IND vs ENG:ଏହି କ୍ରିକେଟରଙ୍କ ଦାବି ଭାରତ ଦ୍ୱିତୀୟ ଟେଷ୍ଟ ହାରିଲେ କୋହଲି ଛାଡିଦେବେ ଅଧିନାୟକ ପଦ।

ଇଂଲଣ୍ଡ ସହ ଚେନ୍ନାଇରେ ପ୍ରଥମ ଟେଷ୍ଟ ହାରିବା ସହ ବିରାଟ କୋହଲିଙ୍କ ଅସୁବିଧା ଆରମ୍ଭ ହୋଇଯାଇଛି। ସର୍ଵ ପ୍ରଥମେ ଏବେ ତାଙ୍କ ଉପରେ ଫେରିବାର ଚାପ ଅଛି ଯାହାକି ଇଂଲଣ୍ଡର ମଝବୁତ ଟିମକୁ ଦେଖି ସହଜ ହେବନି। ଦ୍ୱିତୀୟ ଅଶୁବିଧା ଏହା କି ଯଦି ଟିମ ଇଣ୍ଡିଆ ଆଉ ଗୋଟେ ଟେଷ୍ଟ ମ୍ୟାଚ ଏହି ସିରିଜର ହାରେ ତେବେ ସେ ଏହି ସିରିଜ ତ ଜିତି ପାରିବନି ତା ସହ ବିଶ୍ୱ ଟେଷ୍ଟ ଚାମ୍ପିୟାନସିପର ଫାଇନାଲରୁ ମଧ୍ୟ ବାହାରିଯିବ। ଚେନ୍ନାଇ ଟେଷ୍ଟ ହାରିବା ପରେ ବିରାଟ କୋହଲିଙ୍କ ଉପରେ କଥାର ଆକ୍ରମଣ ଆରମ୍ଭ ହୋଇଗଲାଣି। ଇଂଲଣ୍ଡର ପୂର୍ବ ସ୍ପିନର ମୋଣ୍ଟି ପନେସର ତ ଏହା ବି କହିଦେଇଛନ୍ତିକି ଯଦି ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତ ଦ୍ୱିତୀୟ ଟେଷ୍ଟ ହାରେ ତେବେ ତାଙ୍କୁ କ୍ୟାପଟେନ ପଦ ଛାଡିବାକୁ ହେବ।

Google

ମୋଣ୍ଟି ପନେସର ଇଂରାଜୀ ଜ୍ୟାନ ବିୟୋନ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି,”ବିରାଟ କୋହଲି ମହାନ ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରୁ ଜଣେ କିନ୍ତୁ ଯଦି ଟିମ ତାଙ୍କ ଅଧିନାୟକତ୍ୱରେ ଭଲ ପ୍ରଦର୍ଶନ ନକଲା ଓ ଚାରିଟି ଟେଷ୍ଟରେ ଟିମକୁ ହାର ହିଁ ମିଳିଛି। ମତେ ଲାଗୁଛି କି ଏହା ପରେ ତାଙ୍କ ଉପରେ ପ୍ରେସର ବଢିଯିବ। କାରଣ ରାହାଣେ ଅଧିନାୟକ ରୁପରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଟିମ ଇଣ୍ଡିଆ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ପୂର୍ଵ ଚାରିଟି ଯାକ ଟେଷ୍ଟ ମ୍ୟାଚ ହାରିଯାଇଛି। ଯଦି ଆଉ ଗୋଟେ ହାର ମିଳିଲା ତ ତାଙ୍କୁ କ୍ୟାପଟେନ ପଦ ଛାଡିବାକୁ ହେବ”।

Google
ରାହାଣେଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆରେ ଜିତିଲା ଭାରତ:

କହିରଖିବୁକି ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ଭାରତ ଅଷ୍ଟ୍ରେଲିଆ ସିରିଜରେ ୨-୧ରେ ବିଜୟ ହାସଲ କରିଥିଲା।ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତ ଏଡ଼ିଲେଡ଼ ଟେଷ୍ଟ ହାରିଯାଇଥିଲା ଯାହା ପରେ ସେ ପ୍ୟାଟରନିଟି ଲିବରେ ଚାଲିଯାଇଥିଲେ। ଏହା ପରେ ରାହାଣେ ଅଧିନାୟକତ୍ୱ କରିଥିଲେ ଓ ଯୁବକ ଖେଳାଳିଙ୍କ ସହ ମିଶି ଅଷ୍ଟ୍ରେଲିଆ ଭଳି ମଝବୁତ ଟିମକୁ ହରାଇ ଦେଇଥିଲେ। ଏବେ ଯେମିତି ପୁଣି ବିରାଟ କୋହଲି ଅଧିନାୟକତ୍ୱ କଲେ ପୁନଃ ଭାରତ ଟେଷ୍ଟ ମ୍ୟାଚ ହାରିଗଲା। ଏହି କାରଣ ଅଟେ କି ଯାହା ପାଇଁ ବିରାଟ କୋହଲିଙ୍କ ଉପରେ ଇଂଲଣ୍ଡର ପୂର୍ଵ କ୍ରିକେଟର ବୟାନ ଦେଇ ପ୍ରେସର ଆରମ୍ଭ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *