ଆଇପିଏଲ ୨୦୨୧ ଅକ୍ସନ:ଭାଙ୍ଗି ଯାଇଥିଲା ବିଶ୍ୱକପ ଖେଳିବାର ସ୍ୱପ୍ନ,ଏବେ ଏହି ଖେଳାଳି ହେଲେ IPLରେ ମାଲାମାଲ।

ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜାୟ ରିଚର୍ଡସନଙ୍କ ଉପରେ ଆଇପିଏଲ ନିଲାମୀରେ ଅଧିକ ଦାମ ଲଗାଯାଇଛି। ଏହି ବୋଲରଙ୍କୁ ପଞ୍ଜାବ କିଙ୍ଗସ ୧୪ କୋଟିରେ କିଣିଛି। ତାଙ୍କର ବେସ ପ୍ରାଇଜ ଦେଢ କୋଟି ଟଙ୍କା ଥିଲା। ନିଲାମୀ ସମୟରେ ତାଙ୍କୁ କିଣିବା ପାଇଁ ଆରସିବି ଓ ଦିଲ୍ଲୀ ମଧ୍ୟ ଦାବି ଲଗାଇଥିଲେ କିନ୍ତୁ ବାଜି ପଞ୍ଜାବ ମାରିଥିଲା। ରିଚର୍ଡସନ ଆଇପିଏଲ ଇତିହାସରେ ସବୁଠୁ ଦାମୀ ଖେଳାଳିମାନଙ୍କ ମଧ୍ୟରୁ ଜଣେ। ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ପେଟ କମିନ୍ସଙ୍କୁ କୋଲକତା ନାଇଟ ରାଇଡ଼ର୍ଶ ପୂର୍ଵ ବର୍ଷ ୧୫.୫୦ କୋଟିର ଦାମରେ କିଣିଥିଲା କିନ୍ତୁ ଆଇପିଏଲ ୨୦୨୦ରେ ତାଙ୍କ ପ୍ରଦର୍ଶନ ଭଲ ରହିନଥିଲା। କୋଲକତାର ଏହି ଦ୍ରୁତ ବୋଲର ୧୪ ମ୍ୟାଚରେ ୧୨ ୱିକେଟ ଅକ୍ତିଆର କରିଥିଲେ।

Google

ଏହି ଦ୍ରୁତ ବୋଲର ଅଷ୍ଟ୍ରେଲିଆର ଟି-୨୦ ଲିଗ ବିଗ ବାସ ର ଏହି ସିଜନରେ ପର୍ଥ ସ୍କୋଚର୍ସ ତରଫରୁ ଖେଳି ୧୬ ରୁ ଅଧିକ ଔସତରେ ୨୯ ୱିକେଟ ହାସଲ କରିଥିଲେ। ସେ ଏବେ ପର୍ଯ୍ୟନ୍ତ ବିଗ ବାସ ଲିଗରେ ୫୩ ମ୍ୟାଚରେ ୬୯ ୱିକେଟ ଅକ୍ତିଆର କରିଛନ୍ତି। ତାଙ୍କର ଷ୍ଟାଇକରେଟ ୧୭ ଅଟେ।ବିବିଏଲର ପୂର୍ବ ସିଜନରେ ଏହି ବୋଲର ୧୩୯ ର ଷ୍ଟାଇକରେଟରେ ୯୬ ରନ ବି ବନେଇଥିଲେ।

ରିଚର୍ଡସନ ଟି-୨୦ରେ ନିତିଥର ଚାରିଟି ୱିକେଟ ଅକ୍ତିଆର କରିଛନ୍ତି:

ସେ ଅଷ୍ଟ୍ରେଲିଆ ପାଇଁ ଦୁଇଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଓ ସେଥିରେ ସେ ୨୦ ରୁ ଅଧିକ ଔସତରେ ୬ ଟି ୱିକେଟ ଅକ୍ତିଆର କରିଛନ୍ତି। ଯେବେକି ୧୩ ଏକଦିବସିୟରେ ସେ ୨୪ ୱିକେଟ ଅକ୍ତିଆର କରିଛନ୍ତି। ଏହା ଛଡା ଅଷ୍ଟ୍ରେଲିଆ ତରଫରୁ ରିଚର୍ଡସନ ୯ ଟି ଟି-୨୦ରେ ୯ ଟି ୱିକେଟ ନିଜ ନାମରେ କରିଛନ୍ତି। ସେ ଏବେ ପର୍ଯ୍ୟନ୍ତ ମୋଟ ୬୨ ଟି-୨୦ରେ ୨୨.୮୫ର ଔସତରେ ୭୮ ୱିକେଟ ଅକ୍ତିଆର କରିଛନ୍ତି। ସେ ଏହି ଫର୍ମାଟରେ ତିନିଥର ୪ ୱିକେଟ ନିଜ ନାମରେ ନାମିତ କରେଇଛନ୍ତି।

Google
ଆଘାତ କାରଣରୁ ବିଶ୍ୱକପ ଖେଳିପାରିନଥିଲେ:

ଏହି ଦ୍ରୁତ ବୋଲର ୨୦୧୭ରେ ଇଣ୍ଟରନେସନାଲ କ୍ରିକେଟରେ ଡେଭ୍ୟୁ କରିବାର ନଜର ଆସିଥିଲେ। ଆରମ୍ଭ କିଛି ମ୍ୟାଚରେ ରିଚର୍ଡସନ ନିଜର ଅଧିକ ଗତି କାରଣରୁ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ କରିଥିଲେ। ତାଙ୍କୁ ଭବିଷ୍ୟତର ଖେଳାଳି ଷ୍ଟାର ମାନା ଯାଉଥିଲା। ୨୦୧୯ ବିଶ୍ୱକପରେ ତାଙ୍କ ଜାଗା ଅଷ୍ଟ୍ରେଲିଆ ଟିମରେ ପକା ବୋଲି ମାନାଯାଉଥିଲା କିନ୍ତୁ ତାଙ୍କ ବେଗରେ ସେବେ ବ୍ରେକ ଲାଗିଥିଲା ଯେବେ ୟୁଏଇରେ ପାକିସ୍ତାନ ସହ ଏକ ମ୍ୟାଚରେ ତାଙ୍କୁ ଆଘାତ ଲାଗିଥିଲା। ଏହି ଆଘାତ କାରଣରୁ ସେ ବିଶ୍ୱକପ ଖେଳିପାରିନଥିଲେ ଓ ଇଂଲଣ୍ଡ ବିରୁଦ୍ଧରେ ଖେଳାଯାଇଥିବା ଆସେସ କପ ମଧ୍ୟ ସେ ଖେଳିପାରିନଥିଲେ। ଆଘାତ ପରେ ଫେରିବା ପରେ ସେ ଧମାକାଦାର ଫେରିଛନ୍ତି। ଏବେ ଆଇପିଏଲ ନିଲାମୀରେ ତାଙ୍କୁ ମୋଟା ପଇସାରେ କିଣାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *