ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆର ଘୋଷଣା,ଏହି ଧୂଆଁଧାର ଖେଳାଳି ପାଇଲେ ସ୍ଥାନ।

ଭାରତୀୟ କ୍ରିକେଟ୍ ବୋର୍ଡ ଇଂଲଣ୍ଡ ବିପକ୍ଷରେ ଆଗାମୀ ମାସରେ ହେବାକୁ ଥିବା ଟି-ଟ୍ୱେଣ୍ଟି ସିରିଜ ପାଇଁ ଏହି ଶନିବାର ଅର୍ଥାତ ୨୦ ଫେବୃଆରୀକୁ ଭାରତୀୟ ଦଳର ଘୋଷଣା କରିଦେଲା। ବ୍ୟାଟ୍ସମାନ୍ ସୂର୍ଯ୍ୟ କୁମାର ୟାଦବ,ୱିକେଟ ରକ୍ଷକ ଇଷାନ କିଷନ ଏବଂ ଅଲରାଉଣ୍ଡର୍ ରାହୁଲ ତେୱାତିଆ ପ୍ରଥମ ଥର ପାଇଁ ଟିମରେ ଯୋଗ ଦେଇଛନ୍ତି। ବରୁଣ ଚକ୍ରବର୍ତୀ ଏବଂ ଭୁବନେଶ୍ୱର କୁମାର ପୁଣିଥରେ ସାମିଲ ହେଇଛନ୍ତି। ସଞ୍ଜୁ ସାମସନ,ମନୀଷ ପାଣ୍ଡେ,ମୟଙ୍କ ଅଗ୍ରୱାଲ ତଥା ଜସପ୍ରୀତ ବୁମରାହ ବି ଦଳରେ ସାମିଲ ହୋଇନାହାନ୍ତି।

Google

ବରୁଣ ଚକ୍ରବର୍ତୀ ଅଷ୍ଟ୍ରେଲିଆ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ ପାଇଁ ଦଳରେ ସାମିଲ ହେଇଥିଲେ ମାତ୍ର ଆଘାତ ଯୋଗୁଁ ସେ ଖେଳିପାରି ନଥିଲେ। ଇଷାନ କିଷନ ଶନିବାର ବିଜୟ ହଜାରେ ଟ୍ରଫିରେ ଝାଡ଼ଖଣ୍ଡ ପକ୍ଷରୁ ଖେଳି ମଧ୍ୟପ୍ରଦେଶ ବିରୁଦ୍ଧରେରେ ୯୪ ବଲ୍ ରେ ୧୭୩ ରନ କରିଥିଲେ। ସେ ୧୯ ଟି ଚଉକା ଏବଂ ୧୧ ଟି ଛକା ମାରିଥିଲେ। ଏହି ପାରି ଦ୍ୱାରା ସେ ଭାରତୀୟ ଦଳରେ ନିଜ ସ୍ଥାନ ସୁରକ୍ଷିତ କରି ପାରିଥିଲେ। କିଶନ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ୨୭,୨୪,୬୦,୨୨,୯ ରନ ବନେଇଥିଲେ। ଏହା ସହ ସେ ପୂର୍ବ ଆଇପିଏଲରେ ୧୪ଟି ମ୍ୟାଚରେ ୫୧୬ ରନ ବନେଇଥିଲେ। ଏହା ସହ ସେ ୪ଟି ଅର୍ଦ୍ଧଶତକ ମାରିଥିଲେ।

ସୂର୍ଯ୍ୟ କୁମାର ଯାଦବ ଆଇପିଏଲ ୨୦୨୦ରେ ୧୬ଟି ମ୍ୟାଚ ରେ ୪ଟି ଅର୍ଦ୍ଧଶତକ ସହ ୪୮୦ ରନ ବନେଇଥିଲେ। ସେ ଏହା ସହ ୬୧ ଚଉକା ସହ ୧୧ରଟି ଛକା ଲାଗେଥିଲେ। ସେ ୪୦ର ଆଭରେଜରେ ରନ କରିଥିଲେ। ତାଙ୍କ ଷ୍ଟ୍ରାଇକ ରେଟ ୧୪୫ ରହିଥିଲା। ମାତ୍ର ସେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଭଲ ପ୍ରଦର୍ଶନ କରିନଥିଲେ। ସେ ୭,୮,୦,୨୨ ଆଦି କରିଥିଲେ। ଆଇପିଏଲ ଖେଳ ଅନୁସାରେ ତାଙ୍କୁ ଟିମରେ ବଛାଯାଇଛି।

ଅପରପକ୍ଷରେ ରାହୁଲ ତେୱାଟିଆ ଆଇପିଏଲରେ ୧୪ଟି ମ୍ୟାଚରେ ୨୫୫ରନ୍ କରିବା ସହ ୧୦ ଟି ୱିକେଟ ମଧ୍ୟ ଅକ୍ତିଆର କରିଥିଲେ। ସୟଦ ମୁସ୍ତାକ ଅଲ୍ଲୀରେ ମଧ୍ୟ ସେ ୩୧,୪୧ ଏବଂ୧୦ ରନର ଅପରାଜିତ ରନ ବନେଇଥିଲେ। ଏହା ସହ ସେ ୬ଟି ମ୍ୟାଚରେ ୨ଟି ସଫଳତା ବି ନିଜ ପାଖକୁ ଆଣିଥିଲେ।

ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ),ରୋହିତ ଶର୍ମା(ଉପ ଅଧିନାୟକ),କେ ଏଲ ରାହୁଲ,ଶିଖର ଧାୱନ,ଶ୍ରେୟସ ଏୟର,ସୂର୍ଯ୍ୟ କୁମାର ଯାଦବ,ହାର୍ଦ୍ଦିକ ପାଣ୍ଡ୍ୟା,ରିଷଭ ପନ୍ତ,ଇଷାନ୍ କିଷନ୍(ୱିକେଟ ରକ୍ଷକ),ବରୁଣ ଚକ୍ରବର୍ତୀ,ରାହୁଲ ତେୱାଟିଆ,ଅକସର ପଟେଲ,ଟି ନଟରାଜନ,ୱାସିଙ୍ଗଟନ୍ ସୁନ୍ଦର,ଦୀପକ ଚହର୍,ଭୁବନେଶ୍ବର କୁମାର,ନବଦୀପ ସଈନି ଓ ସାର୍ଦୁଲ ଠାକୁର।

Google

ଟି-ଟ୍ୱେଣ୍ଟି ସିରିଜର କାର୍ଯ୍ୟସୂଚୀ: ସମସ୍ତ ମ୍ୟାଚ ଅହମଦାବାଦରେ ଖେଳାଯିବ। ପ୍ରତ୍ୟେକ ମ୍ୟାଚ ସନ୍ଧ୍ୟା ୭ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ ୧୨ ମାର୍ଚ୍ଚ,ଦ୍ଵିତୀୟ ୧୪ରେ,ତୃତୀୟ ୧୬ ରେ,ଚତୁର୍ଥ ୧୮ରେ ଓ ପଞ୍ଚମ ୨୦ ମାର୍ଚ୍ଚରେ ଅନୁଷ୍ଠିତ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *