IND VS ENG:ରିଷଭ ପନ୍ତଙ୍କ କାରଣରୁ ଏହି ଷ୍ଟାର ଖେଳାଳିଙ୍କୁ ମିଳିବନି ଟିମରେ ଜାଗା। ଜାଣିଲେ ହେବେ ଆଶ୍ଚର୍ଯ୍ୟ।

ଭାରତୀୟ ଟିମ ଇଂଲଣ୍ଡ ବିରୁଦ୍ଧରେ ଟେଷ୍ଟ ସିରିଜ ତ ଜିତିଗଲା କିନ୍ତୁ ଏବେ ଟି-୨୦ ସିରିଜରେ ତା ସାମ୍ନାରେ ବଡ଼ ସମସ୍ୟା ଅଛି। ଏହି ସମସ୍ୟା ହେଉଛି ଚୂଡାନ୍ତ ଏକାଦଶ ବାଛିବ। କହିରଖିବୁକି ଟି-୨୦ ସିରିଜ ପାଇଁ ଭାରତୀୟ ଟିମ ୧୯ ଜଣ ଖେଳାଳିଙ୍କୁ ବାଛିଚି ଓ ସବୁ ସ୍ଥାନ ପାଇଁ ତା ପାଖରେ ୨-୨ଟି ଖେଳାଳି ରହିଛନ୍ତି। ଶୁକ୍ରବାରରୁ ଅହମ୍ମଦାବାଦରେ ଆରମ୍ଭକରି ହେବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଚୂଡାନ୍ତ ଏକାଦଶର ଚୟନ ସଂକେତ ହେବକି ମୁଖ୍ୟ କୋଚ ରବି ଶାସ୍ତ୍ରୀ, ଅଧିନାୟକ ବିରାଟ କୋହଲି ଓ ଵୋଲିଙ୍ଗ କୋଚ ଭରତ ଅରୁଣ ଛୋଟ ଫର୍ମାଟରେ ଆଗାମୀ ୬ ରୁ ୭ ମାସପାଇଁ କେଉଁଭଳି ଚୟନ ସହ ରହିବେ।

Google

କଣ ଟିମ ମ୍ୟାନେଜମେଣ୍ଟ ପ୍ରଥମେ ସିରିଜ ଜିତିବା ପାଇଁ ଚେଷ୍ଟା କରିବ ଓ ପରେ ପ୍ରୟୋଗ ପାଇଁ ଖେଳାଳି ବାଛିବ ବା ସେ ଚୟନ ପାଇଁ ଯୁବ ଖେଳାଳିଙ୍କୁ ଖେଳାଇବ। ଟିମ ପାଇଁ ଜିତିବା ମହତ୍ତ୍ୱପୂର୍ଣ୍ଣ ଅଟେ ସେଥିପାଇଁ ଆଶା କରିପାରିବା କି ପ୍ରଥମ ତିନୋଟି ମ୍ୟାଚରେ ମୁଖ୍ୟ ଚୂଡାନ୍ତ ଏକାଦଶ ଚୟନ କରାଯିବ କାରଣ ସବୁ ମ୍ୟାଚ ଗୋଟେ ଷ୍ଟାଡିୟମରେ ସମାନ ପିଚରେ ଖେଳାଯିବ।

ରିଷଭ ପନ୍ତ ଆସିବା ପରେ ସିଲେକ୍ସନ ହେବ କଷ୍ଟକର!:

ରିଷଭ ପନ୍ତ ସୁନ୍ଦର ଭାବେ ଫେରିବା ପରେ ଏବେ ମିଡ଼ିଲ ଅର୍ଡ଼ରରେ ଚୟନ ରୋମାଞ୍ଚକର ହେବ। ପନ୍ତଙ୍କ ସାମିଲ ହେବାର ଅର୍ଥ ଲୋକେସ ରାହୁଲଙ୍କୁ ବାହାରେ ବସାଇବା ଯିଏକି କିଛି ମାସ ପୂର୍ବେ ୱିକେଟକିପର ବ୍ୟଟ୍ସମ୍ୟାନ ରୂପରେ ପ୍ରଥମ ପସନ୍ଦ ଭାବେ ଉଭା ହୋଇଥିଲେ। ଶିଖର ଧାୱନ ଓ ରୋହିତ ଶର୍ମା ଧଳା ବଲ କ୍ରିକେଟରେ ସନ୍ତୁଳିତ ଯୋଡି ଥିଲେ କିନ୍ତୁ ରାହୁଲଙ୍କ ଧଳା ବଲ କ୍ରିକେଟରେ ସୁନ୍ଦର ପ୍ରଦର୍ଶନ ପରେ ଏବେ ପ୍ରତିଦ୍ୱନ୍ଦିତା ବଢିଯାଇଛି।

Google
ଶିଖର ଧାୱନଙ୍କର କଣ ହେବ:

ଧାୱନ ଅଳ୍ପ ଦିନ ତଳେ ବିଜୟ ହଜାରେ ଟ୍ରଫିରେ ୧୫୦ ପାଖାପାଖି ରନ କରିଛନ୍ତି। ଓ ରୋହିତଙ୍କରତ ଚର୍ଚ୍ଚାର କଥା ହିଁ ଉଠୁନି। ଏବେ ଏହା କଷ୍ଟକର ଅଟେ କି ଟିମ ମ୍ୟାନେଜମେଣ୍ଟ ରାହୁଲଙ୍କୁ କେଉଁଠି ଠିକ କରିବେ ଯିଏକି ଆଇପିଏଲରେ ସବୁଠୁ ସଫଳ ଓପନର ରହିଥିଲେ? କଣ ତାଙ୍କୁ ମଧ୍ୟକ୍ରମରେ ରଖାଯିବ। କାରଣ ଧାୱନଙ୍କର ମଧ୍ୟକ୍ରମରେ ଖେଳିବାର କୌଣସି ଅର୍ଥ ନାହିଁ? ଏହି ଦୁଇଟି ପ୍ରଶ୍ନର ଉତ୍ତର ଆଗକୁ ମିଳିବ।

କୋହଲି ତୃତୀୟ ନମ୍ବରରେ ଆସିବେ ତ ପନ୍ତ ଓ ଅଲରାଉଣ୍ଡର ହାର୍ଦିକ ପାଣ୍ଡିଆ ପଞ୍ଚମ ଓ ଷଷ୍ଠ ନମ୍ବରରେ ବଡ଼ ଶର୍ଟ ଖେଳିବାର ବିଶ୍ୱାସ ରହିଛି। ତବେ ରାହୁଲ କେଉଁଠି ଫିଟ ହେବେ?ତାଙ୍କ ପାଇଁ କେବଳ ଚତ୍ରୁର୍ଥ ନମ୍ବର ସ୍ଥାନ ଅଛି ଯେଉଁଠି ପାଇଁ ଶ୍ରେୟସ ଅୟର ଓ ସୂର୍ଯ୍ୟକୁମାର ଯାଦବ ମଧ୍ୟ ପ୍ରତିଦ୍ୱନ୍ଦିତା କରୁଛନ୍ତି। ରାହୁଲଙ୍କୁ ଓପନିଙ୍ଗରେ ମଧ୍ୟ ମୌକା ମିଳିପାରେ ଓ ଧାୱନଙ୍କୁ ମୌକା ନମିଳିପାରେ।

Google
ବୋଲିଙ୍ଗରେ ମଧ୍ୟ ପ୍ରତିଦ୍ଵନ୍ଦିତା:

ପେସ ବୋଲର ଭୁବନେଶ୍ୱର କୁମାର ଅନେକ ଦିନ ପରେ ଫେରୁଛନ୍ତି ଓ ତାଙ୍କ ପ୍ରତିଦ୍ୱନ୍ଦିତା ଦୀପକ ଚାହାର ଓ ସାରଦୁଲ ଠାକୁରଙ୍କ ସହ ଅଟେ। ଭୁବନେଶ୍ୱରର ନିଜ ଅନୁଭବ ଓ ଶେଷ ଓଭରରେ ଭଲ ଵୋଲିଙ୍ଗରେ ଦୀପକ ଚାହାରଙ୍କ ଠୁ ଆଗରେ ରହିବେ କିନ୍ତୁ ସେ କିଛି ମୁସ୍ତାକ ଅଲ୍ଲୀ ମ୍ୟାଚ ଛଡା ଅନେକ ଦିନରୁ କ୍ରିକେଟ ଖେଳିନାହାଁନ୍ତି।ୟୁଜବେନ୍ଦ୍ର ଚହଲ, ୱାସିଙ୍ଗଟନ ସୁନ୍ଦର ଓ ଅକ୍ଷର ପଟେଲ ତିନିଜଣ ସ୍ପିନର ଅଟନ୍ତି ଯାହାଙ୍କୁ ମୋଟେରା ପିଚରେ ଚୂଡାନ୍ତ ଏକାଦଶରେ ଖେଳାଯିବାର ସମ୍ଭାବନା ଅଛି। ସେହିପରି ଟି ନଟରାଜନଙ୍କ ପାଖରେ ନିଜର ସୁନ୍ଦର ୟର୍କର ବୋଲିଙ୍ଗ ପାଇଁ ନବଦୀପ ସୈନିଙ୍କ ଠୁ ଭଲ ମୌକା ଅଛି।

ଏଥିପାଇଁ ଟିମ ପାଖରେ ବହୁତ ଭଲ ଖେଳାଳି ଉପସ୍ଥିତ ଅଛନ୍ତି। ସମସ୍ତଙ୍କୁ ଟିମରେ ରଖିବା ପାଇଁ ଜାଗା ବହୁତ କମ ଅଛି ଯେଉଁଥିରେ ତିନିଜଣ ନିଶ୍ଚିନ୍ତ ଖେଳାଳି ମହମ୍ମଦ ସାମୀ, ରବିନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମରା ଆଘାତରେ ଅଛନ୍ତି ବା ଆରାମ କରୁଛନ୍ତି। ସେବେ ସେମାନେ ଫେରିଆସିବେ ତ ଟିମ ପ୍ରବନ୍ଧନ ପାଇଁ ଚୂଡାନ୍ତ ଏକାଦଶ ବାଛିବା ବହୁତ କଷ୍ଟକର ହେବ କିନ୍ତୁ ଅଶୁଵିଧା ନୁହେଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *