ବିରାଟ କୋହଲିଙ୍କ ଆରସିବିର ଏହି ଖେଳାଳି ମାରିଲେ ୯୫ ମିଟରର ଲମ୍ବା ଛକା, ଷ୍ଟାଡିୟମର ଛାତରେ ପହଁଚିଲା ବଲ। ଦେଖନ୍ତୁ ଭିଡିଓ।

ନ୍ୟୁଜଲ୍ୟାଣ୍ଡ ଟିମ ବଙ୍ଗଳାଦେଶକୁ ଦ୍ୱିତୀୟ ଟି-୨୦ରେ ହରାଇ ମଙ୍ଗଳବାରକୁ ସିରିଜରେ କବ୍ଜା କରିନେଇଛି। ଏହି ମ୍ୟାଚରେ ଡିଏଲଏସ ନିୟମକୁ ନେଇ ଅଳ୍ପ ଦ୍ଵନ୍ଦ ରହିଲା କିନ୍ତୁ ଶେଷରେ ନ୍ୟୁଜଲ୍ୟାଣ୍ଡ ମ୍ୟାଚ ଜିତିଲା। ମ୍ୟାଚର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯେଉଁଥିରେ ଫିନ ଏଲନ ଏକ ୯୫ ମିଟରର ଲମ୍ବା ଛକା ମାରିଥିବା ଦେଖିବାକୁ ମିଳୁଛି। ଏହା ବିରାଟ କୋହଲିଙ୍କ ପାଇଁ ଖୁସି ଖବର କାରଣ ଏଲନ ଆଇପିଏଲ ୨୦୨୧ରେ ଆରସିସି ପଟୁ ଖେଳିବାର ନଜର ଆସିବେ।

Google

ଆଇପିଏଲର ୧୪ ତମ ସଂସ୍କରଣରେ ଆରମ୍ଭ ୯ ଏପ୍ରିଲରୁ ହେବ। ଯାହାର ପ୍ରଥମ ମ୍ୟାଚ ଚେନ୍ନାଇରେ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ଓ ପାଞ୍ଚଥରର ଚାମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ। ଦୁନିଆର ସବୁଠୁ ଦାମୀ ଏହି କ୍ରିକେଟ ଲିଗ ପାଇଁ ସବୁ ଟିମ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛି। ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟଲ୍ସର ଟ୍ରେନିଙ୍ଗ କ୍ୟାମ୍ପ ଆରମ୍ଭ ହୋଇଗଲାଣି।ଏହା ପୂର୍ବରୁ ଫିନଙ୍କ ଏହି ଶର୍ଟ ତାଙ୍କ ଟିମକୁ ଆଗ୍ରହୀ କରିବ।

ନ୍ୟୁଜଲ୍ୟାଣ୍ଡର ଯୁବ ବ୍ୟାଟ୍ସମ୍ୟାନ ଫିନ ଏଲନ ବଙ୍ଗଳାଦେଶ ବିରୁଦ୍ଧରେ ଦ୍ୱିତୀୟ ଟି-୨୦ ରେ ୧୭ ରନ କରିଥିଲେ। ସେ ୧୦ ଟି ବଲ ଖେଳି ୨ ଟି ଚୌକା ଓ ଗୋଟେ ଛକା ମାରିବାର ନଜର ଆସିଥିଲେ। ଏଲନ ଏହି ଛକା ମାରିର ଚତ୍ରୁର୍ଥ ଓଭରର ପ୍ରଥମ ବଲରେ ମାରିଥିଲେ। ତସ୍କିନ ଅହମ୍ମଦଙ୍କଙ୍କ ପୁଲ ଲେନଥ ବଲରେ ଏଲନ ମିଡ-ୱିକେଟରେ ଛକା ମାରିଥିଲେ। ଏହି ଛକାର ମିଟର ୯୫ ରହିଥିଲା।

୨୧ ବର୍ଷୀୟ ଏଲନ ଏହି ବର୍ଷ ଆଇପିଏଲରେ ବିରାଟ କୋହଲିଙ୍କ ଅଧିନାୟକତ୍ୱ ଟିମ ଆରସିବି ପଟୁ ଖେଳିବେ।ଅଳ୍ପଦିନ ତଳେ ଫିନ ଘରୋଇ ଫୋର୍ଡ ଟୁର୍ଣ୍ଣାମେଣ୍ଟ ଆଟୋଗି ବିପକ୍ଷରେ ୫୦ବଲରେ ଶତକ ମାରିଥିଲେ। ସେ ୫୯ ବଲରେ ୧୨୮ ରନ କରିଥିଲେ। ଏଥିରେ ୯ ଟି ଚୌକା ଓ ୧୧ ଟି ଛକା ସାମିଲ ଥିଲା।

ସେ ନିଜ କ୍ୟାରିୟରର ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି। ଏହା ପୂର୍ବରୁ ସେ ବଙ୍ଗଳାଦେଶ ବିରୁଦ୍ଧରେ ହେମିଲଟନରେ ପ୍ରଥମ ଟି-୨୦ ଖେଳିଥିଲେ। ସେହି ମ୍ୟାଚରେ ସେ ଖାତା ଖୋଲିବାରେ ବିଫଳ ରହିଥିଲେ। ସେ ଏବେ ପର୍ଯ୍ୟନ୍ତ ୧୨ ଫାଷ୍ଟ କ୍ଳାସ ମ୍ୟାଚରେ ୩୪୩ ରନ କରିସାରିଲେଣି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *