ଏହି ଷ୍ଟାର ବ୍ୟାଟ୍ସମାନ ହେଲେ ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ। ଶ୍ରେୟାସ ଆୟର ଟୁର୍ଣ୍ଣାମେଣ୍ଟରୁ ବାହାର। ପଢନ୍ତୁ ସମ୍ପୂର୍ଣ୍ଣ ଖବର।

ଟିମ ଇଣ୍ଡିଆର ଧମାକାଦାର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବେ କ୍ୟାପଟେନ ବି ହେଇ ଯାଇଛନ୍ତି। ଶ୍ରେୟାସ ଆୟରଙ୍କର ଆହତ ହେବା ପରେ ଦିଲ୍ଲୀ କ୍ୟାପିଟାଲସ ଟିମ ତାଙ୍କୁ ଅଧିନାୟକ କରି ଦେଇଛି। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ୨୦୨୧ ରେ ଶ୍ରେୟସ ଆୟର ଆହତ ହେଇ ଯାଇଥିଲେ। ଏହା ହି କାରଣ କି ଦିଲ୍ଲୀ କ୍ୟାପିଟାଲସ ଟିମ ମ୍ୟାନେଜମେଣ୍ଟ ଋଷଭ ପନ୍ତଙ୍କୁ ଅଧିନାୟକ ପଦବୀ ଦେଇ ଦେଇଛି। ରିପୋର୍ଟ ମୁତାବିକ ଶ୍ରେୟାସ ଆୟରଙ୍କର କାନ୍ଧରେ ଆଘାତ ଲାଗିଛି ଆଉ ଏହାର ଅପରେସନ କରାଯିବ। ସେ ଆଗ ୩-୪ମାସ ଯାଏ କ୍ରିକେଟ ଠାରୁ ଦୂରରେ ରହିବେ।

Google

ଦିଲ୍ଲୀ କ୍ୟାପିଟାଲସଙ୍କ ପାଖରେ ଅଧିନାୟକ ହେବା ପାଇଁ ଷ୍ଟିଭ ସ୍ମିଥ, ଶିଖର ଧୱନ, ଆଜିଙ୍କ୍ୟ ରାହାଣେ ଆଉ ଆର ଅଶ୍ୱିନଙ୍କ ଭଳି କିମ୍ବଦନ୍ତୀ ଖେଳାଳି ଅଛନ୍ତି ମାତ୍ର ଦିଲ୍ଲୀ ଟିମ ପନ୍ତଙ୍କ ଉପରେ ଭରସା ଦେଇଛି ଆଉ ପନ୍ତ ଆୟରଙ୍କ ପରେ ଉପ ଅଧିନାୟକ ରହିଥିଲେ ଆଉ ତାଙ୍କ ଯିବା ପରେ ତାଙ୍କର କ୍ୟାପଟେନ ହେବା ତୟ ହେଇଗଲା।

କିମ୍ବଦନ୍ତୀ ଖେଳାଳି ମାନେ ଦିଲ୍ଲୀର ଅଧିନାୟକ ହେଇ ସାରିଛନ୍ତି:

ଆପଣଙ୍କୁ କହି ରଖୁଛୁ କି ପନ୍ତ ଅଧିନାୟକ ହେବା ଆଗରୁ ଆହୁରି ଅନେକ ଦିଗଜ ଖେଳାଳି ଏହି ଟିମର ଅଧିନାୟକ ହେଇ ସାରିଛନ୍ତି। ସେମାନଙ୍କ ଭିତରେ ଗୌତମ ଗମ୍ଭୀର, ବିରେନ୍ଦ୍ର ସେହ୍ଵାଗ, ଦିନେସ କାର୍ତ୍ତିକ, ଜେମ୍ସ ହୋପସ, ମାହେଲା ଜୟବର୍ଦ୍ଧନେ, କେଭିନ ପିଟରସନ, ଜେପି ଡୁମିନି, ଡେଭିଡ ୱାର୍ଣର, ଜାହିର ଖାନ, କରୁନ ନାୟର ଆଉ ଶ୍ରେୟସ ଆୟର ଅନ୍ୟତମ। ଏହି ଅଧିନାୟକ ମାନଙ୍କ ଭିତରୁ ଆଉ କେହି ସେମାନଙ୍କୁ ଟ୍ରଫି ଡେଇ ପାରିନାହାନ୍ତି। ଆଶା ଅଛି କି ଏଥର ପନ୍ତ ଅଧିନାୟକ ହେବା ପରେ ଦିଲ୍ଲୀ ଟିମ ଚାମ୍ପିୟାନ ହେଇ ପାରିବ। କହିରଖୁଛୁ ଆଇପିଏଲର ଆରମ୍ଭ ୯ ଏପ୍ରିଲକୁ ହେବାକୁ ଯାଉଛି।

Google
କାହିଁକି ପନ୍ତ ଅଧିନାୟକ ହେଲେ:

ଦିଲ୍ଲୀ କ୍ୟାପିଟାଲସଙ୍କର ହେଡ କୋଚ ରିକି ପଣ୍ଟିଙ୍ଗ କହିଲେ କି ପନ୍ତଙ୍କର ଅଷ୍ଟ୍ରେଲିଆ ତଥା ଇଂଲଣ୍ଡ ବିପକ୍ଷରେ ଏପ୍ରକାର ଦମଦାର ପ୍ରଦର୍ଶନ ଦେଖି ଆମେ ବହୁତ ଆଶ୍ଚର୍ଯ୍ୟ ଚକିତ ହେଇଗଲୁ ଆଉ ତାଙ୍କ ଭିତରେ ଏବେ ଆତ୍ମବିଶ୍ୱାସ ଭରା ହେଇ ସାରିଥିବ। ଏହା ହିଁ ତାଙ୍କ ପାଇଁ ମୌକା କି ସେ ଜଣେ ଯୁବ ଅଧିନାୟକ ଭାବେ ନିଜର ପରିଚୟ ସଭିଙ୍କ ସାମ୍ନାରେ ଦେଇ ପାରିବେ। ତେଣୁ ଆମେ ତାଙ୍କୁ ଅଧିନାୟକ ହେବାର ଚାନ୍ସ ଦେଇଛୁ।

Google
ଦିଲ୍ଲୀ କ୍ୟାପିଟାଲସଙ୍କ ପାଇଁ ପନ୍ତଙ୍କର ଅଶୋଭନୀୟ ରେକର୍ଡ:

ପନ୍ତ ୨୦୧୬ ମସିହାରେ ଆଇପିଏଲରେ ନିଜର ଡେବ୍ୟୁ କରିବାର ନଜର ଆସିଥିଲେ ଆଉ ଦିଲ୍ଲୀ କ୍ୟାପିଟାଲସ ଏହି ଧୂଆଁଦାର ଖେଳାଳିଙ୍କ ଉପରେ ନିଜର ବାଜି ଲଗାଇଥିଲେ ଆଉ ପନ୍ତ ବି ତାଙ୍କର ଭରସା ସାବ୍ୟସ୍ତ କରିଥିଲେ। ସେ ଏଯାଏ ଦିଲ୍ଲୀ କ୍ୟାପିଟାଲସଙ୍କ ପାଇଁ ୬୮ଟି ମ୍ୟାଚରେ ୩୫.୨୩ ହାରରେ ୨୦୭୯ ରନ କରି ସାରିଛନ୍ତି ଯାହା ଭିତରେ କି ତାଙ୍କର ଷ୍ଟ୍ରାଇକ ରେଟ ୧୫୧.୯୭ ଅଛି ଯାହା କି ଅବିଶ୍ୱାସନୀୟ ଅଟେ। ପନ୍ତ ୨୦୧୮ ମସିହାରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୧୨୮ ରନ ନଟ ଆଉଟ ବନେଇ ସାରିଛନ୍ତି ଯାହା କି ତାଙ୍କର ଆଇପିଏଲର ସର୍ବାଧିକ ରନ ଅଟେ। ସେ ଏଯାଏ ୧୨ଟି ଅର୍ଧଶତକ ମାରି ସାରିଛନ୍ତି ଆଉ ତାଙ୍କ ବ୍ୟାଟରୁ ୧୦୩ ଛକା ବାହାରି ସାରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *