ଆଇପିଏଲ ୨୦୨୧ ଆରମ୍ଭ ହେବା ପୂର୍ବରୁ ରୟାଲ ଚାଲେଞ୍ଜରସ ବାଙ୍ଗାଲୋରକୁ ବହୁତ ବଡ଼ ଝଟକା ଲାଗିଛି। ଓପ୍ନର ପାଡିକଲ କୋରନା ପଜିଟିଭ ବାହାରିବା ପରେ ଏବେ ଦଳର ଷ୍ଟାର ବୋଲର ଡାନିଏଲ ସାମସ କୋରନା ପଜିଟିଭ ବୋଲି ଚିହ୍ନଟ ହୋଇଛନ୍ତି। ଏବେ ସାମସଙ୍କୁ କୋଭିଡର ଲକ୍ଷଣ ନାହିଁ ହେଲେ ତାଙ୍କୁ ଆଇସୋଲେସନରେ ରଖାଯାଇଛି। ୯ ଏପ୍ରିଲକୁ ଆଇପିଏଲ ଆରମ୍ଭ ହେବ ଏବଂ ଆରସିବି ମୁମ୍ବାଇ ସହ ମ୍ୟାଚ ଖେଳିବାର ନଜର ଆସିବ। ଆରସିବି ଟ୍ୱିଟ କରି ଜଣାଇଛି ଯେ ଡାନିଏଲ ସାମସ ଚେନ୍ନାଇରେ ୩ ଏପ୍ରିଲରେ ପଂହଁଚିଥିଲେ ସେତେବେଳେ ତାଙ୍କର କୋରନା ରିପୋର୍ଟ ନେଗେଟିଭ ଆସିଥିଲା ଏବଂ ତାଙ୍କର ଦ୍ଵିତୀୟ ଟେଷ୍ଟର ରିପୋର୍ଟ ୭ ଏପ୍ରିଲକୁ ଆସିଥିଲା ଯେଉଁଠାରେ ସେ ପଜିଟିଭ ବୋଲି ଚିହ୍ନଟ ହୋଇଛନ୍ତି।
Official Statement: Daniel Sams checked into the team hotel in Chennai on April 3rd, with a negative COVID report on arrival. His report from the 2nd test on 7th April came positive. Sams is currently asymptomatic and he is currently in isolation at a designated medical facility.
— Royal Challengers Bangalore (@RCBTweets) April 7, 2021
ଆଇପିଏଲ ୨୦୨୧ ରେ ସାମସ ଚତୁର୍ଥ ଖେଳାଳି ଯିଏ କୋରନା ପଜିଟିଭ ବୋଲି ମିଳିଛନ୍ତି। ପୂର୍ବରୁ ପାଡିକଲ, କୋଲକତାର ନୀତିଶ ରାଣା ଏବଂ ଦିଲ୍ଲୀ କ୍ୟାପିଟାଲସର ଅକ୍ଷର ପଟେଲ କୋରନା ପଜିଟିଭ ଚିହ୍ନଟ ହୋଇଥିଲେ।
ଅଷ୍ଟ୍ରେଲିଆର ଏହି ବାମ ହାତୀ ଦ୍ରୁତ ବୋଲର ଅଟନ୍ତି ଏବଂ ଏହା ସହିତ ସେ ପାୱାର ହିଟର ମଧ୍ୟ ଅଟନ୍ତି। ସାମସ ନିଜର ୬୧ ଟି ଟି-୨୦ ମ୍ୟାଚରେ ୬୩ ୱିକେଟ ଅକ୍ତିଆର କରିଛନ୍ତି। ଏହା ଛଡା ସେ ଜବରଦସ୍ତ ବ୍ୟାଟିଂ ମଧ୍ୟ କରନ୍ତି। ବିଗ ବାସ ୧୦ ରେ ସାମସ ୨ଟି ଜବରଦସ୍ତ ୫୦ ମାରିଥିଲେ। ପୂର୍ବ ବର୍ଷ ସାମସ ଦିଲ୍ଲୀ କ୍ୟାପିଟାଲସ ପକ୍ଷରୁ ଖେଳୁଥିଲେ। ତାଙ୍କ ପାଖରେ ବୋଲିଂ କରିବାର ଶୈଳୀ ଅଛି ଯାହା ଫଳରେ ସେ ଫାଷ୍ଟ ବଲ, ସ୍ଲୋର ବଲ ଇତ୍ୟାଦି ପକାଇବାରେ ସକ୍ଷମ।

ପ୍ରଥମ ମ୍ୟାଚ ଖେଳିପାରିବେନି ସାମସ:
ଆଇପିଏଲ ନିୟମ ଅନୁସାରେ ୧୦ ଦିନ ପୃଥକ ବାସ(କ୍ବାରେଣ୍ଟିନ) ଦେଇ ଗତି କରିବାକୁ ହେବ। ଦଳ ସହ ଯୋଗ ଦେବା ପାଇଁ ପୃଥକ ବାସର ଦୁଇ ଦିନରେ ଆରଟିପିସିଆର ଯାଞ୍ଚ ନେଗେଟିଭ ଆସିବାକୁ ହେବ। ତାଙ୍କର ପୃଥକ ବାସ ୧୭ ଏପ୍ରିଲକୁ ଶେଷ ହେବ। ଏମିତି ରେ ସେ ମୁମ୍ବାଇ ସହ ହେବାକୁ ଥିବା ୯ ଏପ୍ରିଲର ମ୍ୟାଚ ଏବଂ ହାଇଦ୍ରାବାଦ ସହ ହେବାକୁ ଥିବା ୧୪ ଏପ୍ରିଲର ମ୍ୟାଚରେ ଖେଳିପାରିବେ ନାହିଁ।

ନିୟମ ଅନୁସାରେ କ୍ବାରେଣ୍ଟିନର ନବମ ଏବଂ ଦଶମ ଦିନ ଆରଟି ପିସିଆର ଟେଷ୍ଟ ନେଗେଟିଭ ଆସିବାକୁ ହେବ ଯାହା ପରେ ସେ ଯାଇ ବାୟୋ ବବୁଲରେ ଟିମ ସହ ମିଶି ପାରିବେ। ରୋଗରୁ ବାହାରିବା ପରେ ଖେଳାଳିଙ୍କର କାର୍ଡିଏକ ସ୍କାନିଙ୍ଗ ଦ୍ଵାରା ଯିବାକୁ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।