ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ମ୍ୟାଚ ୪ ମାର୍ଚ୍ଚ ନରେନ୍ଦ୍ରମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ମ୍ୟାଚ ପୂର୍ବରୁ ଭାରତକୁ ବଡ ଝଟକା ଲାଗିଛି। ଟିମର ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମରା ଶେଷ ଟେଷ୍ଟରୁ ବାଦ ପଡିଛନ୍ତି। ସେ ନିଜେ ବିସିସିଆଇଙ୍କୁ ବାହାର ହେବାର ଅନୁମତି ମାଗିଥିଲେ। ସେ ବ୍ୟକ୍ତିଗତ କାରଣ ପାଇଁ ଟିମରୁ ବାହାର ହୋଇଛନ୍ତି।

ବୋର୍ଡର ସଚିବ ଜୟ ସାହା ଏକ ବିଜ୍ଞପ୍ତିରେ କହିଛନ୍ତି,”ନିଜ କାରଣ ପାଇଁ ସେ ଚତୁର୍ଥ ଟେଷ୍ଟ ଖେଳିବେ ନାହିଁ। ତାଙ୍କୁ ଟିମରୁ ବାହାର କରି ଦିଆଯାଇଛି ଓ ଚୟନ ମଧ୍ୟରେ ସେ ନାହାନ୍ତି।”ବୁମରାଙ୍କୁ ସୀମିତ ଓଭର ପାଇଁ ପ୍ରଥମରୁ ହିଁ ବିଶ୍ରାମ ଦିଆହୋଇଛି।
ଟିମରୁ ବାହାରିବା ପରେ ବୁମରାଙ୍କ ଘରୋଇ ମାଟିରେ ୱିକେଟ ନେଵାର ସ୍ଵପ୍ନ ଅଧୁରା ରହିଗଲା। ଏହାପାଇଁ ତାଙ୍କୁ ଅପେକ୍ଷା କରିବାକୁ ହେବ। ତୃତୀୟ ଟେଷ୍ଟରେ ୨୦ ଟି ମଧ୍ୟରୁ ୱାସିଂଟନ,ଅକ୍ଷର ଓ ଅଶ୍ୱିନ ମିଶି ୧୯ ଟି ୱିକେଟ ଅକ୍ତିଆର କରିଥିଲେ। ଏକ ୱିକେଟ ଇଶାନ୍ତଙ୍କୁ ମିଳିଥିଲା। ଏହି ସିରିଜରେ ମୋଟ ବୁମରାଙ୍କୁ ୪ ଟି ୱିକେଟ ମିଳିଛି। ସେ ୨ ଟି ଟେଷ୍ଟ ମ୍ୟାଚରେ ଖେଳିଛନ୍ତି। ଚେନ୍ନାଇରେ ସେ ଖେଳିଥିଲେ ହେଲେ ଏହି ମ୍ୟାଚ ଭାରତ ହାରିଥିଲା ଏହାପରେ ଦ୍ବିତୀୟ ଟେଷ୍ଟରେ ତାଙ୍କ ଜାଗାରେ ମହମ୍ମଦ ସିରାଜ ଖେଳିଥିଲେ ଓ ଏହି ମ୍ୟାଚ ଭାରତ ବିଜୟ ଲାଭ କରିଥିଲା।

ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଟିମ: ବିରାଟ କୋହଲି(ଅଧିନାୟକ),ରୋହିତ ଶର୍ମା,ଶୁଭମାନ ଗିଲ,ଚେ ତେଶ୍ୱର ପୂଜାରା,ଆଜିଙ୍କ୍ୟ ରାହାଣେ,କେ ଏଲ ରାହୁଲ,ଋଷଭ ପନ୍ତ,ଋଦ୍ଧିମାନ ସାହ(ୱିକେଟ କିପର),ମୟଙ୍କ ଅଗ୍ରୱାଲ,ରବି ଅଶ୍ୱିନ,ଅକ୍ଷର ପଟେଲ,କୂଳଦୀପ ଯାଦବ,ଇଶାନ୍ତ ଶର୍ମା,ମହମ୍ମଦ ସିରାଜ,ୱାଶିଂଟନ ସୁନ୍ଦର ଓ ଉମେଶ ଯାଦବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।