ଆଇପିଏଲ ଏପ୍ରିଲ ୯ ରୁ ଆରମ୍ଭ ହେବାକୁ ଯାଉଛି। ଏଥିନେଇ କିଛି ଦଳର ଚିନ୍ତା ବଢିଯାଇଛି। ଦିଲ୍ଲୀର ଅଧିନାୟକ ଭାରତ ଏବଂ ଇଂଲଣ୍ଡ ମ୍ୟାଚରେ ଆଘାତ ପ୍ରାପ୍ତ ହୋଇଛନ୍ତି। ଯାହା ଫଳରେ ଆଇପିଏଲ ଖେଳିବାକୁ ନେଇ ସଙ୍କଟ ଦେଖା ଦେଉଛି। କୁହା ଯାଉଛି ଅୟର ଦିନିକିଆ ସିରିଜ ସହିତ ଆଇପିଏଲ ମଧ୍ୟ ମିସ କରିପାରନ୍ତି।

ଏହି ଘଟଣା ଇଂଲଣ୍ଡ ବ୍ୟାଟିଂ କରୁଥିବା ସମୟରେ ହୋଇଥିଲା। ୮ ଓଭର ବଲ ପଡୁଥିଲା। ସାରଦୁଲ ଠାକୁରଙ୍କ ବଲରେ ଡ୍ରାଇଭ ମାରି ଧରିବାକୁ ଯାଇ ଅୟର ଆହତ ହୋଇଗଲେ। ବିସିସିଆଇ ମେଡ଼ିକାଲ ଟେଷ୍ଟରେ କହିଲା “ଶ୍ରେୟସ ଅୟରଙ୍କ ବାମ ହାତ କାନ୍ଧ ଫିଲ୍ଡିଂ କରୁଥିବା ସମୟରେ ଖସି ଯାଇଛି। ତାଙ୍କୁ ସ୍କାନ ପାଇଁ ନିଆଯାଇଛି ଏବଂ ସେ ଏହି ମ୍ୟାଚରେ ଆଗକୁ ଖେଳିପାରିବେ ନାହିଁ”।
ସେ ଆଗକୁ କହିଲେ ରୋହିତ ଶର୍ମା ମଧ୍ୟ ବ୍ୟାଟିଂ କରୁଥିବା ସମୟରେ କହାଣୀରେ ଆହତ ପ୍ରାପ୍ତ ହେଲେ। ତାପରେ ତାଙ୍କ କଷ୍ଟ ହୋଇଥିଲା ଏବଂ ସେ ଫିଲ୍ଡିଂ କରିନଥିଲେ। ପୂର୍ବ ବର୍ଷ ଅୟର ଦିଲ୍ଲୀକୁ ଫାଇନାଲ ଯାଏ ନେଇଥିଲେ। କାନ୍ଧ ହାଡ଼ ଖସି ଯଦି ଯାଇଥିବ ତେବେ ଏହା ଠିକ ହବାକୁ ୬ ସପ୍ତାହ ଲାଗିବ ଏବଂ ସର୍ଜରି ହେଲେ ଆହୁରି ଅଧିକ ସମୟ ଲାଗିପାରେ।

ଏହା ପୂର୍ବରୁ ରାଜସ୍ଥାନ ପାଇଁ ଖରାପ ଖବର ଆସିଥିଲା। ଟି-୨୦ ସିରିଜ ପରେ ଇଂଲଣ୍ଡ ଅଧିନାୟକ ମୋରଗାଁନ କହିଥିଲେ ଯେ ଆର୍ଚ୍ଚରଙ୍କ ଆଘାତ ବଢ଼ିବାରେ ଲାଗୁଚି। ତାଙ୍କୁ ଦିନିକିଆ ସିରିଜର ନିଆ ଯାଇନାହିଁ। ରାଜସ୍ଥାନର ପ୍ରଥମ ମ୍ୟାଚ ପଞ୍ଜାବ ସହ ୧୨ ଏପ୍ରିଲକୁ ଅଛି। ପୂର୍ବ ବର୍ଷ ଆର୍ଚ୍ଚର ରାଜସ୍ଥାନ ପାଇଁ ୧୪ ମ୍ୟାଚରେ ୨୦ ୱିକେଟ ଅକ୍ତିଆର କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।