ଦିଲ୍ଲୀକୁ ଲାଗିଲା ଶକ୍ତ ଧକ୍କା! IPL ୨୦୨୧ରୁ ବାହାରିଲେ ଏହି ଧୂଆଁଧାର ଖେଳାଳି। ଜାଣନ୍ତୁ ସମ୍ପୂର୍ଣ୍ଣ ଖବର।

ଆଇପିଏଲର ଠିକ ପୂର୍ବରୁ ଦିଲ୍ଲୀ କ୍ୟାପିଟଲ୍ସକୁ ବଡ଼ ଝଟକା ଲାଗିଛି। ଟିମର ଅଧିନାୟକ ଓ ଷ୍ଟାର ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ୯ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ଆଇପିଏଲରୁ ବାହାର ହୋଇଯାଇଛନ୍ତି। ଇଂଲଣ୍ଡ ସହ ପ୍ରଥମ ଏକଦିବସିୟ ମ୍ୟାଚରେ ଅୟରଙ୍କ କାନ୍ଧରେ ଆଘାତପ୍ରାପ୍ତ ହୋଇଥିଲେ ଯାହା ପରେ ତାଙ୍କୁ ଠିକ ହେବାକୁ ୪ ମାସ ସମୟ ଲାଗିବ ବୋଲି ଜଣାପଡିଛି। ଟିମର ସହମାଲିକ ପାର୍ଥ ଜିନ୍ଦଲ ଏହି ଖବର ଦେଇଛନ୍ତି। ଦିଲ୍ଲୀ କ୍ୟାପିଟଲ୍ସକୁ ଆଇପିଏଲର ଦ୍ୱିତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ସହ ଖେଳିବାର ଅଛି।

Google
ବାମହାତର ହାଡ଼ ଖସିଛି:

ଶ୍ରେୟସ ଅୟରଙ୍କୁ ପୁନେରେ ଇଂଲଣ୍ଡର ପାରିର ୮ମ ଓଭରରେ ଆଘାତ ଲାଗିଥିଲା। ସାରଦୁଲ ଠାକୁରଙ୍କ ବଲରେ ଜନି ବେୟରଷ୍ଟୋ ଏକ ବଡ଼ ଶର୍ଟ ଖେଳିଥିଲେ ଯାହାକୁ ଧରିବାକୁ ଶ୍ରେୟସ ଡ୍ରାଇଭ କରିଥିଲେ ଯାହା ପରେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା ଓ କଷ୍ଟ ଅନୁଭବ କରିଥିଲେ ।ଏହା ପରେ କ୍ୟାପଟେନ କୋହଲିଙ୍କ ସହ ବାକି ଖେଳାଳି ତାଙ୍କ ପାଖକୁ ଆସିଥିଲେ ଓ ତାଙ୍କ ଅବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ ପଡିଆ ବାହାରକୁ ନିଆଯାଇଥିଲା। ଏହା ପରେ ସେ ଆଉ ସେହି ମ୍ୟାଚରେ ପଡିଆକୁ ଆସିନଥିଲେ ଓ ଏହାର ଥିଲା ପରେ ପରେ ସିରିଜରୁ ବାହାରିବାର ନ୍ୟୁଜ ଆସିଲା।

କିଏ ହେବ ଦିଲ୍ଲୀର ନୂଆ ଅଧିନାୟକ?:

ଅଳ୍ପ ଦିନ ତଳେ ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ସିରିଜରେ ଅୟର ସୁନ୍ଦର ବ୍ୟାଟିଙ୍ଗ କରି ରନ କରିଥିଲେ। ତାଙ୍କର ଏହି ପ୍ରଦର୍ଶନ ପାଇଁ ଭାରତ ଇଂଲଣ୍ଡକୁ ୩-୨ରେ ହରାଇଥିଲା।ଏବେ ଶ୍ରେୟସଙ୍କ ଜାଗାରେ ଦିଲ୍ଲୀ କ୍ୟାପିଟଲ୍ସକୁ ନୂଆ କ୍ୟାପଟେନଙ୍କୁ ଖୋଜିବାକୁ ପଡିବ। ଟିମ ମ୍ୟାନେଜମେଣ୍ଟ ପାଖରେ ଚଏସର କମି ନାହିଁ। ଅନୁଭବୀ ଓ ଅଜିଙ୍କ୍ୟ ରାହାଣେ ରାଜସ୍ଥାନ ରୟାଲର୍ସ ଓ ଅଶ୍ୱିନୀ କିଙ୍ଗସ ଇଲେଭେନ ପଞ୍ଜାବର ଅଧିନାୟକତ୍ୱ କରିସାରିଛନ୍ତି। ଅଳ୍ପ ଦିନ ତଳେ ନିଜ ଅଧିନାୟକତ୍ୱରେ ମୁମ୍ବାଇକୁ ବିଜୟ ହଜାରେ ଟ୍ରଫି ଜିତାଇଥିବା ପୃଥୀ ସ୍ୱ ମଧ୍ୟ ଦିଲ୍ଲୀର ଅଧିନାୟକ ହୋଇପାରନ୍ତି।

Google
ଋଷଭ ପନ୍ତଙ୍କ ନାମ ସବୁଠୁ ଆଗରେ:

ସୂତ୍ର ଅନୁସାରେ ଏହି ରେସରେ ସବୁଠୁ ଆଗରେ ଋଷଭ ପନ୍ତ ଅଛନ୍ତି। ଭାରତୀୟ ଦଳର ଏହି ମ୍ୟାଚ ବିଜେତା ଖେଳାଳିଙ୍କ ପ୍ରଦର୍ଶନରେ ଟିମ ବହୁତ ପ୍ରଭାବିତ ଅଛି ଓ ତାଙ୍କୁ ଅଧିନାୟକତ୍ୱ ପଦ ମିଳିବାର ବହୁତ ଆଶା ଅଛି। ଦିଲ୍ଲୀ କ୍ୟାପିଟଲ୍ସର ପ୍ରମୋଟର କିରଣ ଗାନ୍ଧୀ ଓ ପାର୍ଥ ଜିନ୍ଦଲ ଜଲ୍ଦି ହେର୍ଡ କୋଚ ରିଙ୍କି ପଏଣ୍ଟିଙ୍ଗଙ୍କ ସହ ମିଶି ଏହାକୁ ଜଣେ ଅଧିନାୟକ ଘୋଷଣା କରିବେ। ଉପଅଧିନାୟକ ହୋଇଥିବାରୁ ସର୍ବ ପ୍ରଥମେ ତାଙ୍କ ନାମ ହିଁ ନେବାର ସମ୍ଭାବନା ଅଛି। ଯଦି ଏପରି ହେଲା ତେବେ ତିନିଜଣ ଭାରତୀୟ ୱିକେଟକିପର ଆଇପିଏଲରେ ଅଧିନାୟକତ୍ୱ କରିବେ। କେଏଲ ରାହୁଲ ପଞ୍ଜାବର ଅଧିନାୟକ ଅଟନ୍ତି ଓ ରାଜସ୍ଥାନ ଏହିବର୍ଷ ସଞ୍ଜୁ ସାମସନଙ୍କୁ ଅଧିନାୟକ କରିଛି।

Google
ଅୟରଙ୍କ କମି ପୁରା କରିବା ଅସମ୍ଭବ:

ଟିମ ମ୍ୟାନେଜମେଣ୍ଟ ଅଧିନାୟକ ସହ ଅୟରଙ୍କ ରୂପରେ ଏକ ଭଲ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ହରାଇଛି। ପୂର୍ଵ ବର୍ଷ ୟୁଏଇରେ ଖେଳାଯାଇଥିବା ଆଇପିଏଲରେ ଅୟର ଚତ୍ରୁର୍ଥ ସର୍ବାଧିକ ରନ ବନେଇଥିବା ଖେଳାଳି ଥିଲେ। କେଏଲ ରାହୁଲ, ଶିଖର ଧୱନ ଓ ଡେଭିଡ ୱାରନରଙ୍କ ପରେ ତାଙ୍କ ନାମରେ ୫୧୯ ରନ ଥିଲା। ୨୦୧୮ ରେ ମଧ୍ୟ ଗମ୍ଭୀର ଅଧାରୁ ଅଧିନାୟକତ୍ୱ ପଦ ଛାଡିବା ପରେ ଅୟର ଦିଲ୍ଲୀର ଅଧିନାୟକତ୍ୱ ପଦ ସମ୍ଭାଳିଥିଲେ। ସେବେଠୁ ସେହି ୨୬ ବର୍ଷୀୟ ଖେଳାଳି ଟିମକୁ ସଫଳତା ଦେଇଆସୁଛନ୍ତି। ଥରେ ପ୍ଲେଅଫ ତ ପୂର୍ଵ ସଂସ୍କରଣରେ ଟିମ ଫାଇନାଲରେ ପହଁଞ୍ଚିଥିଲା କିନ୍ତୁ ଟିମ ଫାଇନାଲରେ ମୁମ୍ବାଇ ଠୁ ହାରିଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *