IND VS ENG:ଇଂଲଣ୍ଡକୁ ଲାଗିଲା ଶକ୍ତ ଝଟକା, ଏହି ଦୁଇ ଷ୍ଟାର ଖେଳାଳି ଦିନିକିଆ ସିରିଜରୁ ବାହାର।

ଇଂଲଣ୍ଡର ଅଧିନାୟକ ଇୟୋନ ମୋର୍ଗନ ଆଘାତ କାରଣରୁ ଭାରତ ବିରୁଦ୍ଧରେ ରବିବାରରେ ଥିବା ଏକଦିବସିୟ ମ୍ୟାଚରେ ଅଂଶ ଗ୍ରହଣ କରିବେନି। ସାମ ବିଲିଙ୍ଗସ ମଧ୍ୟ ରବିବାରକୁ ହେବାକୁ ଥିବା ଶେଷ ଏକଦିବସିୟ ପାଇଁ ଉପଲବ୍ଧ ହେବେ ନାହିଁ ବୋଲି ଆଶା କରା ଯାଉଛି। ମୋରଗାଁନଙ୍କ ଅନୁପସ୍ଥିତରେ ଜୋସ ବଟଲର ଅଧିନାୟକତ୍ୱ ସମ୍ଭାଳିବେ। ଯେବେକି ଲିୟାମ ବିଲିଙ୍ଗଷ୍ଟୋନଙ୍କୁ ଏକଦିବସିୟରେ ପଦାର୍ପଣ କରିବାର ମୌକା ମିଳିବ।

Google

ମୋର୍ଗନ ମଙ୍ଗଳବାରକୁ ହୋଇଥିବା ପ୍ରଥମ ଏକଦିବସିୟରେ ଆଘାତ ହୋଇଯାଇଥିଲେ। ତାଙ୍କ ଆଙ୍ଗୁଠି ଓ ପାଖ ଆଙ୍ଗୁଠିରେ ଆଘାତ ଲାଗିଥିଲା ଯାହା ପରେ ତାଙ୍କ ହାତରେ ଚାରିଟି ଷ୍ଟିଜ ଲାଗିଥିଲା। ଇଂଲଣ୍ଡର ଅଧିନାୟକ ଗୁରୁବାରକୁ ଏମସିଏ ଷ୍ଟାଡିୟମରେ ଅଭ୍ୟାସ ସମୟରେ ନିଜକୁ ଅନଫିଟ ଥିବା ଜଣାଇଥିଲେ। ବିଲିଙ୍ଗସ ମଧ୍ୟ ପ୍ରଥମ ମ୍ୟାଚରେ ଆଘାତ ହୋଇଯାଇଥିଲେ ଓ ଗୁରୁବାରକୁ ହୋଇଥିବା ଅଭ୍ୟାସରେ ସେ ଭାଗ ନେଇନଥିଲେ। ଡେଭିଡ ମଲାନଙ୍କୁ ଟିମରେ ସାମିଲ କରାଯାଇଛି ଓ ସେ ସିଲେକ୍ଟ ପାଇଁ ଦଳରେ ରହିବେ।

Google

ଆପଣ ଜାଣିଥିବେକି ଇଂଲଣ୍ଡକୁ ପ୍ରଥମ ଏକଦିବସିୟରେ ଭାରତ ହାତରୁ ୬୬ ରନରେ ହାରିବାକୁ ପଡିଥିଲା। ସେହି ମ୍ୟାଚରେ ଇଂଲଣ୍ଡର ବୋଲର ଖରାପ ପ୍ରଦର୍ଶନ କରିଥିଲେ ଓ ଭାରତ ୩୧୮ର ବଡ଼ ଟାର୍ଗେଟ ଠିଆ କରିଥିଲା। ଇଂଲଣ୍ଡର ଓପନର ସୁନ୍ଦର ଆରମ୍ଭ କରିଥିଲେ କିନ୍ତୁ ଏହା ପରେ କୌଣସି ବ୍ୟାଟ୍ସମ୍ୟାନ ପଡ଼ିଆରେ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲେ। ଓ ପୁରା ଟିମ ୨୫୧ ରନରେ ଅଲଆଉଟ ହୋଇଗଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *