ବିଜୟ ହଜାରେ ଟ୍ରଫି:IPL ଅକ୍ସନରେ ସାମିଲ ହୋଇନଥିବା ଏହି ଖେଳାଳି ଦେଖେଇଲେ ଉଚ୍ଚ କୋଟିର ଖେଳ, ଏବେ ସମସ୍ତଙ୍କ ପାଟି ଚୁପ!

ସ୍ପୋର୍ଟସ ଫିକ୍ସିଂ ମାମଲାରେ ଲାଗିଥିବା ପ୍ରତିବନ୍ଧ ପରେ ଫେରିଥିବା ଦୃତ ବୋଲର ଏସ ଶ୍ରୀଶାନ୍ତ ଲିଷ୍ଟ ଏ କ୍ରିକେଟରେ ୧୫ ବର୍ଷରେ ପ୍ରଥମ ଥର ପାଳିରେ ୫ଟି ୱିକେଟ ନେଲେ ଯାହାଫଳରେ ବିଜୟ ହଜାର ଟ୍ରଫି କେରଳ ଉତ୍ତରପ୍ରଦେଶକୁ ୩ ୱିକେଟରେ ହରାଇଲା। ୩୭ ବର୍ଷୀୟ ଶ୍ରୀଶାନ୍ତକୁ ଆଇପିଏଲ ୨୦୨୧ ପାଇଁ ହୋଇଥିବା ଶେଷ ତାଲିକାରୁ ବାହାର କରି ଦିଆଯାଇଥିଲା। ସେ ୮ ବର୍ଷରେ ପ୍ରଥମ ଥର ଲିଷ୍ଟ ଏ ମ୍ୟାଚ ଖେଳି ୬୫ ରନ ଦେଇ ୫ଟି ୱିକେଟ ଅକ୍ତିଆର କଲେ।

Google

ଶ୍ରୀଶାନ୍ତ ଓପନର ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମାଙ୍କ ରୂପରେ ପ୍ରଥମ ୱିକେଟ ଅକ୍ତିଆର କଲେ । ଏହାପରେ ଡେଥ ଓଭରରେ ଫେରନ୍ତ କରି ଉତ୍ତରପ୍ରଦେଶର ଅଧିନାୟକ ଭୁବନେଶ୍ବର କୁମାର,ମୋହସିନ ଖାନ, ଅକ୍ଷଦୀପ ନାଥ ଓ ଶିବମ ଶର୍ମାଙ୍କର ୱିକେଟ ନିଜ ନାମରେ ନାମିତ କଲେ। ଭାରତ ପାଇଁ ୨୭ଟି ଟେଷ୍ଟ,୫୩ଟି ଦିନିକିଆ ଓ ୧୦ଟି ଟି୨୦ ଖେଳି ସାରିଥିବା ଶ୍ରୀଶାନ୍ତ ଓଡିଶା ବିରୁଦ୍ଧରେ ଶନିବାରକୁ ୪୧ ରନ ଦେଇ ଦୁଇଟି ୱିକେଟ ଅକ୍ତିଆର କରିଥିଲେ। ଉତ୍ତରପ୍ରଦେଶ ୪୯.୪ଓଭରରେ ୨୮୩ ରନ କରିଥିଲେ। ଏହାର ଜବାବରେ କେରଳ ୪୮.୪ ଓଭରରେ ୭ଟି ୱିକେଟ ହରାଇ ଟାର୍ଗେଟ ପୁର୍ଣ କରିନେଲେ।

ଅନ୍ୟ ମ୍ୟାଚରେ କର୍ଣ୍ଣାଟକ ବିହାରକୁ ୨୬୭ରନରେ ହରାଇଲା। ଅଧିନାୟକ ଆର ସମର୍ଥ ୧୪୪ଟି ବଲରେ ୧୫ଟି ଚୌକା ଓ ଗୋଟିଏ ଛକା ସହିତ ଅପରାଜିତ ୧୫୮ ରନ କଲେ। ଯେବେକି ଦେବଦତ୍ତ ପାଡିକଲ ୯୮ଟି ବଲରେ ୯୭ ରନ କଲେ ଯେଉଁଥିରେ ୮ଟି ଚୌକା ଓ ୨ଟି ଛକା ରହିଥିଲା। କର୍ଣ୍ଣାଟକର ୩ ୱିକେଟରେ ୩୫୪ ରନର ଜବାବରେ ବିହାରର ଦଳ ୮୭ ରନରେ ଆଉଟ ହୋଇଗଲେ। ସେହିପରି ରେଲୱେ ଓଡ଼ିଶାକୁ ୮ଟି ୱିକେଟରେ ପରାଜୟ ଦେଲା।

Google

ଅଶ୍ଵିନ ହେବାରଙ୍କର ଅପରାଜିତ ୧୦୧ ରନର ସାହାଯ୍ୟରେ ଆନ୍ଧ୍ରପ୍ରଦେଶ ଗ୍ରୁପ ବି ର ମ୍ୟାଚରେ ତାମିଲନାଡୁକୁ ୭ ୱିକେଟରେ ହରାଇ ଦେଇଛି। ଇନ୍ଦୋରରେ ଖେଳା ଯାଇଥିବା ମ୍ୟାଚରେ ଆନ୍ଧ୍ରର ଅଧିନାୟକ ହନୁମା ବିହାରୀ ଟସ ଜିତି ବୋଲିଂର ନିର୍ଣ୍ଣୟ ନେଲେ। ତାମିଲନାଡୁର ଦଳ ୪୧.୩ ଓଭରରେ ୧୭୬ ରନରେ ଆଉଟ ହୋଇଗଲା। ବାମ ହାତର ମଧ୍ୟମ ଦୃତ ବୋଲର ସି ଷ୍ଟିଫନ,ଅଫ ସ୍ପିନର ସୋଏବ ମହମ୍ମଦ ଖାନ ତିନି,ତିନିଟି ଓ ମଧ୍ୟମ ଦୃତ ବୋଲର ଗିରିନାଥ ରେଡ୍ଡୀ ୨ଟି ୱିକେଟ ଅକ୍ତିଆର କରିଥିଲେ।

ଗିରିନାଥ ସି ହରି ନିଶାନ୍ତ ଓ ଏନ ଜଗଦୀଶସନଙ୍କର ଓପନର ଯୋଡିକୁ କ୍ରମଶଃ ୪ ଓ ୧୧ର ବ୍ୟକ୍ତିଗତ ସ୍କୋରରେ ଆଉଟ କଲେ। ତାମିଲନାଡୁର ସ୍କୋର ୨ ୱିକେଟରେ ୨୩ ରନ ହୋଇଥିଲା। ଶୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଜିତିଥିବା ତାମିଲନାଡୁର ଦଳ ଏହି ଝଟକାରୁ ଓହରି ପାରିଲା ନାହିଁ। ବାବା ଅପରାଜିତ ସର୍ବାଧିକ ୪୦ ରନ କଲେ ଯେବେକି ଅଧିନାୟକ ଦିନେଶ କାର୍ତ୍ତିକ ୭ ଓ ଏମ ଶାହାରୁଖ ଖାନ ୧୯ ରନ କରି ଆଉଟ ହୋଇଗଲେ।

ଉତ୍ତରରେ ହେବାର ଦ୍ୱିତୀୟ ତରଫରେ ୱିକେଟର ପତନ ସତ୍ତ୍ୱେ ଶତକୀୟ ପାଳି ଖେଳିଲେ। ରିକି ଭୁୟୀ ତାଙ୍କର ଭଲ ସାଥ ନିଭାଇ ୪୧ଟି ବଲରେ ଅପରାଜିତ ୫୨ ରନ କଲେ ଯେଉଁଥିରେ ୬ଟି ଚୌକା ଓ ୨ଟି ଛକା ମାରିଥିଲେ। ଦୁହେଁ ଚତୁର୍ଥ ୱିକେଟ ପାଇଁ ୧୧୪ ରନର ପାର୍ଟନର୍ସିପ କଲେ। ଏକ ଅନ୍ୟ ମ୍ୟାଚରେ ଝାଡ଼ଖଣ୍ଡ ପଞ୍ଜାଵକୁ ୨ ରନରେ ହରାଇଲା।ଝାଡ଼ଖଣ୍ଡ ୫୦ ଓଭରରେ ୯ ୱିକେଟରେ ୨୧୭ ରନ କଲେ ଯେବେକି ପଞ୍ଜାଵର ଦଳ ୪୫.୫ ଓଭରରେ ୨୧୫ ରନରେ ଆଉଟ ହୋଇଗଲେ।

Google

ସେଠାରେ ମଧ୍ୟପ୍ରଦେଶର ଦଳ ବିଦର୍ଭ ଠାରୁ ୪ ୱିକେଟରେ ହାରିଗଲା। ମଧ୍ୟପ୍ରଦେଶର ୯ ୱିକେଟରେ ୨୪୩ ରନର ଜବାବରେ ବିଦର୍ଭ ୪୮.୫ ଓଭରରେ ୬ ୱିକେଟ ହରାଇ ୨୪୬ ରନ କଲେ।

ମେଜବାନ ଗୁଜୁରାଟରେ ସୋମବାରକୁ ବିଜୟ ହଜାରେ ଟ୍ରଫି ଏକଦିବସୀୟ ଟୁର୍ଣ୍ଣାମେଣ୍ଟର ଏଲିଟ ଗ୍ରୁପ ଏ ମୁକାବିଲାରେ ଗୋଆକୁ ୮ ରନରେ ହରାଇ ଲଗାତାର ଦ୍ୱିତୀୟ ବିଜୟ ହାସଲ କଲେ। ଗୁଜୁରାଟ ନିଜ ଆରମ୍ଭ ଆରମ୍ଭ ଛତିଶଗଡ଼ ବିରୁଦ୍ଧରେ ୩ ୱିକେଟରେ ବିଜୟ ସହିତ କରିଥିଲା। ସୁରଟରେ ଖେଳା ଯାଇଥିବା ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଗୋଆର ଦଳ ୪୫.୪ ଓଭରରେ ୧୫୯ ରନରେ ରହିଗଲେ। ଗୁଜୁରାଟ ତରଫରୁ ବାମ ହାତର ସ୍ପିନର ହାର୍ଦିକ ପଟେଲ ୩୪ ରନ ଦେଇ ୩ଟି ୱେକେଟ ଅକ୍ତିଆର କରିଥିଲେ।

ଏହାର ଉତ୍ତରରେ ଗୁଜୁରାଟର ପ୍ରିୟଙ୍କ ପାଞ୍ଚାଲ(ଅପରାଜିତ ୫୭)ଏବଂ ଭର୍ଗବ ମେରାଇ(୫୫ ବଲରେ ୫୭ ରନ)ର ଅର୍ଦ୍ଧଶତକ ବଳରେ ୨୭.୪ ଓଭରରେ ୨ ୱିକେଟରେ ୧୬୨ ରନ କରି ସହଜ ବିଜୟ ହାସଲ କଲେ। ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଗୋଆର ଆରମ୍ଭ ଖରାପ ରହିଲା।ଅର୍ଜନ ନଗବାସଵାଲା(୩୧ ରନରେ ୨ ୱେକେଟ)ଓପନର ବ୍ୟାଟ୍ସମ୍ୟାନ ଆଦିତ୍ୟ କୋୖସିକ(୦୪)ଙ୍କୁ ଆଉଟ ହୋଇଗଲେ ଯେବେକି ହାର୍ଦିକ ଦ୍ୱିତୀୟ ଓପନିଙ୍ଗ ବ୍ୟାଟ୍ସମ୍ୟାନ୍ ଇଶାନ ଗାଡେକର(୧୮)କୁ ଆଉଟ କରି ଗୋଆର ସ୍କୋର ୪୧ ରନରେ ୨ ୱିକେଟ କଲେ।

Google

ଗୁଜୁରାଟ ନିୟମିତ ଅନ୍ତରାଳରେ ୱିକେଟ ନେଲା ଓ ଗୋଆର ବ୍ୟାଟ୍ସମ୍ୟାନଙ୍କୁ ଦୃଢ଼ ଭାବରେ ଖେଳିବାକୁ ଦେଲେ ନାହିଁ। ସ୍ନହଲ କୌଥାଙ୍କର(୨୩) ମଧ୍ୟ ଭଲ ଆରମ୍ଭର ଫାଇଦା ଉଠାଇବାରେ ଅସଫଳ ରହିଲେ। ହାର୍ଦିକ ତାଙ୍କୁ ପଗବାଧା ଆଉଟ କଲେ। ଅଧିନାୟକ ଅମିତ ବର୍ମା(୧୫) ସୁୟସ୍ ପ୍ରଭୁଦେଶାଇ(୩) ମଧ୍ୟ ଜଲ୍ଦି ଆଉଟ ହୋଇଗଲେ। ଯାହାଦ୍ୱାରା ଗୋଆର ସ୍କୋର ୫ ୱିକେଟରେ ୭୮ ରନ ହୋଇଗଲା। ୱିକେଟ କିପର କେଡି ଏକନାଥ ୬୨ ବଲରେ ୩୬ ରନର ପାଳି ଖେଳି ଦଳର ସ୍କୋର ୧୨୦ ରନର ଉପରକୁ ପହଞ୍ଚାଇଲେ।

ଅର୍ଜନ ୩୯ ତମ ଓଭରରେ ୧୨୩ ରନର ସ୍କୋରର୍ଡ ଏକନାଥଙ୍କୁ ଆଉଟ କରି ଗୋଆକୁ ଷଷ୍ଠ ଝଟକା ଦେଲେ। ସପ୍ତମ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଦର୍ଶନ ମିଶଲ ୪ଟି ଚୌକା ସାହଯ୍ୟରେ ୪୪ ରନ କରି ଶୀର୍ଷ ସ୍କୋରର ରହିଲେ ଓ ଦଳର ସ୍କୋର ୧୫୦ ରନର ଉପରକୁ ପହଞ୍ଚାଇବାରେ ମୁଖ୍ୟ ଭୂମିକା ତୁଲାଇଲେ। ଗୁଜୁରାଟ ତରଫରୁ ଦୃତ ବୋଲର ଚିନ୍ତନ ଗଜା(୩୧ ରନରେ ୨ ୱେକେଟ) ଓ ସ୍ପିନର ପିୟୁସ ଚାୱଲା(୩୨ ରନରେ ୨ ୱେକେଟ)ମଧ୍ୟ ୨-୨ ୱିକେଟ ନିଜ ନାମରେ ନାମିତ କରେଇଥିଲେ।

ଲକ୍ଷ୍ୟର ପିଛା କରି ଗୁଜୁରାଟକୁ ଧ୍ରୁବ ରାୱଲ(୨୬ ବଲରେ ୩୭ ରନ)ଓ ପାଞ୍ଚାଲ ପ୍ରଥମ ୱିକେଟ ପାଇଁ ୫୩ ରନ ଯୋଡି କରି ଭଲ ଆରମ୍ଭ ଦେଲେ। ପାଞ୍ଚାଲ ଓ ମେରାଇ ଏହାପରେ ଦ୍ୱିତୀୟ ୱିକେଟ ପାଇଁ ୯୨ ରନ କରି ମ୍ୟାଚକୁ ଗୋଆ ଠାରୁ ବହୁତ ଦୂରକୁ କରିଦେଲେ। ୨ରି ଅନ୍ୟ ମ୍ୟାଚରେ ଅଧିନାୟକ କ୍ରୁନାଲ ପାଣ୍ଡ୍ୟା ନଟଆଉଟ ୧୨୭ ରନ ବଳରେ ବଡୋଦା ତ୍ରିପୁରାକୁ ୬ ୱିକେଟରେ ହରେଇଲା ଯେବେକି ହାଇଦ୍ରାବାଦ ଛତିଶଗଡ଼କୁ ୭ ୱିକେଟରେ ହରେଇଲା।

ତ୍ରିପୁରା ପ୍ରଥମେ ବ୍ୟାଟିଂ କରି ଉଦୟନ ବୋସ୍(୫୬),ବିଶାଲ ଘୋଷ(୫୦)ଓ ମଣିଶଙ୍କର ମୁରାସିଂହ(୪୨)ର ପାଳିର ସାହାଯ୍ୟରେ ୭ ୱିକେଟରେ ୩୦୨ ରନ କଲେ। ବଡୋଦା ପାଣ୍ଡ୍ୟା ଓ ବିଷ୍ଣୁ ସୋଲଙ୍କି(୯୭)ର ପାଳି ସାହାଯ୍ୟରେ ୪୯ ଓଭରରେ ୪ ୱିକେଟରେ ୩୦୩ ରନ କରି ବିଜୟ ପ୍ରାପ୍ତ କଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *