IPL ୨୦୨୧: ଆଇପିଏଲ ପୂର୍ବରୁ ରାଜସ୍ଥାନକୁ ଲାଗିଲା ଶକ୍ତ ଧକ୍କା। ଏହି ଷ୍ଟାର ଖେଳାଳି ନଖେଳିପାରନ୍ତି ଆଇପିଏଲ!

ଇଂଲଣ୍ଡର ଫାଷ୍ଟ ଵୋଲର ଜୋଫ୍ରା ଆର୍ଚ୍ଚର ବର୍ତ୍ତମାନ କହଣି ଆଘାତରେ ଗତି କରୁଛନ୍ତି। ସେଥିପାଇଁ ସେ ଭାରତ ବିପକ୍ଷରେ ଶେଷ ଟେଷ୍ଟ ଖେଳିପାରିନଥିଲେ। ଆର୍ଚ୍ଚରଙ୍କ ଡାହାଣ କହଣିରେ ଆଘାତ ଲାଗିଥିଲା ଯେଉଁଠି ପାଇଁ ତାଙ୍କର ଟି-୨୦ ସିରିଜ ଖେଳିବା ମଧ୍ୟ ନିଶ୍ଚିନ୍ତ ନୁହେଁ। ଖବର ଏହାକି ଆର୍ଚ୍ଚରଙ୍କ ଆଘାତ ଉପରେ ଲଗାତର ନଜର ରଖାଯାଇଛି ଓ ତାଙ୍କ ଆଘାତକୁ ଦେଖି ୧୨ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜରେ ତାଙ୍କ ଖେଳିବା କଠିନ ଲାଗୁଛି। ଏହା ରାଜସ୍ଥାନ ପାଇଁ ମଧ୍ୟ ଖରାପ ଖବର କାରଣ ଯଦି ତାଙ୍କ ଆଘାତ ଠିକ ନହୁଏ ତେବେ ସେ ଆଇପିଏଲ ୨୦୨୧ ମଧ୍ୟ ନଖେଳିପାରନ୍ତି।

Google

୨୫ ବର୍ଷୀୟ ଜୋଫ୍ରା ଆର୍ଚ୍ଚର ଭାରତ ଓ ଇଂଲଣ୍ଡ ସିରିଜରେ ମାତ୍ର ୩୫.୧ ଓଭର ହିଁ ପକାଇଛନ୍ତି। ଏହା ପରେ ସେ ଆଘାତ ହୋଇଗଲେ। କିନ୍ତୁ ଇଂଲଣ୍ଡର କୋଚ କ୍ରିସ ସିଲବରବୁଡ଼ ଆର୍ଚ୍ଚରଙ୍କ ସର୍ଜରି ଆଶଙ୍କାକୁ ଖାରଜ କରିଛନ୍ତି।ତାଙ୍କ ଅନୁସାରେ ଆର୍ଚ୍ଚରଙ୍କ କହଣୀରେ ଦରଜ ଅଛି ଓ ମେଡ଼ିକାଲ ଟିମ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି।

ପୂର୍ବ ବର୍ଷ ଲାଗିଥିଲା ଆର୍ଚ୍ଚରଙ୍କୁ ଆଘାତ:

ଆପଣଙ୍କୁ କହିରଖିବୁ ଆର୍ଚ୍ଚରଙ୍କୁ କହଣୀରେ ପ୍ରଥମେ ପୂର୍ବ ବର୍ଷ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଆଘାତ ଲାଗିଥିଲା। ତାଙ୍କ ହାତରେ ଷ୍ଟ୍ରେସ ଫାକ୍ଚର ହୋଇଥିଲା। ଏହା ପରେ ସେ ଶ୍ରୀଲଙ୍କା ଗ୍ରସ୍ତରୁ ବାହାରି ଯାଇଥିଲେ। ଇଂଲଣ୍ଡର କୋଚ ସିଲଭରବୁଡ଼ କହିଛନ୍ତିକି ସେ ଆର୍ଚ୍ଚରଙ୍କୁ ସବୁ ଫର୍ମାଟ ପାଇଁ ଫିଟ ରଖିବାକୁ ଆଶାବାଦୀ। ଏଥିପାଇଁ ଇଂଲଣ୍ଡର ଟିମ ଆର୍ଚ୍ଚରଙ୍କ ଉପରେ ବିଶେଷ ଲକ୍ଷ୍ୟ ଦେଉଛି।

Google
ଆର୍ଚ୍ଚର ବାହାର ହୋଇଗଲେ ରାଜସ୍ଥାନ ରୟାଲ୍ସର କଣ ହେବ?:

ଆର୍ଚ୍ଚରଙ୍କ ଆଘାତ ଆଇପିଏଲ ଟିମ ରାଜସ୍ଥାନ ରୟାଲ୍ସ ପାଇଁ ଖରାପ ଖବର ଆଣିଛି। ଆର୍ଚ୍ଚର ରାଜସ୍ଥାନ ରୟାଲ୍ସର ପ୍ରେସ ବୋଲିଙ୍ଗର ସବୁଠୁ ବଡ଼ ଅସ୍ତ୍ର ଅଟନ୍ତି। ଯଦି ଆର୍ଚ୍ଚରଙ୍କ ସର୍ଜରି ହେବ ତେବେ ସେ ଆଇପିଏଲ ୨୦୨୧ରୁ ବାହାର ହୋଇଯିବେ। କହିରଖବୁ ଆଇପିଏଲ ୨୦୨୧ ଏପ୍ରିଲ ୯ ରୁ ଆରମ୍ଭ ହେବାକୁ ଯାଉଛି। କହିରଖବୁ ଆର୍ଚ୍ଚର ଆଇପିଏଲ ୨୦୨୦ରେ ୧୪ ଟି ମ୍ୟାଚରେ ୨୦ ୱିକେଟ ଅକ୍ତିଆର କରିଥିଲେ ତାଙ୍କର ଇକୋନୋମିରେଟ ୬.୫୫ ଥିଲା। ଆର୍ଚ୍ଚର ଶେଷ ଓଭର ମାନଙ୍କରେ ଭଲ ବୋଲିଙ୍ଗ କରିବାର ନଜର ଆସୁଥିଲେ। ଆଇପିଏଲ ୨୦୧୮ରେ ଡେଭ୍ୟୁ କରିଥିବା ଜୋଫ୍ରା ଆର୍ଚ୍ଚରଙ୍କୁ ରାଜସ୍ଥାନ ରୟାଲ୍ସ ୭.୨ କୋଟିରେ କିଣିଥିଲା। ଏବେ ପର୍ଯ୍ୟନ୍ତ ଆର୍ଚ୍ଚର ୪୬ ୱିକେଟ ନିଜ ନାମରେ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *