ଆଇପିଏଲରେ ୧୦୦ କୋଟି କମେଇବାରେ ପ୍ରଥମ ବିଦେଶୀ ଖେଳାଳି ହୋଇଗଲେ ଏହି ଷ୍ଟାର ଖେଳାଳି, ନାମ ଜାଣିଲେ ଉଡିଯିବ ହୋସ।

ଦକ୍ଷିଣ ଆଫ୍ରିକାର ବିସ୍ଫୋଟକ ବ୍ୟାଟ୍ସମ୍ୟାନ ଓ ମିଷ୍ଟର ୩୬୦ ଡିଗ୍ରୀ ନାମରେ ଜଣାଯାଉଥିବା ଏ ବି ଡିଭିଲିୟାର୍ସ ଆଇପିଏଲରେ ଇତିହାସ ରଚିଦେଇଛନ୍ତି। ଆରସିବି ଆଇପିଏଲ ୨୦୨୧ ରେ ଏହି ବ୍ୟାଟ୍ସମ୍ୟାନଙ୍କୁ ରିଟେନ କରିଛନ୍ତି। ଏହା ସହ ଆଇପିଏଲରେ ୧୦୦ କୋଟିରୁ ଅଧିକ କମେଇବାରେ ସେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି।

Google

ଇନସାଇଡସ୍ପୋର୍ଟସ ରିପୋର୍ଟ ମୁତାବକ ଡିଭିଲିୟାର୍ସଙ୍କ ପୂର୍ବରୁ ଚାରି ଭାରତୀୟ ଖେଳାଳି ଏହି ଲିଷ୍ଟରେ ଅଛନ୍ତି।ଆରସିବିର ବିରାଟ କୋହଲି,ସିଏସକେର ଏମ୍ ଏସ ଧୋନି ଓ ସୁରେଶ ରାଇନା,ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମା ଆଇପିଏଲରେ ୧୦୦ କୋଟିରୁ ଅଧିକ ଆୟ କରିଛନ୍ତି।ଆଇପିଏଲର ଗୋଟେ ସିଜିନ ପାଇଁ ଡିଭିଲିୟାର୍ସଙ୍କୁ ଆରସିବି ୧୧ କୋଟି ଟଙ୍କା ଦିଏ। ଡିଭିଲିୟାର୍ସ ଏ ପର୍ଯ୍ୟନ୍ତ ୧୦୨.୫ କୋଟି ଟଙ୍କା କମେଇଛନ୍ତି।

ଆଇପିଏଲ ଇତିହାସରେ ସବୁଠାରୁ ଅଧିକ ରନ କରିବାରେ ଡିଭିଲିୟାର୍ସ ୪ର୍ଥ ସ୍ଥାନରେ ରହିଛନ୍ତି। ସେ ୧୬୯ ମ୍ୟାଚରେ ୪୦ ଔଷତରେ ୪୮୪୯ ରନ କରିଛନ୍ତି। ଏଥିରେ ୩ ଶତକ ଓ ୩୮ ଅର୍ଦ୍ଧଶତକ ସାମିଲ ଅଛି। ସେ କ୍ରିଷ ଗେଲଙ୍କ ପରେ ଆଇପିଏଲରେ ସବୁଠାରୁ ଅଧିକ ଛକା ମାରିବରେ ମଧ୍ୟ ୨ ୟ ନମ୍ବରରେ ଅଛନ୍ତି। ଆଇପିଏଲ ୨୦୨୦ରେ ତାଙ୍କ ବ୍ୟାଟରୁ ୪୫.୪୦ ଔଷତରେ ୪୫୪ ରନ ବାହାରିଲା। ତାଙ୍କର ଷ୍ଟ୍ରାଇକରେଟ ୧୫୮.୭୪ ରହିଥିଲା। ହେଲେ ଆଇପିଏଲରେ ସବୁଠାରୁ ଅଧିକ ରନ କରିଥିବା ବିରାଟ କୋହଲି ଓ ଡିଭିଲିୟାର୍ସ ଏ ପର୍ଯ୍ୟନ୍ତ ଆରସିବିକୁ ଟାଇଟଲ ଦେବାରେ ସଫଳ ହୋଇପାରି ନାହାନ୍ତି। ଏଥର ଆଶା ଅଛି କି ଦୁହେଁ ମିଶି ଆରସିବିକୁ ଟାଇଟଲ ଜିତେଇବେ।

Google

ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର: ରିଟେନ ଖେଳାଳି:-ବିରାଟ କୋହଲି,ଏ ବି ଡିଭିଲିୟାର୍ସ,ଦେବଦତ ପାଡିକଲ,ମହମ୍ମଦ ସିରାଜ,ୱାଶିଂଟନ ସୁନ୍ଦର,ଯଜୁବେନ୍ଦ୍ର ଚହଲ,ଜୋଶ ଫିଲିପି,କେନ ରିଚାର୍ଡସନ,ପବନ ଦେଶପାଣ୍ଡେ,ସାହବାଜ ଅହମ୍ମଦ,ଏଡ଼ମ ଜାମ୍ପା।

ରିଲିଜ୧୦-କ୍ରିଷ ମୋରିସ,ସିଭମ ଦୁବେ,ଆରୋନ ଫିଞ୍ଚ,ଉମେଶ ଯାଦବ,ମୋଇନ ଅଲ୍ଲୀ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *