ରାଜସ୍ଥାନକୁ ଆରମ୍ଭରେ ହିଁ ଲାଗିଲା ଝଟକା। ୪୬ ୱିକେଟ ନେଇଥିବା ଏହି ଷ୍ଟାର ଖେଳାଳି ଖେଳିବେନି ଏତିକି ମ୍ୟାଚ।

ଆଇପିଏଲକୁ ଆରମ୍ଭ ହେବାକୁ ଆଉ ମାତ୍ର ଅଢେ଼ଇ ସପ୍ତାହ ଅଛି ଆଉ ଏହା ଭିତରେ ସମସ୍ତ ଟିମ ମାନଙ୍କର ଖେଳାଳି ତାଙ୍କର ପ୍ରସ୍ତୁତିରେ ଲାଗି ପଡିଛନ୍ତି। ସମସ୍ତ ଟିମ ତାଙ୍କ କ୍ୟାମ୍ପ ମାନଙ୍କରେ ଏବେ ଟ୍ରେନିଂ କରୁଛନ୍ତି ଆଉ କିଛି ଖେଳାଳି ଆନ୍ତର୍ଜାତୀୟ ମ୍ୟାଚ ମାନଙ୍କରେ ଲାଗି ପଡିଛନ୍ତି। ଏହା ଭିତରୁ ସବୁଠୁ ଅଧିକ ଭାରତ ଆଉ ଇଂଲଣ୍ଡର ଖେଳାଳି ଅଛନ୍ତି। ଏହି ଦୁଇ ଦେଶ ଭିତରେ ଟି ଟ୍ୱେଣ୍ଟି ସିରିଜ ଏହି ୨୦ ମାର୍ଚ୍ଚ କୁ ହି ସମାପ୍ତ ହେଲା। ସେମାନେ ପୁଣି ୨୩ ତାରିଖ ଠାରୁ ଓଡ଼ିଆଇ ସିରିଜ ପାଇଁ ଭିଡ଼ିବେ ଯାହାର ଟିମ ଘୋଷଣା ବି ଇଂଲଣ୍ଡ ତରଫରୁ ହେଇଯାଇଛି। ଏଥିରେ ଇଂଲଣ୍ଡ ଟିମ ପାଇଁ ଏକ ବଡ଼ ଝଟକା ଅଛି ଆଉ ତାହା ଆଇପିଏଲ ଟିମ ରାଜସ୍ତାନ ରୟଲସଙ୍କ ପାଇଁ ବି ଅଛି। ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓଡ଼ିଆଇ ଟିମରେ ସ୍ଥାନ ପାଇଁ ନାହାନ୍ତି ଆଉ ଇଂଲଣ୍ଡ କ୍ରିକେଟ ବୋର୍ଡ ଅନୁସାରେ ସେ ଆଇପିଏଲର ଆରମ୍ଭ କିଛି ମ୍ୟାଚରେ ବି ଉପଲବ୍ଧ ରହିବେ ନାହିଁ।

Google

ଭାରତ ଆଉ ଇଂଲଣ୍ଡ ଭିତରେ ଥିବା ଏକଦିବସିୟ ସିରିଜ ପରେ ପୁରା ଦୁନିଆର ନଜର ଇଣ୍ଡିଆନ ପ୍ରିମିଆର ଲିଗ ଉପରେ ରହିବ। ୯ ଅପ୍ରେଲ ଠାରୁ ଆରମ୍ଭ ହେବାକୁ ଥିବା ଏହି ଲିଗ ପ୍ରାୟ ୫୨ ଦିନ ଯାଏ ଚାଲିବ ଆଉ ୬୦ଟି ମ୍ୟାଚ ଖେଳା ଯିବ। କରୋନା ଭାଇରସ ବିପଦ ପରେ ବି ଏଥର ଭାରତରେ ଆଇପିଏଲ ଅନୁଷ୍ଠିତ ହେବ।

କହୁଣୀରେ ଆଘାତ ପାଇଁ ଆରମ୍ଭରୁ କିଛି ଦିନ ପାଇଁ ବାହାର:

ମାତ୍ର ଏହା ଭିତରେ ରାଜସ୍ଥାନକୁ ଏକ ବଡ଼ ଝଟକା ଲାଗିଛି। ଇଂଲଣ୍ଡର ଦ୍ରୁତ ବୋଲର ଜୋଫ୍ରା ଆର୍ଚର କହୁଣୀରେ ଆଘାତ ଲାଗିବା କାରଣରୁ କେବଳ ଏକଦିବସିୟ ସିରିଜରୁ ହିଁ ନୁହଁ ବରଂ ପୁରା ଆଇପିଏଲର କିଛି ମ୍ୟାଚରୁ ହି ବାହାରି ଯାଇଛନ୍ତି।

“ଇସିବିର ମେଡ଼ିକାଲ ଟିମ ଆର୍ଚର ଙ୍କର ଯାଞ୍ଚ କରିବ ଆଉ ତାଙ୍କ ଖେଳରେ ଫେରିବାର ଦିଗ ଦେଖି ନିର୍ଣ୍ଣୟ କରିବେ। ଏହାପରେ ହିଁ କହିବେ କି ସେ ଖେଳିବେ କି ନାହିଁ।”

Google

ଆର୍ଚରଙ୍କର ଡାହାଣ ହାତ କହୁଣୀରେ ଟେଷ୍ଟ ସିରିଜ ଆରମ୍ଭରୁ ହି ତକଲିଫ ଥିଲା ଯାହା କି ଟି ଟ୍ୱେଣ୍ଟି ସିରିଜ ପରେ ପୁରା ବାହାରି ଗଲା। ମାତ୍ର ଆର୍ଚର ଟି ଟ୍ୱେଣ୍ଟି ସିରିଜର ସବୁ ମ୍ୟାଚ ଖେଳିଲେ ଆଉ ୪ଓଭର ସ୍ପେଲ ବି ପୁରା କଲେ।

ପୂର୍ବ ବର୍ଷ ରାଜସ୍ଥାନ ପାଇଁ ସବୁଠୁ ସଫଳ ବୋଲର:

ଆର୍ଚର ପୂର୍ବ ତିନି ବର୍ଷ ହେବ ରାଜସ୍ଥାନ ରୟଲସଙ୍କର ଏକ ପାର୍ଟ ଅଛନ୍ତି। ସେ ୨୦୧୮ରୁ ହି ରାଜସ୍ଥାନ ପାଇଁ ଖେଳୁଛନ୍ତି ଆଉ ଭଲ ପ୍ରଦର୍ଶନ କରିଛନ୍ତି। ପୂର୍ବ ସଂସ୍କରଣରେ ସେ ରାଜସ୍ଥାନ ପାଇଁ ସବୁଠୁ ଭ୍ୟାଲୁଏବୁଲ ପ୍ଲେୟର ରହିଲେ ଆଉ ରାଜସ୍ଥାନ ପାଇଁ ୧୪ ମ୍ୟାଚରେ ସର୍ବାଧିକ ୨୦ୱିକେଟ ଅକ୍ତିଆର କରିଥିଲେ। ଆର୍ଚର ଏଯାଏ ୩୫ ମ୍ୟାଚରେ ୪୬ ୱିକେଟ ନେଇସାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *