ବିବାହ ବନ୍ଧନରେ ବାନ୍ଧିହେଲେ ଷ୍ଟାର ଭାରତୀୟ ବୋଲର,ପତ୍ନୀଙ୍କ ସହିତ ଷ୍ଟେଜରେ ଖେଳିଲେ କ୍ରିକେଟ।

କରୋନା ଭାଇରସ କାରଣରୁ ବରୁଣ ଚକ୍ରବର୍ତ୍ତୀଙ୍କୁ ଏହି ସମୟ ପାଇଁ ବହୁତ ଲମ୍ବା ସମୟ ଅପେକ୍ଷା କରିବାକୁ ପଡିଲା। କାରଣ ଲକଡାଉନ କାରଣରୁ ବରୁଣ ଚେନ୍ନାଇରେ ଥିଲେ ଓ ତାଙ୍କ ପତ୍ନୀ ନେହା ମୁମ୍ବାଇରେ ଫସିଯାଇଥିଲେ।

Google

ଆଘାତ କାରଣରୁ ଅଷ୍ଟ୍ରେଲିଆ ଗ୍ରସ୍ତରୁ ହଟିବା ପାଇଁ ବାଧ୍ୟ ହୋଇଥିବା ମିଷ୍ଟ୍ରି ସ୍ପିନର ନାମରେ ପରିଚିତ ବରୁଣ ଚକ୍ରବର୍ତ୍ତୀ ବିବାହ ବନ୍ଧନରେ ବାନ୍ଧିହେଲେ। ସେ ଗାର୍ଲଫ୍ରେଣ୍ଡ ନେହା ଖେଡେକରଙ୍କ ସହିତ ବିବାହ କଲେ । ଏହି ବର୍ଷ ଆଇପିଏଲରେ କୋଲକତା ନାଇଟ ରାଇଡ଼ର୍ସ ପଟେ ଖେଳି ଧମାଲ କରିଥିବା ବରୁଣ ଚକ୍ରବର୍ତ୍ତୀଙ୍କୁ ଏହି ସମୟ ପାଇଁ ବହୁତ ଲମ୍ବା ସମୟ ଅପେକ୍ଷା କରିବାକୁ ପଡିଲା। କାରଣ ଲକଡାଉନ କାରଣରୁ ବରୁଣ ଚେନ୍ନାଇରେ ଥିଲେ ଓ ତାଙ୍କ ପତ୍ନୀ ନେହା ମୁମ୍ବାଇରେ ଫସିଯାଇଥିଲେ। ଏଥିପାଇଁ ବିବାହକୁ ସ୍ତଗୀତ ରଖିବାକୁ ପଡିଲା। ଦୁଇଥର ଆଇପିଏଲର ବିଜେତା କୋଲକତା ନାଇଟ ରାଇଡ଼ର୍ସ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇ ଏକ ଭିଡ଼ିଓ ସେୟାର କରିଛି।ଯେଉଁଥିରେ ବରୁଣ ରିସିପ୍ସନ ସମୟରେ ନିଜ ପତ୍ନୀଙ୍କ ସହ କ୍ରିକେଟ ଖେଳୁଥିବା ଦେଖାଯାଇଛି। ସେ ନିଜ ପତ୍ନୀଙ୍କୁ ଵୋଲିଙ୍ଗ କରୁଥିବା ଦେଖାଯାଉଛି।

Google

ବରୁଣଙ୍କୁ ଆଇପିଏଲର ୧୩ ତମ ସଂସ୍କରଣରେ ଶାହାରୁଖ ଖାନଙ୍କ ଟିକ କେକେଆର ଅଧିକ ଟଙ୍କାରେ କିଣିଥିଲା। ଏହା ପରେ ଏହି ବୋଲର ନିଜ ଟିମକୁ ନିରାଶ ନ କରି ଆଇପିଏଲର ଏହି ସିଜନରେ ୬.୮୪ର ଇକୋନୋମି ରେଟରେ ମୋଟ ୧୭ ଟି ୱିକେଟ ଅକ୍ତିଆର କରିଥିଲେ।ଆଇପିଏଲରେ ସୁନ୍ଦର ପ୍ରଦର୍ଶନ ପରେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜରେ ମୌକା ମିଳିଥିଲା।

କିନ୍ତୁ ଆଘାତ କାରଣରୁ ସେ ଟିମରୁ ବାହାର ହୋଇଗଲେ ଓ ଟି ନଟରାଜନଙ୍କୁ ତାଙ୍କ ଜାଗାରେ ଟିମରେ ସାମିଲ କରାଗଲା। ନଟରାଜନ ମଧ୍ୟ ମୌକାର ଭଲ ଫାଇଦା ଉଠାଇଲେ। ତାଙ୍କୁ ଅଷ୍ଟ୍ରେଲିଆ ବିରୁଦ୍ଧରେ ଶେଷ ଓ ତୃତୀୟ ଦିନିକିଆରେ ଡେବ୍ୟୁ କରିବାକୁ ମୌକା ମିଳିଲା। ଏହା ପରେ ସେ ତିନୋଟି ଟି-୨୦ ମ୍ୟାଚରେ ମଧ୍ୟ ଖେଳିଲେ। ନଟରାଜନ ୪ଟି ମ୍ୟାଚରେ ମୋଟ ୮ଟି ୱିକେଟ ଅକ୍ତିଆର କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *