ଅଷ୍ଟ୍ରେଲିଆ ବିଜୟରେ ଅଛି ଏହି ପୂର୍ବ ଷ୍ଟାର ଖେଳାଳିଙ୍କ ହାତ,ଚାରିଆଡେ ହେଉଛନ୍ତି ଚର୍ଚ୍ଚା ବିଷୟ। ନାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଚତୁର୍ଥ ଟେଷ୍ଟ ପୂର୍ବରୁ କେହି କଳ୍ପନା ମଧ୍ୟ କରି ନଥିବେ କି ୩୬ ରନରେ ଅଲଆଉଟ ହୋଇଥିବା ଟିମ ଅଷ୍ଟ୍ରେଲିଆକୁ ଧୂଳି ଚଟେଇଦେଵ। ଏହି ସିରିଜରେ ଇଣ୍ଡିଆ ପାଇଁ ପ୍ଲେଇଁ ଇଲେଭେନ ବାଛିବା ମଧ୍ୟ କଷ୍ଟ ହୋଇଥିଲା। ଦଳର ୭ ମୁଖ୍ୟ ଖେଳାଳି ଆହତ ହୋଇ ଦଳରୁ ବାହାର ହୋଇଥିଲେ।

Google

ହେଲେ ଯୁବ ଖେଳାଳିଙ୍କ ଭଲ ପ୍ରଦର୍ଶନ ଓ ଆଜିଙ୍କ୍ୟ ରାହାଣେଙ୍କ ଭଲ ଅଧିନାୟିକତ୍ୱରେ ଚେତେଶ୍ୱର ପୂଜାରାଙ୍କ ବ୍ୟାଟିଂରେ ଭାରତ ଐତିହାସିକ ବିଜୟ ଲାଭ କରିଥିଲା।ହେଲେ ମ୍ୟାଚ ଜିତାଇଥିବା ଏହି ଯୁବ ଖେଳାଳି ରାହୁଲ ଦ୍ରାଭିଡଙ୍କ ମାର୍ଗଦର୍ଶନରେ ବଢିଥିଲେ।

ଭାରତୀୟ ଟିମ ଯେତେବେଳେ ୨୦୧୮ ରେ ଅଷ୍ଟ୍ରେଲିଆରେ ସିରିଜ ଜିତିଥିଲା ସେତେବେଳେ କୁହାଗଲା କି ଏହା ଅଷ୍ଟ୍ରେଲିଆର ବି ଟିମ ଅଟେ। ଏହାକୁ ହରେଇବା କଷ୍ଟକର ନୁହେଁ। ସେତେବେଳ ଷ୍ଟିଭ ସ୍ମିଥ ଓ ଡେଭିଡ ୱାରନରଙ୍କ ସହ କେତେକ ମୁଖ୍ୟ ବୋଲର ମଧ୍ୟ ଦଳରେ ନଥିଲେ। ହେଲେ ଭାରତ ଏଥର ଆଲୋଚକଙ୍କୁ କଡା ଜବାବ ଦେଇଛି।

Google

ଅଷ୍ଟ୍ରେଲିଆର ମଜଭୁତ ଟିମକୁ ଋଷଭ ପନ୍ତ,ଟି ନଟରାଜନ,ମୟଙ୍କ ଅଗ୍ରୱାଲ,ମହମ୍ମଦ ସିରାଜ,ଓ ଶୁଭମାନ ଗିଲ ଧୂଳି ଚଟେଇଦେଲେ। ଏହା ସହ ସେ କେତେ ରେକର୍ଡ଼ ନିଜ ନାମରେ କଲେ। ଅଷ୍ଟ୍ରେଲିଆରେ ୨ ଶୃଙ୍ଖଳା ଜିତିବାରେ ଇଣ୍ଡିଆ ଏକ ମାତ୍ର ଏସିଆ ଟିମ ଅଟେ। ସେହିପରି ବିଶ୍ୱରେ ଅନ୍ୟ ତିନି ଟିମ ଏହି କାମ କରିଛନ୍ତି। ଏଥିରେ ଇଂଲଣ୍ଡ,ସାଉଥ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ସାମିଲ ଅଟନ୍ତି।

Google

ରାହୁଲଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ ଟିମ: ଭାରତୀୟ ଟିମର ଅଷ୍ଟ୍ରେଲିଆରେ ବିଜୟରେ ଯୁବ ଖେଳାଳିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ଏମାନଙ୍କୁ ପ୍ରସ୍ତୁତ କରିବାରେ ଦ୍ରାଭିଡଙ୍କ ଭୁମିକା ରହିଛି। ଅଣ୍ଡର ୧୯ର କୋଚ୍ ରହି ସେ ଶୁଭମାନ ଗିଲ ଓ ପୃଥ୍ଵୀ ସଙ୍କୁ ପ୍ରସ୍ତୁତ କରିଛନ୍ତି ଓ ନୂଆ ସିବିର ମେଣ୍ଟର ହେବାପରେ ଭାରତୀୟ ଏ ଟିମର ଖେଳାଳିଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେଇଛନ୍ତି।

Google

ଏହା ମଧ୍ୟରୁ ମହମ୍ମଦ ସିରାଜ,ୱାଶିଂଟନ ସୁନ୍ଦର ଓ ସାର୍ଦ୍ହୁଲ ଠାକୁର ସାମିଲ ଅଟନ୍ତି। ସିରାଜ ୩ ଟି ଟେଷ୍ଟରେ ୧୩ ୱିକେଟ ଓ ଗିଲ ଶେଷ ପାରିରେ ୯୧ ରନ କରି ମ୍ୟାଚ ଜିତେଇବାରେ ଭଲ ଭୁମିକା ଗ୍ରହଣ କରିଥିଲେ। ଗିଲ ଅଣ୍ଡର ୧୯ ବିଶ୍ୱକପରେ ଟିମରେ ଭଲ ପ୍ରଦର୍ଶନ କରିଥିଲେ।

ମୁଖ୍ୟ ଖେଳାଳି ଆହତ ହେବାରୁ ମିଳିଲା ମୌକା: ଭାରତର ଏହି ବିଜୟ ଇତିହାସରେ ଲିପିବଦ୍ଧ ହୋଇରହିଲା। ଏହି ଟେଷ୍ଟ ସିରିଜରେ ୫ ନୂଆ ଖେଳାଳି ପଦାର୍ପଣ କଲେ। ମୁଖ୍ୟ ଖେଳାଳି ଆହତ ହେବା କାରଣରୁ ଏମାନଙ୍କୁ ମୌକା ମିଳିଲା। ଗିଲଙ୍କୁ ପୃଥ୍ଵୀ ସଙ୍କ ଜାଗାରେ ଓ ମହମ୍ମଦ ସିରାଜଙ୍କୁ ମହମ୍ମଦ ସାମୀଙ୍କ ଜାଗାରେ ମଉକା ମିଳିଲା। ନବଦୀପ ସାଇନିଙ୍କୁ ଉମେସ ଯାଦବଙ୍କ ଜାଗାରେ ମୌକା ମିଳିଲା।

Google

ଅନୁଭବୀ ରବିଚନ୍ଦ୍ରନ ଅଶ୍ୱିନଙ୍କ ଜାଗାରେ ୱାଶିଂଟନ ସୁନ୍ଦରଙ୍କୁ ଜାଗା ମିଳିଲା। ନେଟ ବୋଲର ଭାବେ ଆସିଥିବା ଟି ନଟରାଜନ ତ ରେକର୍ଡ଼ କରିଦେଲେ। ସେ ଏକ ଗସ୍ତରେ ତିନି ଫର୍ମାଟରେ ପଦାର୍ପଣ କରିଦେଲେ। ଏମିତି କରିବାରେ ସେ ଭାରତର ପ୍ରଥମ ଖେଳାଳି ହୋଇଗଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *