IPL ଅକ୍ସନ:୫ ଟି ବଲରେ ବଦଳିଗଲା ୮.୫ କୋଟିରେ ବିକ୍ରି ହୋଇଥିବା ଏହି କ୍ରିକେଟରଙ୍କ ଜୀବନ। ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଆଇପିଏଲରେ ଏବେ ପର୍ଯ୍ୟନ୍ତ ୧୩ ଟି ସିଜନ ହୋଇସାରିଲାଣି। ଏଠାରେ ଅନେକ ଖେଳାଳିଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥିବା ବେଳେ ଅନେକ ଖେଳାଳି ଅସଫଳ ରହିଛନ୍ତି। ଆଇପିଏଲ ଟି-୨୦ ଫର୍ମାଟ ଅଟେ କିନ୍ତୁ ଏଠାରେ ଭଲ ପ୍ରଦର୍ଶନ କରି ଅନେକ ଖେଳାଳି ଇଣ୍ଟରନେସନାଲ ଟିମରେ ଟିକେଟ ପାଇଛନ୍ତି। ଏହାର ଉଦାହରଣ ଅଟେ ଦୁଇ ଦିନ ପୂର୍ବରୁ ଇଂଲଣ୍ଡ ବିରୁଦ୍ଧରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଚୟନ ହୋଇଥିବା ସୂର୍ଯ୍ୟକୁମାର ଯାଦବ, ଓ ଇସାନ କିଷନଙ୍କ ଭଳି ଖେଳାଳିଙ୍କୁ ବଛାଯିବା। ଏହି ଖେଳାଳି ଘରୋଇ କ୍ରିକେଟରେ ଅଲଗା ଅଲଗା ଟିମରେ ଖେଳିଥାନ୍ତି।କିନ୍ତୁ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ରହିଛନ୍ତି। ପୂର୍ବ ବର୍ଷ ତାଙ୍କ ସୁନ୍ଦର ପ୍ରଦର୍ଶନ ଦ୍ଵାରା ମୁମ୍ବାଇ ପୂର୍ବ ବର୍ଷ ଚାମ୍ପିୟାନ ହୋଇଥିଲା। ଏହି ଦୁଇଙ୍କ ଛଡା ଆଉଜଣେ ଖେଳାଳି ମଧ୍ୟ ଅଛନ୍ତି ତାହାଙ୍କୁ ଏହି ସିରିଜ ପାଇଁ ବଛାଯାଇଛି। ସେ ରାଜସ୍ଥାନ ତରଫରୁ ଖେଳୁଥିବା ରାହୁଲ ତେବଟିୟା ଅଟନ୍ତି।

Google

ଏହି ଅଲରାଉଣ୍ଡର ଆଇପିଏଲର ପୂର୍ଵ ସିଜନରେ କିଙ୍ଗସ ଇଲେଭେନ ପଞ୍ଜାବ ବିରୁଦ୍ଧରେ ଗୋଟେ ଓଭରରେ ୫ ଟି ଛକା ମାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ସେହି ପାରି ତାଙ୍କ କ୍ୟାରିୟର ପରିବର୍ତ୍ତନ କଲାଭଳି ଥିଲା କିନ୍ତୁ ଯେଉଁ ବୋଲର ସେଲ୍ଡନ କଟ୍ରେଲଙ୍କ ଓଭରରେ ସେ ୫ ଟି ଛମା ମାରିଥିଲେ ତାଙ୍କ କ୍ୟାରିୟର ବିପଦରେ ଆସିଯାଇଛି। ଏହି ଆଇପିଏଲରେ ଏପରି ଲାଗୁଛି କାରଣ ପୂର୍ବ ବର୍ଷ ଆଇପିଏଲରେ ପଞ୍ଜାବ ତାଙ୍କୁ ୮.୫ କୋଟିରେ କିଣିଥିଲା କିନ୍ତୁ ଏଥର ଲିରିଜ କରିଦେଇଛି। ଏହା ସହ ଅକ୍ସନରେ ମଧ୍ୟ ତାଙ୍କୁ କୌଣସି ଟିମ କିଣିନାହିଁ କିନ୍ତୁ ୫ ଟି ଛକା ମାରିଥିବା ତେବଟିୟାଙ୍କୁ ରାଜସ୍ଥାନ ରୟାଲ୍ସ ରିଟେନ କରିଛି। କଟ୍ରେଲଙ୍କୁ ସେହି ପାଞ୍ଚଟି ବଲ ବହୁତ ଭାରି ପଡିଥିଲା ମାନେ ୫ ଟି ଵଲ ଦୁଇଜଣ କ୍ରିକେଟରଙ୍କ ଜୀବନ ପରିବର୍ତ୍ତନ କରିଦେଲା।

ତେବଟିୟା କଟ୍ରେଲଙ୍କର ଗୋଟେ ଓଭରରେ ୫ ଟି ଛକା ମାରିଥିଲେ:

ଆଇପିଏଲର ପୂର୍ବ ସିଜନରେ ପଞ୍ଜାବ ବିରୁଦ୍ଧରେ ଗୋଟିଏ ମ୍ୟାଚରେ ତେବଟିୟା ୫୩ ରନର ପାରି ଖେଳିଥିଲେ। ସେହି ସମୟରେ ସେ ଏହି ପାରି ଖେଳିଥିଲେ ଯେବେ ଟିମକୁ ୩ ଓଭରରେ ୫୧ ରନର ଦରକାର ଥିଲା। ଆରମ୍ଭରେ ତେବତୀୟ ରନ କରିବାକୁ ଅଶୁଵିଧା ଅନୁଭବ କରୁଥିଲେ।୨୩ ବଲରେ ମାତ୍ର ୧୭ ରନ କରି ଖେଳୁଥିଲେ କିନ୍ତୁ ଯେବେ କଟ୍ରେଲ ୧୮ ତମ ଓଭର କରିବାକୁ ଆସିଲେ ତେବଟିୟା ପୁରା ମ୍ୟାଚ ପରିବର୍ତ୍ତନ କରିଦେଲେ। ସେ କଟ୍ରେଲଙ୍କର ଚାରିଟି ବଲରେ ଲଗାତର ଚାରିଟି ଛକା ମାରିଥିଲେ ଓ ପଞ୍ଚମ ବଲଟି ଖାଲି ଯାଇଥିଲା ଓ ଷଷ୍ଠ ବଲରେ ପୁଣି ଏକ ଛକା ମାରିଥିଲେ। ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।କଟ୍ରେଲ ମଧ୍ୟ ନିରବ ହୋଇଗଲେ। ଏହା ଦ୍ଵାରା ରାଜସ୍ଥାନ ସେହି ମ୍ୟାଚ ୪ ୱିକେଟରେ ଜିତିଗଲା। ତେବଟିୟା ୩୧ ବଲରେ ୫୩ ରନ କରିଥିଲେ। ସେହି ମ୍ୟାଚରେ କଟ୍ରେଲ ତିନି ଓଭରରେ ୫୨ ରନ ଦେଇଥିଲେ। ଏହା ଦ୍ଵାରା ତେବଟିୟାଙ୍କର ରାତାରାତି ଭାଗ୍ୟ ବଦଳିଗଲା ଏହି ବର୍ଷ ଆଇପିଏଲରେ ଟିମ ତାଙ୍କୁ ରିଟେନ କରିବା ସହ ତାଙ୍କୁ ଭାରତୀୟ ଟି-୨୦ ଟିମରେ ମଧ୍ୟ ଚୟନ କରାଯାଇଛି।

Google
ତେବଟିୟାଙ୍କର ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ:

ଆଇପିଏଲ ପରେ ହରିଆଣାର ଏହି ଖେଳାଳି ଘରୋଇ ୭ ଟି ମ୍ୟାଚ ଖେଳିବାର ନଜର ଆସିଛନ୍ତି। ଏଥିରେ ସେ ୪ ୱିକେଟ ନେବା ସହ ଏକ ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି। କଟ୍ରେଲ ଆଇପିଏଲର ପୂର୍ବ ସିଜନରେ ୬ ମ୍ୟାଚରେ ୬ ଟି ୱିକେଟ ଅକ୍ତିଆର କରିଥିଲେ। ତାଙ୍କ ଇକୋନୋମିରେଟ ୮.୮୦ର ରହିଥିଲା। ଏହା କାରଣ ଥିଲା କି ତାଙ୍କର ଏହି ପ୍ରଦର୍ଶନ ଦେଖି ଏଥର କୌଣସି ଟିମ ତାଙ୍କୁ କିଣିନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *