ରୋହିତଙ୍କୁ ଏହି ଖେଳାଳି ଦେଇଥିଲେ ଧମକ, ତାପରେ ହିଟମାନ ଦେଖେଇଲେ ନିଜର ଔକାତ, ଜାଣନ୍ତୁ କଣ ଅଟେ ଘଟଣା।

ଆଇପିଏଲର ଏକମାତ୍ର ଏପରି ପ୍ଲେୟର ଯିଏ ହ୍ୟାଟ୍ରିକ ବି ନେଇଛନ୍ତି ଆଉ ଶତକ ବି ଲଗେଇଛନ୍ତି। ହିଟମ୍ୟାନଙ୍କର ଫ୍ୟାନ ମାନଙ୍କୁ ଏହା ଜଣା ଥାଇପାରେ ମାତ୍ର ହ୍ୟାଟ୍ରିକ ପଛରେ ଥିବା କାହାଣୀ ସମସ୍ତଙ୍କୁ ଜଣା ନାହିଁ। ରୋହିତ ନିଜର ହ୍ୟାଟ୍ରିକ ରେ ଯେଉଁ ଯେଉଁ ବ୍ୟାଟ୍ସମ୍ୟାନ ମାନଙ୍କୁ ଆଉଟ କରିଥିଲେ ସେମାନଙ୍କ ଭିତରୁ ଜଣେ ବ୍ୟାଟ୍ସମ୍ୟାନ ତାଙ୍କ ବୋଲିଂର ଧଜିଆ ଉଡେଇବା ପାଇଁ ଧମକ ବି ଦେଇଥିଲା। ରୋହିତ ୨୦୧୭ ମସିହାରେ ଏହି କଥା ରାଜ ଗୌରବ କପୁରଙ୍କର ୟୁ ଟ୍ୟୁବ ଚ୍ୟାନେଲ ବ୍ରେକଫାଷ୍ଟ ଉଇଥ ଚାମ୍ପିଆନ୍ସରେ କହିଥିଲେ।

Google

କଥା ଏହା କି ରୋହିତଙ୍କୁ ସେତେବେଳେ ଜଣା ବି ନଥିଲା କି ହ୍ୟାଟ୍ରିକ ଆଉ ଶତକ ଲଗେଇବା ରେକର୍ଡ କେବଳ ତାଙ୍କରି ନାମରେ ଅଛି ବୋଲି। ଗୌରବ ହିଁ ତାଙ୍କୁ ଏହି ରେକର୍ଡ ବାବଦରେ ପ୍ରଥମେ ଖବର ଦେଇଥିଲେ। ପ୍ରକୃତରେ ଗୌରଭ କହିଲେ “ମୁଁ ଆପଣଙ୍କୁ ଗୋଟେ ରୋଚକ ତଥ୍ୟ କହୁଛି। ଆପଣ ଆଇପିଏଲର ଏକମାତ୍ର ପ୍ଲେୟର ଯିଏ କି ହ୍ୟାଟ୍ରିକ ବି ନେଇଛି ଆଉ ଶତକ ବି ଲାଗେଇଛି। ରୋହିତ ଏହା ଶୁଣି ଚକିତ ହେଇଗଲେ ଆଉ କହିଲେ କି ” ବହୁତ ଭଲ ରେକର୍ଡ।” ମାତ୍ର ହ୍ୟାଟ୍ରିକ କଥା ଶୁଣି ସେ ବହୁତ ଖୁସି ହେଇଗଲେ। ସେ କହିଲେ “ମୁଁ ସେପ୍ରକାର ହ୍ୟାଟ୍ରିକ ସବୁଦିନ ନେବାକୁ ଚାହିଁବି।”ସେ ତା ପରେ କହିଲେ ” ଏହା ସହଜ ନୁହଁ ମାତ୍ର ଲୋକ ମୋ ପାଖରୁ ହ୍ୟାଟ୍ରିକର ଆଶା କରି ନଥାନ୍ତି।”

ଏହାପରେ ରୋହିତ ଗୌରଭଙ୍କୁ ଗଣେଇଲେ କି ସେ କେଉଁ କେଉଁ ବ୍ୟାଟ୍ସମ୍ୟାନଙ୍କୁ ହ୍ୟାଟ୍ରିକରେ ଆଉଟ କରିଥିଲେ। ରୋହିତ କହିଲେ ନମ୍ବର ୧- ଅଭିଷେକ ନାୟର, ନମ୍ବର ୨- ହରଭଜନ ସିଂ ଆଉ ନମ୍ବର ୩- ଜେପି ଦୁମିନି। ତା ପରେ କହିଲେ କି ଏମାନେ ସବୁ ହିଁ ଭଲ ଖେଳାଳି। ଭାଜି ପା ( ହରଭଜନ) ଙ୍କର ତ ଟେଷ୍ଟ ମ୍ୟାଚରେ ଦୁଇଟି ଶତକ ଅଛି। ଆଉ ଜେପି ଦୁମିନି ତ ବହୁତ ଭଲ ପ୍ଲେୟର। ଅଭିଷେକ ନାୟର ତ ଭଲ ପ୍ଲେୟର ଅଟନ୍ତି’ ଏହା ଉପରେ ଗୌରଭ ଅଟକାଇ କହିଲେ କି ତୁମର ବହୁତ ଭଲ ସାଙ୍ଗ।

Google

ରୋହିତ କହିଲେ ‘ ହଁ ମୋର ବହୁତ ଭଲ ସାଙ୍ଗ। ସେହି ମ୍ୟାଚ ଆଗରୁ ଆମ ଦୁଇ ଜଣଙ୍କ ଭିତରେ ବହୁତ କଥାବାର୍ତ୍ତା ହେଇଥିଲା। ସେ କହିଲା କି ତୁ ବାସ ବଲ ପକେଇବା ପାଇଁ ଆସ ଆଉ ମୁଁ ଦେଖୁଛି କି ତୁ କିପରି ବଲ ପକେଇବୁ। ଏହିପରି ମୋତେ ଧମକ ଦେଉଥିଲା।’ ତା ପରେ ମୁଁ କହିଲି ” ଭାଇ ତୁ କେତେ ବି ରନ ବନା,କେତେ ବି ୱିକେଟ ନେ, ରନ ରନ ହିଁ ହେଇଥାଏ ଆଉ ୱିକେଟ ତ ୱିକେଟ। ଆଉ ମୁଁ ଯଦି ତୋତେ ଦୁଇଟି ଟପା ଉପରେ ଆଉଟ କରେ ତାହେଲେ ବି ତାହା ଆଉଟ ହିଁ ଅଟେ।” ଏହା ଉପରେ ଗୌରଭ କହିଲେ ‘ ଯାହା କେଦାର ଜାଦବ କରୁଛନ୍ତି ଏବେ। ଏହା ଉପରେ ଗୌରଭ ହସି ଉଠିଲେ ଆଉ ରୋହିତ ତାଙ୍କ ସାଥ ଦେବାରେ ସୁଯୋଗ ଛାଡିଲେ ନାହିଁ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *