୟରେ ହୋଇଥିଲା । ଆରସିବି ଅଧିନାୟକ ବିରାଟ କୋହଲି ଟସ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଲେ। ରୋହିତ ଶର୍ମାଙ୍କ ଟିମ ଭଲ ବ୍ୟାଟିଂ କରି ୧୨.୨ ଓଭରରେ ୨ ୱିକେଟ ହାରେଇ ୧୦୦ ରନ କରିନେଇଥିଲେ। ସେତେବେଳେ ଲାଗୁଥିଲା କି ମୁମ୍ବାଇ ଟିମ ୧୮୦ ରୁ ଅଧିକ ରନ କରିଥାନ୍ତେ। ହେଲେ ହର୍ଷଲ ପଟେଲଙ୍କ ଘାତକ ବୋଲିଂ ଆଗରେ ମୁମ୍ବାଇ ଟିମ ଧରାଶାୟୀ ହୋଇଥିଲା।

ହର୍ଷଲ ପଟେଲ ନିଜର ପ୍ରଥମ ଶିକାର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବନେଇଥିଲେ। ପାଣ୍ଡ୍ୟା ୧୩୫ ସ୍କୋର ବେଳେ ଚତୁର୍ଥ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ଟିମ ସ୍କୋର ୧୦ ରନ ଯୋଡିଥିବା ବେଳେ ସେ ଇସାନ କିଶନଙ୍କୁ ମଧ୍ୟ ନିଜର ଶିକାର ବନେଇଥିଲେ। ଏହି ଦୁଇ ୱିକେଟ ଯିବା ପରେ ମୁମ୍ବାଇ ରନ ଗତିରେ ବାଧା ଲାଗିଥିଲା।

Google

ହର୍ଷଲ ପଟେଲ ଶେଷ ଓଭର ଆଡକୁ ଭଲ ବୋଲିଂ କରି ମୁମ୍ବାଇ ଟିମକୁ ୧୬୦ ରନ ପାର କରିବାକୁ ଦେଇ ନ ଥିଲେ।ସେ ଶେଷ ଓଭରରେ କୁନାଲ ପାଣ୍ଡ୍ୟା,କିରନ ପୋଲର୍ଡ଼ ଓ ମାର୍କୋ ଜେମସେନଙ୍କୁ ଆଉଟ କରିବାରେ ସଫଳ ରହିଥିଲେ। ଏହି ପ୍ରକାର ସେ ଆଇପିଏଲ ୨୦୨୧ର ପ୍ରଥମ ମ୍ୟାଚରେ ୫ ୱିକେଟ ଅକ୍ତିଆର କଲେ। ସେ ୪ ଓଭରରେ ୨୭ ରନ ଦେଇ ୫ ୱିକେଟ ଅକ୍ତିଆର କରିଥିଲେ। ଗୁଜୁରାଟରେ ଜନ୍ମ ଏହି ବୋଲର ୧୨ ଡଟ ବଲ ମଧ୍ୟ ପକେଇଥିଲେ।

Google

କହି ରଖିଛୁ କି ପୂର୍ବ ବର୍ଷ ଆଇପିଏଲରେ ହର୍ଷଲ ପଟେଲ ଦିଲ୍ଲୀ କ୍ୟାପିଟାଲସ ପଟୁ ଖେଳୁଥିଲେ। ସେ ହର୍ଷଲ ପଟେଲଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା।ଅଥର ଆରସିବି ତାଙ୍କୁ ଟ୍ରେଡ଼ କରିନେଲା। ଏମିତି ସେ ଆରସିବି ପଟୁ ଖେଳିଲେ। ତେବେ ଆଜିର ମ୍ୟାଚ କଥା କହିବା ତ ଧୋନୀଙ୍କ ଟିମ ଚେନ୍ନାଇ ସହ ନୂଆ କ୍ୟାପଟେନ ହୋଇଥିବା ପନ୍ତଙ୍କ ଟିମ ଦିଲ୍ଲୀ ସହ ଲଢେ଼ଇ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *