IND VS ENG: ଭାରତ ଇଂଲଣ୍ଡକୁ ୩୬ ରନରେ ହରେଇଲା। ୩-୨ ରେ ଜିତିଲା ଟି ୨୦ ସିରିଜ। ଏହି ଷ୍ଟାର ଖେଳାଳି ରହିଲେ ହିରୋ।

ଭାରତ ଆଉ ଇଂଲଣ୍ଡ ଭିତରେ ଖେଳା ଯାଇଥିବା ପଞ୍ଚମ ଟି ଟ୍ୱେଣ୍ଟି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଏଠାରେ ଭାରତ ଇଂଲଣ୍ଡକୁ ପଂଚମ ମ୍ୟାଚରେ ୩୬ ରନରେ ହରାଇ ଦେଇଛି ଆଉ ଏହି ସିରିଜକୁ ୩-୨ରେ ନିଜ ନାମରେ ନାମିତ କରିଛି। ଭାରତ ଟସ ହାରି ପ୍ରଥମେ ବ୍ୟାଟିଂ ନେବା ପରେ ଓପନର ରୋହିତ ଶର୍ମା ଙ୍କର ୬୪ ରନ ତଥା ଅଧିନାୟକ ବିରାଟ କୋହଲିଙ୍କର ୮୦ ରନ ନଟ ଆଉଟ ପରେ ୨୨୪ ରନ ମର ବିଶାଳ ସ୍କୋର କରି ଥିଲା। ଜବାବ ରେ ଇଂଲଣ୍ଡ ଟିମ ୮ୱିକେଟ ରେ ୧୮୮ ରନ ହିଁ କରି ପାରିଲା। ବୋଲିଂ ମାନଙ୍କ ଭିତରେ ଭୁବନେଶ୍ୱର କୁମାର ୨ଟି, ଶାର୍ଦୁଲ ୩ଟି ଆଉ ପାଣ୍ଡ୍ୟା ତଥା ନଟରାଜନ ୧-୧ ଟି ୱିକେଟ ଅକ୍ତିଆର କରିଥିଲେ।

Google

ଏହା ଆଗରୁ ଭାରତ ଲଗାତାର ୪ଥର ଟସ ହାରିବା ପରେ ବି ମ୍ୟାଚରେ ଭଲ ଫେରିଲା। ଟି ଟ୍ୱେଣ୍ଟି ବିଶ୍ୱ କପର ପ୍ରସ୍ତୁତି କରୁଥିବା ଭାରତୀୟ ଟିମ ସମସ୍ତ ପରିସ୍ଥିତିରେ ନିଜକୁ ସୁଧାରିବାକୁ ଚାହୁଁଛି। ଏମିତିରେ ସେମାନେ ସିରିଜ ଡିସାଇଡ଼ର ମ୍ୟାଚ ଥିବା ସତ୍ତ୍ୱେ ଇଂଲଣ୍ଡ ବିପକ୍ଷରେ ନିଜର ସର୍ବାଧିକ ସ୍କୋର ବି ଠିଆ କଲେ।

ଆର୍ଚର ତଥା ମାର୍କ ଉଡ଼ ନିଜର ଜବରଦସ୍ତ ବୋଲିଂ ଦ୍ୱାରା ଭାରତୀୟ ବ୍ୟାଟ୍ସମ୍ୟାନ ମାନଙ୍କୁ ବହୁତ ଚିନ୍ତିତ କରୁଥିଲେ ମାତ୍ର ଏଠାରେ ଅପନିଙ୍ଗ ପାଇଁ ଆସିଥିବା ବିରାଟ କୋହଲି(୫୨ ବଲ ୮୦ ରନ) ଆଉ ରୋହିତ ଶର୍ମା(୩୪ ବଲ ୬୪ ରନ) ଏମାନଙ୍କ ବିପକ୍ଷରେ ଆକ୍ରମକ ଭାବନା ଅପଣେଇଲେ ଆଉ ଏହା ସହିତ ସୂର୍ଯ୍ୟକୁମାର ୟାଦବ (୩୨) ତଥା ପାଣ୍ଡ୍ୟା (୧୭ ବଲ ୩୯) ରନ ବି ଭଲ ଯୋଗଦାନ ଦେଲେ। ଭାରତ ଶେଷ ପାଞ୍ଚ ଓଭରରେ ୬୭ ରନ କରି ବିପକ୍ଷ ଟିମକୁ ଜିତିବା ପାଇଁ ବଡ଼ ଲକ୍ଷ ଦେଲା। ବେନ ଷ୍ଟୋକସ ଆଉ ରାଶିଦଙ୍କୁ ଛାଡି ସମସ୍ତ ବୋଲର ବହୁତ ରନ ଦେଲେ ଯାହା ଭିତରୁ ଜୋର୍ଡାନ ୪ ଓଭରରେ ୫୭ ରନ ସର୍ବାଧିକ ମାଡ ଖାଇଲେ।

Google
ରୋହିତ କୋହଲି ପ୍ରଥମ ୱିକେଟ ପାଇଁ ୯୪ ରନ ଯୋଡିଲେ:

ଭାରତ ସଲାମୀ ବ୍ୟାଟ୍ସମ୍ୟାନ ରାହୁଲ ଙ୍କୁ ଆରାମ ଦେଇଥିଲେ ଜାହାଦ୍ୱାରା କି ଦ୍ରୁତ ବୋଲର ନଟରାଜନଙ୍କୁ ଜାଗା ମିଳି ପାରିବ। ଲୋକେଶ ରାହୁଲ ଙ୍କୁ କେଉଁ ବି ଜାଗାରେ ସ୍ଥାନ ମିଳିଲା ନାହିଁ ଯାହା କି ଭଲ ସାବ୍ୟସ୍ତ ହେଲା। ସେ ଦୁଇଜଣ ୫୪ ବଲରେ ୯୪ ରନ କଲେ। ଏହା ଭିତରୁ ଅଧିକାଂଶ ରନ ରୋହିତ ଶର୍ମା କଲେ ଆଉ ବିରାଟ କୋହଲି ଷ୍ଟ୍ରାଇକ ରୋଟେଟ କରି କରି ଖେଳୁଥିଲେ।

ରୋହିତ ଏକ ସୁନ୍ଦର ପାରି ଖେଳିଲେ:

ରୋହିତ ଶର୍ମା ନିଜର ପ୍ରଥମ ଦୁଇଟି ମ୍ୟାଚରେ କିଛି ଖେଳିପାରି ନଥିଲେ। ସେ ନିଜ ଏହି ଇନିଂଗ୍ସରେ ଟ୍ରେଡ଼ ମାର୍କ ଷ୍ଟାଇଲରେ ଆରମ୍ଭ କଲେ ଆଉ ତାଙ୍କର ଷ୍ଟ୍ରେଟ ଡ୍ରାଇଭ ଗୁଡିକ ବି ବହୁତ ଉତ୍ତମ ଥିଲା। ସେ ନିଜର ଖେଳ ଦ୍ୱାରା ସଭିଙ୍କୁ ମନୋରଞ୍ଜନ କରୁଥିଲେ ଆଉ ନିଜର ଅର୍ଦ୍ଧଶତକ ସେ ଛକା ଦ୍ୱାରା ପୁରା କଲେ ଯାହା କି ଜମା ବି ଆଶ୍ଚର୍ଯ୍ୟକର ନଥିଲା। ମାତ୍ର ଏହାପରେ ସେ ଷ୍ଟୋକ୍ସଙ୍କ ବଲରେ ଆଉଟ ହେଇଗଲେ ଯାହାପରେ କି କୋହଲି ସୁନ୍ଦର ଭାବରେ ନିଜର ଇନିଂଗ୍ସ ଆରମ୍ଭ କଲେ। ତାଙ୍କ ସହିତ ସୂର୍ଯ୍ୟକୁମାର ୟାଦବ ବି ଥିଲେ ଆଉ ସେ ବି ଆକର୍ଷକ ଇନିଂଗ୍ସ ଖେଳୁଥିଲେ ମାତ୍ର ଏହାପରେ ସେ ଆଉଟ ହେବା ପରେ କୋହଲି ପାଣ୍ଡ୍ୟାଙ୍କ ସହ ମିଶି ସ୍କୋର ୨୦୦ ପାର କଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *