IPL ଅକ୍ସନ:କେବେ ହେଉଥିଲା ଧନ ବର୍ଷା,ଏଥର ମିଳିଲାନି ଗୋଟେ ବି ଟଙ୍କା,ଦେଖନ୍ତୁ ଅନସୋଲ୍ଡ ରହିଥିବା ପ୍ରତିଭାଶାଳି ଖେଳାଳିଙ୍କ ଲିଷ୍ଟ।

ଆଇପିଏଲର ୧୪ ତମ ସଂସ୍କରଣ ପାଇଁ ଗୁରୁବାରକୁ ଚେନ୍ନାଇରେ ନିଲାମୀ ହୋଇଥିଲା। ନିଲାମୀରେ ପଞ୍ଜାବ କିଙ୍ଗସ ,ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର, ଚେନ୍ନାଇ ସୁପର କିଙ୍ଗସ, କେକେଆର, ଦିଲ୍ଲୀ କ୍ୟାପିଟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇ ଇଣ୍ଡିଆନ୍ସ ,ରାଜସ୍ଥାନ ରୟାଲ୍ସ ସବୁ ୮ ଟିମ ନିଜ ସ୍ଥାନ ଭରିବା ପାଇଁ ୫୭ ଖେଳାଳିଙ୍କୁ କିଣିଛନ୍ତି। ଏଥିରୁ ୨୨ ବିଦେଶୀ ଖେଳାଳି ଅଟନ୍ତି।

Google

ନିଲାମୀରେ ୨୪୧ ଖେଳାଳି ବିକ୍ରି ହେଲେନି। ନିଲାମୀରେ କିଛି ଏପରି ଖେଳାଳି ଦେଖାଗଲେ ଯାହାଙ୍କ ଉପରେ ଟିମ ପଇସା ଉଡାଇବାକୁ ପ୍ରସ୍ତୁତ ଦେଖାଗଲେ ଓ ଆଉ କିଛି ଖେଳାଳି ଯାହାକୁ କେହି ମଧ୍ୟ କିଣିଲେ ନାହିଁ କିନ୍ତୁ କିଛି ଏପରି ବଡ଼ ନାମ ମଧ୍ୟ ସାମିଲ ଅଛି ଯାହାଙ୍କୁ ମଧ୍ୟ ଟିମ କିଣିବା ପାଇଁ ଆଗ୍ରହ ପ୍ରକାଶ କଲେ ନାହିଁ। ଯେବେକି ଆଗରୁ ଟିମମାନେ ସେହି ଖେଳାଳିଙ୍କ ଉପରେ ଧନ ବର୍ଷା କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି। ଆଜି ସେହି ଖେଳାଳି ମାନଙ୍କ ବିଷୟରେ ଜାଣିବା ଯେଉଁମାନେ ବଡ଼ ନାମ ହୋଇମଧ୍ୟ ନିଲାମୀରେ ଅନସୋଲ୍ଡ ରହିଛନ୍ତି। ଏମାନଙ୍କ ବେସ ପ୍ରାଇଜ ଏକ କୋଟିରୁ ଉର୍ଦ୍ଧ୍ବ ଥିଲା।

ଏଥିମଧ୍ୟରୁ ଏରୋନ ଫିଞ୍ଚ, ଯେସନ ରୋୟ, ଏଲେକ୍ସ ହେଲ୍ସ, ସନ ମାର୍ସ, ସେଲ୍ଡନ କଟ୍ରେଲ, ମାର୍ଟିନ ଗପଟିଲଙ୍କ ଭଳି ଭଲ ଖେଳାଳିଙ୍କୁ ମଧ୍ୟ କେହି କିଣିଲେନି। ଏରୋନ ଫିଞ୍ଚ ସୀମିତ ଓଭର ଫର୍ମାଟରେ ଅଷ୍ଟ୍ରେଲିଆର କ୍ୟାପଟେନ। ଇଂଲଣ୍ଡର ଓପନର ଯେସେନ ରୋୟ, ୨୦୧୮ରେ ଦିଲ୍ଲୀ କ୍ୟାପିଟଲ୍ସର ଭାଗ ରହିଥିଲେ।

Google

ଅଷ୍ଟ୍ରେଲିଆର ଏଲେକ୍ସ କ୍ୟାରି ମଧ୍ୟ ଏହି ସୂଚରେ ସାମିଲ ଅଛନ୍ତି। ନବିକା ହୋଇଥିବା ସୂଚୀରେ ନୂଆ ଖେଳାଳି ମାନଙ୍କ ଅନେକ ନାମ ଅଛି। ଏଥିମଧ୍ୟରୁ ଅବି ବରୋଟ ଓ କେଦାର ଦେବଧର ନବିକା ହେବା ଆଶ୍ଚର୍ଯ୍ୟଜନକ ଅଟେ। ଏହି ଦୁହିଁଙ୍କ ପ୍ରଦର୍ଶନ ପୂର୍ବ ମାସ ଶେଷ ହୋଇଥିବା ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଭଲ ରହିଥିଲା।

ଆଇପିଏଲ ନିଲାମୀ ପୁରା ହେବା ପରେ ଯେସେନ ରାୟ ଟ୍ୱିଟର କରି ନିଜ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ଏହିବର୍ଷ ଆଇପିଏଲରେ ସାମିଲ ନହେବା ଏକ ଲଜ୍ୟାଅନୁଭବ କରିବା ଭଳି ଅଟେ। ସେହି ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇବି ଯେଉଁମାନେ ବିକାହୋଇଛନ୍ତି। ଖାସ କରି ସେହି ଖେଳାଳି ଯେଉଁମାନେ ଯେଉଁମାନେ ଅଧିକ ଟଙ୍କାରେ ବିକା ହୋଇଛନ୍ତି। ଆଇପିଏଲ ଦେଖିବା ଏଥର ଆକର୍ଷଣୀୟ ହେବ।

Google
ସେହି ସବୁ ବଡ଼ ନାମ ଯାହାଙ୍କ ଉପରେ କୌଣସି ଟିମ ଦାବି ଲଗାଇନଥିଲା:

ଖେଳାଳି: ଦେଶ

ଯେସନ ରଯ(ବ୍ୟାଟ୍ସମ୍ୟାନ): ଇଂଲଣ୍ଡ
ଏଲେକ୍ସ ହେଲ୍ସ(ବ୍ୟଟ୍ସମ୍ୟାନ): ଇଂଲଣ୍ଡ
ଏଲେକ୍ସ କ୍ୟାରି(ୱିକେଟ କିପର): ଅଷ୍ଟ୍ରେଲିଆ
ଆଦିଲ ରାସିଦ(ବୋଲର): ଇଂଲଣ୍ଡ
ସନ ମାର୍ସ(ବ୍ୟାଟ୍ସମ୍ୟାନ): ଅଷ୍ଟ୍ରେଲିଆ
ଏରୋନ ଫିଞ୍ଚ(ବ୍ୟାଟ୍ସମ୍ୟାନ): ଅଷ୍ଟ୍ରେଲିଆ
ଏବିନ ଲୁଇସ(ବ୍ୟଟ୍ସମ୍ୟାନ): ୱେଷ୍ଟଇଣ୍ଡିଜ
ସେଲ୍ଡନ କଟ୍ରେଲ(ବୋଲର): ୱେଷ୍ଟଇଣ୍ଡିଜ
ମାର୍ନସ ଲାବୁସେନ(ଅଲରାଉଣ୍ଡର): ଅଷ୍ଟ୍ରେଲିଆ
ହନୁମା ବିହାରୀ(ବ୍ୟାଟ୍ସମ୍ୟାନ): ଭାରତ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *