IND VS ENG :ଟିମ ଇଣ୍ଡିଆରେ ସାମିଲ ହେଲେ ଏହି ଘାତକ ବୋଲର, ଫିଟନେସ ଟେଷ୍ଟ କଲେ ପାସ।

ଟିମ ଇଣ୍ଡିଆ ପାଇଁ ଖୁସି ଖବର । ବାମହାତୀ ପ୍ରେସ ବୋଲର ଫିଟନେସ ଟେଷ୍ଟ ପାସ କରିଛନ୍ତି। ସେ ଇଂଲଣ୍ଡ ସହ ଖେଳାଯାଉଥିବା ଚତ୍ରୁର୍ଥ ଟି-୨୦ରେ ଗୁରୁବାରକୁ ଅହମ୍ମଦାବାଦରେ ପହଁଚିଛନ୍ତି। ଅଷ୍ଟ୍ରେଲିଆ ଗ୍ରସ୍ତରେ ତିନୋଟି ଯାକ ଫର୍ମାଟରେ ଡେଭ୍ୟୁ କରିଥିବା ୨୯ ବର୍ଷୀୟ ନଟରାଜନ କାନ୍ଧ ଓ ଗୋଡ଼ରେ ଆଘାତ ଲାଗିବା କାରଣରୁ ଇଂଲଣ୍ଡ ବିରୁଦ୍ଧରେ ଖେଳାଯାଉଥିବା ପ୍ରଥମ ଚାରିଟି ଟି-୨୦ ମ୍ୟାଚରେ ଖେଳିପାରି ନାହାଁନ୍ତି।

Google

ଭାରତୀୟ କ୍ରିକେଟ ବୋର୍ଡର ଜଣେ ସିନିୟର ଅଧିକାରୀ ପିଟିଆଇକୁ କହିଛନ୍ତି ,”ନଟରାଜନ ୟୋ ୟୋ ଟେଷ୍ଟ ସହ ଦୁଇ କିଲୋମିଟର ଦୌଡ଼ ଓ ଅନ୍ୟାନ୍ୟ ଟେଷ୍ଟ ପାସ କରିଯାଇଛନ୍ତି। ସେ ଅଳ୍ପ ଦିନ ତଳୁ ଅହମ୍ମଦାବାଦରେ ପହଁଚିଯାଇଥିଲେ କିନ୍ତୁ ସୁରକ୍ଷା ବାତାବରଣରେ ନଥିବା କାରଣରୁ ତାଙ୍କୁ ଅଳ୍ପ ଦିନ ପାଇଁ ଅଲଗା ରଖାଯାଇଥିଲା।

ନଟରାଜନ ଏବେ ଟିମ ସହ ଯୋଡି ହୋଇଯାଇଛନ୍ତି ତ ଏବେ ତାଙ୍କର ଦିନିକିଆ ସିରିଜ ଖେଳିବାର ଆଶା ପୁରା ଦେଖାଯାଉଛି। ଅଷ୍ଟ୍ରେଲିଆ ଗ୍ରସ୍ତରେ ଏହି ବାମହାତୀ ପ୍ରେସ ବୋଲର ସମସ୍ତଙ୍କୁ ମନକୁ କିଣିନେଇଥିଲେ।

Google

ଟି ନଟରାଜନ ଅଷ୍ଟ୍ରେଲିଆ ଗ୍ରସ୍ତରେ ତିନୋଟି ଟି-୨୦ରେ ୬ ଟି ୱିକେଟ ଅକ୍ତିଆର କରିଛନ୍ତି। ଏହା ସହ ଗୋଟେ ଏକଦିବସିୟରେ ୨ ଟି ୱିକେଟ ଓ ଟେଷ୍ଟରେ ମଧ୍ୟ ୩ଟି ୱିକେଟ ଅକ୍ତିଆର କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *