ଯୁବରାଜ ସିଂହଙ୍କୁ ହରାଇ ଭାରତର”ସେକ୍ସିଏଷ୍ଟ ସ୍ପୋର୍ଟସ ପର୍ସନ” ହେଲେ ଏହି ଷ୍ଟାର ଖେଳାଳି, ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

ନିଜ କ୍ୟାରିୟରର ସବୁଠୁ ମହତ୍ତ୍ୱପୂର୍ଣ୍ଣ ସମୟର କଥା କହି ରାହୁଲ ଦ୍ରାଭିଡ଼ କହିଛନ୍ତିକି ମୋର ଡେଭ୍ୟୁ ମ୍ୟାଚ ସବୁଠୁ ସୁନ୍ଦର ସମୟ ଅଟେ। ଏହା ଛଡା ଅଷ୍ଟ୍ରେଲିଆ ସହ ୨୦୦୧ରେ କୋଲକତାରେ ଖେଳାଯାଇଥିବ ଦ୍ୱିତୀୟ ଟେଷ୍ଟ ମଧ୍ୟ ବହୁତ ଭଲ ରହିଥିଲା।

Rahul Dravid, Yuvraj Singh, Sexiest Sportsperson, India
Google

ଦୁନିଆର ସବୁ କ୍ରିକେଟର ନିଜ ଡେଭ୍ୟୁ ମ୍ୟାଚକୁ ମନେ ରଖିବାକୁ ଚାହାଁନ୍ତି କିନ୍ତୁ ସେଥିରୁ କିଛି ହିଁ ଭାଗୀଶାଳୀ ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ ରାହୁଲ ଦ୍ରାଭିଡ଼ ଜଣେ ।ଭାରତୀୟ କ୍ରିକେଟର ପୂର୍ବ ଅଧିନାୟକ ରାହୁଲ ଦ୍ରାଭିଡ ୧୦୯୬ରେ ଇଂଲଣ୍ଡରେ ଲର୍ଡ଼ସ ଗ୍ରାଉଣ୍ଡରେ ସୌରଭ ଗାଙ୍ଗୁଲିଙ୍କ ସହ ଡେଭ୍ୟୁ କରିଥିଲେ। ସେ ଏହା ପରେ ୩୪୪ ଏକଦିବସିୟ ଓ ୧୬୬ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଦ୍ରାଭିଡ଼ ଶତକରୁ ୫ ରନ ଦୂରରେ ରହିଯାଇଥିଲେ କିନ୍ତୁ ଗାଙ୍ଗୁଲି ଶତକ ମାରିଥିଲେ। ଏହା ପରେ ରାହୁଲଙ୍କୁ ୨୦୦୫ରେ ଭାରତର ସେକ୍ସିଏଷ୍ଟ ସ୍ପୋର୍ଟସ ପର୍ସନ ବଛାଯାଇଥିଲା। ସେ ଏକ ଇଣ୍ଟରଭିଉରେ ଏହି ପ୍ରସଙ୍ଗରେ ମତ ଦେଇଛନ୍ତି।

ୟୁଟୁବ ଚ୍ୟାନେଲ “ଓଫଟ୍ରି ସ୍ପୋର୍ଟସ” ପାଇଁ ପ୍ରସିଦ୍ଧ ସ୍ପୋର୍ଟସ ଏଙ୍କର ଗୌରଭ କପୁର ରାହୁଲ ଦ୍ରାଭିଡ଼ଙ୍କ ଇଣ୍ଟରଭିଉ ନେଇଥିଲେ। ଯେବେ ଗୌରବ ଏହା ବିଷୟରେ ତାଙ୍କୁ ପଚାରିଥିଲେ ସେବେ ରାହୁଲ ଆଶ୍ଚର୍ଯ୍ୟ ହୋଇ କହିଥିଲେ,”କଣ ବାସ୍ତବରେ ମୁଁ ଥିଲି ଅଦ୍ଭୁତ, ବୋଧେ କମ୍ପିଟେସନ ରହିନଥିବ”। ଗୌରବ ତାଙ୍କୁ କହିଥିଲେ ତୁମେ ଯୁବରାଜ ସିଂହଙ୍କୁ ହରାଇଛ। ଏହା ଉପରେ ଦ୍ରାଭିଡ଼ କହିଛନ୍ତି,”ସତରେ। ତେବେ ତ ଏହାକୁ ମୁଁ ମୋର ସବୁଠୁ ବଡ଼ ଉପଲବ୍ଧି ମାନିବି। କଣ ଏଥିରେ ପ୍ରମାଣ ପାଇଁ କୋଉ ସାର୍ଟିପିକେଟ ମିଳିଥାଏ? ତାକୁ ମୁଁ ମୋର ଘରେ ସରକାରଙ୍କ ତରଫରୁ ମିଳିଥିବା ଟ୍ରଫି ମାନଙ୍କ ସହ ସଜାଇ ରହିଥାନ୍ତି।ସେଥିରେ ଲେଖାଯାଇଥାନ୍ତା ଏହା ପାଇଁ ଯୁବରାଜ ସିଂହଙ୍କୁ ହରାଇଛି”।

Google

ନିଜ କ୍ୟାରିୟରର ସବୁଠୁ ମହତ୍ତ୍ୱପୂର୍ଣ୍ଣ ସମୟର କଥା କହି ରାହୁଲ ଦ୍ରାଭିଡ଼ କହିଛନ୍ତିକି ମୋର ଡେଭ୍ୟୁ ମ୍ୟାଚ ସବୁଠୁ ସୁନ୍ଦର ସମୟ ଅଟେ।ଏହା ଛଡା ଅଷ୍ଟ୍ରେଲିଆ ସହ ୨୦୦୧ରେ କୋଲକତାରେ ଖେଳାଯାଇଥିବ ଦ୍ୱିତୀୟ ଟେଷ୍ଟ ମଧ୍ୟ ବହୁତ ଭଲ ରହିଥିଲା। ସେ କହିଛନ୍ତି,” ଆପଣଙ୍କ ପ୍ରଥମ ଦିନ ଯେବେ ଆପଣ ଦେଶପାଇଁ ଖେଳିବାକୁ ଯାଉଛନ୍ତି ଏହା ଆପଣଙ୍କ ପାଇଁ ସବୁଠୁ ମହତ୍ତ୍ୱପୂର୍ଣ୍ଣ ଦିନ ହୋଇଥାଏ।ମତେ ସଫଳତା ଅଚାନକ ମିଳିନଥିଲା। ମୁଁ ଏହା ପାଇଁ ୫ ବର୍ଷ ଡୋମେଷ୍ଟିକ କ୍ରିକେଟରେ ପରିଶ୍ରମ କରିଥିଲି। ଲମ୍ବା ସମୟରୁ ଏହାର ସ୍ୱପ୍ନ ଦେଖିଆସୁଥିଲି। ଏଥିପାଇଁ ଡେଭ୍ୟୁ ସ୍ପେଶାଲ ଥିଲା”।

ଦ୍ରାଭିଡ଼ କହିଛନ୍ତି,”ମୁଁ କେବଳ ଗୋଟିଏ ମ୍ୟାଚ ଖେଳିବା ପାଇଁ ଇଛା ପ୍ରକାଶ କରୁଥିଲି। ଯେବେ କିଛି ମ୍ୟାଚ ଖେଳିବାକୁ ଗଲିତ ଭଲ ଅନୁଭବ ହୋଇଥିଲା। ଏହା ପରେ ମୁଁ ଆଉ ଅଧିକ ମ୍ୟାଚ ଖେଳିବା ପାଇଁ ଚାହିଁଲି। କିଛି ସମୟ ପରେ ନମ୍ବର ଗଣିବା ବନ୍ଦ ହୋଇଯାଇଥିଲା। ମୁଁ କେବଳ ନିଜର ଟ୍ୟାଲେଣ୍ଟ ଓ କ୍ଷମତା ମୁତାବକ ଭଲ ବ୍ୟାଟିଙ୍ଗ କରିବାକୁ ଚାହୁଁଥିଲି। ମତେ ଭଲ ମୌକା ମିଳିଥିଲା”। ଦ୍ରାଭିଡ଼ ୧୬୪ ଟେଷ୍ଟ ମ୍ୟାଚରେ ୫୨.୩୩ ଔସତରେ ୧୩୨୮୮ ରନ କରିଛନ୍ତି ଓ ୩୪୪ ଏକଦିବସିୟରେ ୩୯.୨ ଔସତରେ ୧୦୮୮୯ ରନ କରିଛନ୍ତି। ଏକଦିବସିୟରେ ତାଙ୍କ ନାମରେ ୧୨ ଟା ଓ ଟେଷ୍ଟରେ ୩୬ ଶତକ ଅଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *