ଏହି ପୂର୍ବ ଭାରତୀୟ ଖେଳାଳି କହିଲେ ଧୋନିଙ୍କ ଜିତିବାର ରହସ୍ୟ, ଚାରିଆଡେ ଭାଇରଲ

ଭାରତୀୟ ଦଳର ଅନେକ ଜଣ ଅଧିନାୟକ ହୋଇ ସାରିଲେଣି। ଆମେ ସୌରଭ ଗାଙ୍ଗୁଲି ଓ ବିରାଟ କୋହଲିଙ୍କୁ ଭାରତୀୟ କ୍ରିକେଟ ଦଳର ନେତୃତ୍ୱ କରୁଥିବାର ଦେଖିଛେ଼ କିନ୍ତୁ ଯେତେବେଳେ ଆମେ ସବୁଠାରୁ ସଫଳ ଅଧିନାୟକଙ୍କ ବିଷୟରେ ଆଲୋଚନା କରୁଛୁ ସେତେବେଳେ ଆମେ ଧୋନିଙ୍କ ନାମ ହିଁ ନେଇଥାଉ। ଏହା ସହିତ ଏବେ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା କହିଛନ୍ତି ଧୋନିଙ୍କ ଜିତିବାର ରହସ୍ୟ।ସେ ଏବେ ଆନ୍ତର୍ଜାତୀୟ ମ୍ୟାଚ ମାନଙ୍କରେ ସବୁଠାରୁ ଭଲ ଅଧିନାୟକ କିଏ ତାହାର ତୁଳନା କରିଛନ୍ତି।

Google

ସେ ଏହି ତୁଳନାରେ ସୌରଭ ଗାଙ୍ଗୁଲି,ବିରାଟ କୋହଲି ଓ ଧୋନିଙ୍କ ତୁଳନା କରିଛନ୍ତି। ଏହା ସହିତ ସେ ଏହା ମଧ୍ୟ କହିଛନ୍ତି କି ଧୋନି କଣ ପାଇଁ ଆନ୍ତର୍ଜାତୀୟ ମ୍ୟାଚ ମାନଙ୍କରେ ଅଧିକ ସଫଳତା ପାଇଛନ୍ତି। ତେବେ ତାଙ୍କ କହିବା ଅନୁସାରେ ଧୋନି କେବେବି କୌଣସି ମ୍ୟାଚ ପୂର୍ବରୁ ନିଜର ଖେଳାଳି ମାନଙ୍କୁ କେବେ ମଧ୍ୟ ଅସୁରକ୍ଷିତ ଅନୁଭବ କରାଇ ଦିଅନ୍ତି ନାହିଁ। ତେବେ ଧୋନିଙ୍କ ନେତୃତ୍ୱରେ ଭାରତୀୟ ଦଳ ୩ ଟି ଆଇସିସିର ପ୍ରତିଯୋଗିତାରେ ଚାମ୍ପିଅନ ହୋଇଛି। ତେବେ ସେଥିପାଇଁ ଧୋନୀଙ୍କୁ ଭାରତୀୟ ଦଳର ସର୍ବଶ୍ରେଷ୍ଠ ଅଧିନାୟକ ଭାବରେ ବିବେଚନା କରାଯାଉଛି।

ସେ ୨୦୦୭ ମସିହାରେ ଟି ୨୦ ବିଶ୍ଵକପ,୨୦୧୧ ମସିହାରେ ୫୦ ଓଭର ଖେଳରେ ବିଶ୍ଵକପ ଓ ୨୦୧୩ ରେ ଚାମ୍ପିଅନ ଟ୍ରଫି ଜିତିଛନ୍ତି। ଧୋନିଙ୍କୁ ଯାହା ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକ କରିଥାଏ ତାହା ହେଉଛି ସେ ନିଜ ଦଳରେ ଅଧିକ ପରିବର୍ତ୍ତନ କରନ୍ତି ନାହିଁ। ଏହା ସହିତ ସେ କୌଣସି ଖେଳାଳିଙ୍କୁ ଅସୁରକ୍ଷିତ ଅନୁଭବ କରାନ୍ତି ନାହିଁ। ଏହା ସହିତ ପ୍ରତ୍ୟେକ ବଡ଼ ବଡ଼ ପ୍ରତିଯୋଗୀତାରେ ତାଙ୍କ ପାଖରେ ରନ ବାନାଇବା ପାଇଁ ବହୁତ ଭଲ ଭଲ ଖେଳାଳି ରହିଥାନ୍ତି। ଏହା ସହିତ ସେ କୌଣସି ଖେଳାଳିଙ୍କ ଉପରେ କ୍ରୋଧିତ ହୁଅନ୍ତି ନାହିଁ।

Google

ଯେତେବେଳେ କୌଣସି ଦଳ କ୍ୱାଟର ଫାଇନାଲ, ସେମି ଫାଇନାଲ ଓ ଫାଇନାଲରେ ପହଞ୍ଚି ଥାଏ ଯଦି ସେହି ଦଳ କମ ରୁ କମ ଭୁଲ କରିଥାଏ ତେବେ ସେହି ଦଳ ଜିତି ଯାଇଥାଏ। ଏହା ସହିତ ସେ ସେହି ଦଳ ସହିତ ଫାଇନାଲ ଯାଇଥାନ୍ତି ଯେଉଁ ଦଳ ସହିତ ସମସ୍ତ ଖେଳାଳୀମାନେ ନିର୍ଭୟ ଅନୁଭବ କରିଥାନ୍ତି। ଫଳରେ ସମସ୍ତ ଖେଳାଳି ଭଲଭାବରେ ପ୍ରଦର୍ଶନ କରିଥାନ୍ତି। ତେବେ ସୌରଭ ଗାଙ୍ଗୁଲିଙ୍କ ଅଧୀନରେ ଭାରତୀୟ ଦଳ ୨୦୦୩ ମସିହାରେ ବିଶ୍ଵକପ ଫାଇନାଲ ଖେଳିଥିଲା ମାତ୍ର ଅଷ୍ଟ୍ରେଲିଆ ହାତରୁ ପରାଜୟ ବରଣ କରିଥିଲା।

ତେବେ କହିରଖୁଚୁ କି କୋହଲି ବି ଖରାପ ଅଧିନାୟକ ନୁହନ୍ତି। ତାଙ୍କ ରେକର୍ଡ ପରସେଣ୍ଟଜ ଭଲ ରହିଛି। ଦଳ ଲଗାତାର ଭାବେ ସେମି ଫାଇନାଲ ଏବଂ ଫାଇନାଲକୁ ଉତ୍ତୀର୍ଣ୍ଣ ହେବାର ନଜର ଆସୁଛି। ଯାହା ବହୁତ ବଡ଼ କଥା ଅଟେ। କୋହଲି ୨୦୧୯ ବିଶ୍ଵକପ ସେମି ଫାଇନାଲ,୨୦୨୧ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଓ ୨୦୧୭ ରେ ଚାମ୍ପିଅନସ ଟ୍ରଫି ଫାଇନାଲ ଖେଳିଥିଲା। ମାତ୍ର ଭାରତକୁ ଏହି ସମସ୍ତ ଖେଳରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା କିନ୍ତୁ ବର୍ତ୍ତମାନ ସମସ୍ତେ ଆଶା କରୁଛନ୍ତି କି ଭାରତ ଆଗକୁ ଖେଳିବାକୁ ଥିବା ଟି ୨୦ ବିଶ୍ଵକପ ଖେଳିବା ସହିତ ବିଜୟ ହାସଲ କରିବ ଓ ସମସ୍ତ ଆଲୋଚକଙ୍କ ମୁହଁ ବନ୍ଦ କରିଦେବ। ତେଣୁ ବର୍ତ୍ତମାନ ସମସ୍ତଙ୍କର ନଜର ଆଗକୁ ଖେଳା ଯିବାକୁ ଥିବା ବିଶ୍ଵକପ ଉପରେ। ଯାହା ଏହି ବର୍ଷ ଖେଳାଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *