ଅଷ୍ଟ୍ରେଲିଆ ବିପକ୍ଷ ସଡ୍ନୀରେ ଚାଲୁରହିଥିବା ତୃତୀୟ ଟେଷ୍ଟରେ ଶନିବାରକୁ ବାମ ହାତରେ ଆହତ ପରେ ଫ୍ୟାକ୍ଟର ଓ ଡିସଲୋକେସନ କାରଣରୁ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରୁ ବାହାର ହୋଇଯାଇଛନ୍ତି। ଭାରତର ପ୍ରଥମ ପାଳିରେ ମିଚେଲ ଷ୍ଟାର୍କଙ୍କ ସର୍ଟ ବଲ ତାଙ୍କ ହାତରେ ଆହତ ହୋଇଥିଲା ଯାହା ଫଳରେ ତାଙ୍କୁ ମେଡ଼ିସିନ ନବାକୁ ପଡିଥିଲା ବୋଲି ଜଣା ଯାଇଛି। ଆହତ କାରଣରୁ ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ବିତୀୟ ପାଳିରେ ବୋଲିଂ କରିପାରିଲେ ନାହିଁ।

ଭାରତୀୟ କ୍ରିକେଟ ବୋର୍ଡ(ବିସିସିସାଇ)ର ଏକ ସୂତ୍ର ପିଟିଆଇକୁ କହିଛନ୍ତି ରବୀନ୍ଦ୍ର ଜାଡେଜା ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ମ୍ୟାଚ ଖେଳିବେ ନାହିଁ। ତାଙ୍କୁ ପୁରା ଠିକ ହେବା ପାଇଁ ୪ ରୁ ୬ ସପ୍ତାହ ଲାଗିବ। ଇଂଲଣ୍ଡ ବିପକ୍ଷ ଚାରି ଟେଷ୍ଟ ମ୍ୟାଚ ବିଶିଷ୍ଟ ଏହି ସିରିଜ ଚେନ୍ନାଇରେ ୫ ଫେବ୍ରୁଆରୀରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଓ ଦ୍ଵିତୀୟ ଟେଷ୍ଟ ମ୍ୟାଚ ଚେନ୍ନାଇରେ ଅନୁଷ୍ଠିତ ହେବ। ପ୍ରଥମ ପାଳିରେ ୪ ୱିକେଟ ନେଇ ୨୮ ରନ କରି ଟିମ ପାଇଁ ଭଲ ଯୋଗଦାନ ଦେଇଥିଲେ,ଏହି ଖେଳାଳି। ସିଡ୍ନୀ ଟେଷ୍ଟରେ ଯଦି ଦରକାର ପଡେ ସେ ପେନ କିଲର ଇଞ୍ଜେକ୍ସନ ନେଇ ଖେଳିବେ।
ସୂତ୍ର ମୁତାବକ ମ୍ୟାଚ ବଞ୍ଚେଇବା ପାଇଁ ସେ ଦରକାର ପଡିଲେ ପେନ କିଲର ନେଇ ଖେଳିବେ। ଭାରତୀୟ ଟିମର ସିନିୟର ଖେଳାଳି ରବିଚନ୍ଦ୍ରନ ଅଶ୍ୱିନ କହିଛନ୍ତି କି କହୁଣୀ ଆହତ ସମସ୍ୟା ଥିବା ଋଷଭ ଦ୍ୱିତୀୟ ପାଳିରେ ବ୍ୟାଟିଂ କରିପାରିବେ। ମ୍ୟାଚର ତୃତୀୟ ଦିନ ପନ୍ତ ବ୍ୟାଟିଂ କରିବାକୁ ଯାଇ ଆହତ ହୋଇଯାଇଥିଲେ,ପ୍ୟାଟ କମିନ୍ସଙ୍କ ବଲ ତାଙ୍କ କହୁଣୀରେ ଲାଗିଥିଲା। ଜାଡେଜା ଓ ପନ୍ତଙ୍କୁ ସ୍କାନ ପାଇଁ ନିଆଗଲା ହେଲେ ପନ୍ତଙ୍କ ଆହତ ଏତେ ଗମ୍ଭୀର ନଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।