ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ହରାଇ ୱାର୍ଲଡ଼ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିଥିବା ଭାରତୀୟ ଦଳର ନଜର ଏବେ ଏହି ଐତିହାସିକ ମୁକାବିଲା ଉପରେ ଅଛି, ଯାହା ୧୮ରୁ ୨୨ଜୁନ ପର୍ଯ୍ୟନ୍ତ ନ୍ୟୁଜଲ୍ୟାଣ୍ଡ ବିରୁଦ୍ଧରେ ଖେଳାଯିବ। ଭାରତକୁ ଏ ପର୍ଯ୍ୟନ୍ତ ପହଞ୍ଚାଇବାରେ ସେହି ଖେଳାଳୀଙ୍କର ହାତ ରହିଛି, ଯାହାଙ୍କ ବିଷୟରେ ବୋଧହୁଏ କେହି ଭାବି ଥିବେ କି ସେ ହିରୋ ହୋଇ ସାମ୍ନାକୁ ଆସିବେ।କିନ୍ତୁ ଭାରତର ଏହି ୬ ତାରକା ଖେଳାଳୀଙ୍କୁ ବୋଧହୁଏ ଏହି ଐତିହାସିକ ମୁକାବିଲା ଖେଳିବାର ମୌକା ମିଳିପାରେ।

ମହମ୍ମଦ ସିରାଜ: ଇଶାନ୍ତ ଶର୍ମାଙ୍କ ଆଘାତ ହେବାପରେ ଅଷ୍ଟ୍ରେଲିଆ ଗ୍ରସ୍ତରେ ଭାରତୀୟ ଦଳର ଟେଷ୍ଟ ଦଳର ଭାଗ ହୋଇଥିବା ମହମ୍ମଦ ସିରାଜଙ୍କୁ ମହମ୍ମଦ ଶାମିଙ୍କ ଆଘାତ ହେବାପରେ ମେଲବର୍ନ ଟେଷ୍ଟରେ ସୁଯୋଗ ମିଳିଲା ଓ ପୁଣି ସେ କମାଲ କରିଦେଲେ। ସିରାଜ ନିଜ ପ୍ରଥମ ୫ଟି ମ୍ୟାଚରେ ୧୬ଟି ୱିକେଟ ଅକ୍ତିଆର କରିଥିଲେ। ଇଂଲଣ୍ଡ ବିରୁଦ୍ଧରେ ମଧ୍ୟ ସେ ଚତୁର୍ଥ ଟେଷ୍ଟର ପ୍ରଥମ ପାଳିରେ ଜୋ ରୁଟ ଓ ଜନି ବେୟାରଷ୍ଟୋଙ୍କୁ ଆଉଟ କଲେ। ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ତାଙ୍କୁ ଇଶାନ ଶର୍ମା, ଯଶପ୍ରିତ ବୁମ୍ରା ଓ ମହମ୍ମଦ ଶାମିଙ୍କର ମଧ୍ୟରୁ କୌଣସି ଜଣଙ୍କର ଆଘାତ ହେବାପରେ ହିଁ ଖେଳିବାର ମୌକା ମିଳିପାରେ।
ଅକ୍ଷର ପଟେଲ: ରବୀନ୍ଦ୍ର ଜାଡେଜାଙ୍କ ଆହତ ପ୍ରାପ୍ତ ହେବା ଦ୍ଵାରା ଇଂଲଣ୍ଡ ବିରୁଦ୍ଧରେ ଟେଷ୍ଟ ସିରିଜରେ ଅକ୍ଷର ପଟେଲଙ୍କୁ ମୌକା ମିଳିଲା। ତାଙ୍କୁ ଚେନ୍ନାଇର ଦ୍ୱିତୀୟ ଟେଷ୍ଟରେ ସୁଯୋଗ ମିଳିଲା ଓ ପୁଣି ସେ ତିନୋଟି ଟେଷ୍ଟରେ ମୋଟ ୨୭ଟି ୱିକେଟ ନିଜ ନାମରେ କଲେ। ତାଙ୍କର ପ୍ରଥମ ଟେଷ୍ଟ ଶିକାର ଜୋ ରୁଟ ହେଲେ। ଏହା ନୁହେଁ ୪ୟ ଟେଷ୍ଟରେ ସେ ୪୩ରନର ମୁଖ୍ୟ ପାଳି ମଧ୍ୟ ଖେଳିଲେ। ଟେଷ୍ଟ ଚମ୍ପିୟାନସିପର ଫାଇନାଲରେ ତାଙ୍କୁ ସେବେ ସୁଯୋଗ ମିଳିପାରେ, ଯେବେ ଜାଡେଜା ଫିଟ ହେବେନି ଓ ହାର୍ଦିକ ପାଣ୍ଡ୍ୟା ବୋଲିଂ ନକରିପାରିବେ ଓ ଭାରତ ୫ ଜଣ ବୋଲରଙ୍କ ସହ ଖେଳିବାକୁ ଇଛା ପ୍ରକାଶ କରିବ।

ୱାଶିଂଟନ ସୁନ୍ଦର: କୋରନା କାରଣରୁ ଏକ ଅତିରିକ୍ତ ବୋଲର ରୂପରେ ଦଳ ସହ ଅଷ୍ଟ୍ରେଲିଆ ଗସ୍ତରେ ଥିବା ୱାଶିଂଟନ ସୁନ୍ଦରଙ୍କୁ ତୃତୀୟ ଟେଷ୍ଟ ପରେ ଅଶ୍ଵିନଙ୍କ ଆଘାତ ହେବାରୁ ମୌକା ମିଳିଲା। ସେ ବ୍ରିସବେନରେ ପଦାର୍ପଣ କଲେ। ସେ ବ୍ୟାଟ ଓ ବଲ ଦୁହିଁରୁ କମାଲ କଲେ। ୬ଟି ପାଳିରେ ସୁନ୍ଦର ତିନୋଟି ଅର୍ଧଶତକ କଲେ। ଯେଉଁଥିରେ ଦୁଇଟି ପାଳି ବ୍ରିସବେନରେ ୬୨ରନ ଓ ଅହମଦାବାଦରେ ଅପରାଜିତ ୯୬ ରନର ପାଳି ବିଜୟ ପାଳି ଭାବେ ପ୍ରମାଣିତ ହେଲା। ଷ୍ଟିଭ ସ୍ମିଥ ତାଙ୍କର ପ୍ରଥମ ଟେଷ୍ଟ ଶିକାର ଭାବେ ଉଭା ହୋଇଥିଲେ । ଚମ୍ପିୟାନସିପରେ ତାଙ୍କୁ ସୁଯୋଗ ଅଶ୍ଵିନ, ଜାଡେଜା ଓ ପଟେଲଙ୍କ ଆଘାତ ହେବା ଦ୍ଵାରା ହିଁ ମୌକା ମିଳିପାରିବ।
ଟି ନଟରାଜନ: ନେଟ ବୋଲର ରୂପରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଟି ନଟରାଜନଙ୍କୁ ବରୁଣ ଚକ୍ରବର୍ତ୍ତୀ ଓ ନବଦୀପ ସୈନିଙ୍କର ଆଘାତ ହେବା ପରେ ଦିନିକିଆ ଓ ଟି୨୦ରେ ପଦାର୍ପଣ କରିବାର ମୌକା ମିଳିଲା। ଟେଷ୍ଟରେ ତାଙ୍କୁ ପଦାର୍ପଣ କରିବାର ସୁଯୋଗ ଇଶାନ୍ତ, ବୁମରାହ,ଶାମି ଓ ଉମେଶ ଯାଦବଙ୍କ ମଧ୍ୟରୁ କେହି ଉପଲବ୍ଧ ନଥିବାରୁ ମିଳିଲା।ଗୋଟିଏ ହିଁ ଟେଷ୍ଟରେ ତାଙ୍କ ମଧ୍ୟରେ ଲୋକ ଜାହିର ଖାନଙ୍କ କମାଲ ଦେଖିବାକୁ ଲାଗିଲେ। ନଟରାଜନ ମ୍ୟାଚର ପ୍ରଥମ ଦିନରେ ମାର୍ଣ୍ଣସ ଲାବୁଶେନ ଓ ମ୍ୟାଥୟୁ ୱେଡ଼ଙ୍କୁ ଆଉଟ କରିବାର ନଜର ଆସିଥିଲେ। ଚମ୍ପିୟାନସିପରେ ତାଙ୍କୁ ସୁଯୋଗ ମିଳିବା ପ୍ରାୟ ଅସମ୍ଭବ ଅଟେ, କାରଣ ତାଙ୍କ ପୂର୍ବରୁ ଭାରତ ପାଖରେ ବହୁତ ଫାଷ୍ଟ ବୋଲର ରହିଛନ୍ତି।

ଶାରଦୁର୍ଲ ଠାକୁର: ସୁନ୍ଦର ଓ ନଟରାଜନଙ୍କ ଭଳି ଶାରଦୁର୍ଲ ଠାକୁର ମଧ୍ୟ ନେଟ ବୋଲର ରୂପରେ ଅଷ୍ଟ୍ରେଲିଆରେ ଉଭା ହୋଇଥିଲେ। କିନ୍ତୁ କେତେକ ଖେଳାଳିଙ୍କ ଆଘାତ ହେବା ପରେ ବ୍ରିସବେନ ଟେଷ୍ଟରେ ତାଙ୍କୁ ମୌକା ଦିଆଗଲା। ଯେଉଁଠି ସେ ବ୍ୟାଟ ଓ ବଲ ଦୁହିଁରୁ କମାଲ କଲେ। ସେ ୭ୱିକେଟ ନେଲେ ଓ ପ୍ରଥମ ପାଳିରେ ୬୭ରନ କରି ଦଳକୁ ମୁକବିଲାରେ ଫେରସ୍ତ କରାଇଲେ। ନଟରାଜନଙ୍କ ଭଳି ଫାଇନାଲରେ ଖେଳିବା ପାଇଁ ମଧ୍ୟ ଏକ ସ୍ୱପ୍ନ ହୋଇ ରହି ପାରେ।
ହନୁମା ବିହାରୀ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଟେଷ୍ଟ ଦଳର ଅଂଶ ରହିଥିବା ହନୁମା ଆରମ୍ଭ ତିନୋଟି ମ୍ୟାଚ ହିଁ ଖେଳି ପାରିଲେ। ଆଘାତ କାରଣରୁ ଚତୁର୍ଥ ଟେଷ୍ଟରୁ ବାହାର ହୋଇଯାଇଥିଲେ। ବିହାରୀ ଆର ଅଶ୍ଵିନଙ୍କ ସହ ମିଶି ସିଡନୀ ଟେଷ୍ଟ ଡ୍ର କରାଇଦେଇଥିଲେ ଓ ଏହି ଡ୍ର ଚମ୍ପିୟାନସିପ ଫାଇନାଲର ହିସାବରେ ଭାରତ ପାଇଁ ବହୁତ ମୂଲ୍ୟବାନ ଥିଲା। ଐତିହାସିକ ମୁକାବିଲା ଖେଳିବାର ସମ୍ଭାବନା ବହୁତ କମ ଅଛି। ଯଦି ଭାରତ ପାଞ୍ଚଟି ବୋଲରଙ୍କ ସହ ଓହ୍ଲାଏ ଓ ସେ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କ ସହ ଖେଳିବାର ନିଷ୍ପତ୍ତି ନିଏ ତେବେ ହୁଏତ ତାଙ୍କୁ ନଂ୬ କିମ୍ବା ୭ରେ ମୌକା ମିଳିପାରେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।