ରୋହିତ ଶର୍ମା କହିଛନ୍ତି ପ୍ରଥମ ଟୁରରେ ଯୁବରାଜ ସିଂହ ତାଙ୍କ ସହ ସିଧା ମୁହଁରେ କଥା ମଧ୍ୟ ହୋଇନଥିଲେ। ରୋହିତ ଏହା ମଧ୍ୟ କହିଛନ୍ତି ଯେବେ ଯୁବରାଜ ସିଂହ ଇଣ୍ଡିଆନ ପ୍ରିମୀୟର ଲିଗରେ ହାଟ୍ରିକ ନେଇଥିଲେ ସେ ତାଙ୍କୁ ବୋଲିଙ୍ଗ ଟିପ୍ସ ଦେବାକୁ ଅଫର ଦେଇଥିଲେ।

ରୋହିତ ଶର୍ମା ଯେବେ ପ୍ରଥମ ଥର ଟିମ ଇଣ୍ଡିଆରେ ପ୍ରବେଶ କରିଥିଲେ ସେବେ ଯୁବରାଜ ସିଂହ ତାଙ୍କୁ ରାଗିଙ୍ଗ କରିଥିଲେ। ବସର ସିଟରୁବି ଉଠାଇ ଦେଇଥିଲେ।ରୋହିତ ଶର୍ମା କହିଛନ୍ତି ପ୍ରଥମ ଟୁରରେ ଯୁବରାଜ ସିଂହ ତାଙ୍କ ସହ ସିଧା ମୁହଁରେ କଥା ମଧ୍ୟ ହୋଇନଥିଲେ। ରୋହିତ ଶର୍ମା ଏହି କଥା ଗୌରବ କପୁରଙ୍କ ୟୁଟୁବ ଚ୍ୟାନେଲ”ବ୍ରେକ ଫାଷ୍ଟ ଉଇଥ ଚମ୍ପିୟାନ”ରେ ନିଜେ କହିଥିଲେ। ରୋହିତ ଏହି ଶୋ ରେ ଏହା ମଧ୍ୟ କହିଛନ୍ତି କି ଯେବେ ଯୁବରାଜ ସିଂହ ଇଣ୍ଡିଆନ ପ୍ରିମୀୟର ଲିଗରେ ହାଟ୍ରିକ ନେଇଥିଲେ ସେ ତାଙ୍କୁ ବୋଲିଙ୍ଗ ଟିପ୍ସ ଦେବାକୁ ଅଫର ଦେଇଥିଲେ।
ଶୋ ରେ କଥା ହେବା ସମୟରେ ଗୌରବ କପୁର ରୋହିତ ଶର୍ମାଙ୍କୁ ପ୍ରଶ୍ନ କରିଥିଲେ,”ଯେବେ ଆପଣ ପ୍ରଥମ ଥର ଟିମ ଇଣ୍ଡିଆରେ ପ୍ରବେଶ କରିଥିଲ ସେବେ କେହି ଆପଣଙ୍କୁ ରାଗିଙ୍ଗ କରିଥିଲା କି”। ରୋହିତ କହିଥିଲେ” ଯୁବରାଜ ସିଂହ ଆଉ କିଏ। ମୁଁ କଣ କହିବି। ମାନେ ମତେ ଡର ଲାଗୁଥିଲା ତାଙ୍କୁ ଦେଖି”।ରୋହିତ କହିଛନ୍ତି,”ଇଣ୍ଡିଆନ ଟିମର ମୋର ପ୍ରଥମ ଏକ୍ସପେରିଏନ୍ସ କହୁଛି ଶୁଣ। ପ୍ରଥମ ଥର ଥିଲା ମୁଁ ଏକ ଘଣ୍ଟା ପୂର୍ଵରୁ ହିଁ ପହଁଚିଗଲି ଲବୀରେ।ଏକ ଘଣ୍ଟା ଦେଖୁଛି କେଉଁଠି ଅଛି ବସ ଓ କଣ ହେବ, ଓ ଲୋକ କେଉଁଠୁ ଆସିବେ। ମୁଁ ଲବୀରେ ବସିଗଲି। ଲବୀ ପାଖରେ ଆସି ବସ ପହଁଚିଲା। ସେ କହିଲେ କି ଏବେ ଆପଣ ଆସି ବସରେ ବସିପାରିବେ”।

ରୋହିତ କହିଲେ “ସବୁ ଧୀରେ ଧୀରେ ଆସିବାକୁ ଲାଗିଲେ।ସମସ୍ତେ ବସୁଥାନ୍ତି ଓ ମୁଁ ଦେଖୁଥାଏକି କିଏ କେଉଁଠି ବସୁଛି।ମୁଁ ଭଳି ଆଉ ୨-୩ ଜଣ ଥିଲେ। ମୁଁ ତାଙ୍କ ସହ ଖେଳିନଥିଲି କିନ୍ତୁ ମୋ ବୟସର ଥିଲେ। ତାଙ୍କୁ ଦେଖି ମତେ ଟିକେ ସାହସ ଆସିଲା। ମୁଁ ବସରେ ଯାଇ ସିଟରେ ବସିପଡ଼ିଲି।ସେବେ ଯୁବରାଜ ସିଂହ ଆସିଲେ ଓ ମୁଁ ତାଙ୍କର ଜଣେ ବଡ ଫ୍ୟାନ।ସେ ଏପରି ଆସିଲେ ଯେପରି ଫୁଟବଲ ଆପଣଙ୍କୁ ଦେଖୁଛନ୍ତି। ୟୁ ନୋ ଶର୍ଟ, ନାଇଟ ଚସମା, ଓଲଟା ଟୋପି, ଓ ହ୍ୟାଣ୍ଡଫୋସ, “।
ରୋହିତ କହିଲେ,”ମତେ ଜଣାପଡିଗଲା କି ସେ ହିଁ ଯୁବରାଜ ସିଂହ,ଯେବେ ସେ ଭିତରକୁ ଆସିଲେ ମୁଁ କହିଲି ହାଏ ୟୁବି ପା ମୁଁ ରୋହିତ। ଏହା ପରେ ସେ କହିଲେ ହଁ ହଁ ,ପୁଣି ଅଟକି କହିଲେ ତମକୁ ଜଣାଅଛି ଏହି ସିଟ କାହାର। ମୁଁ କହିଲି ନା।ସେ କହିଲେ ଭାଇ ମୁଁ ବସିବି ଏଠି ତୁ ଯାଇ ଅନ୍ୟ ସିଟରେ ବସ।ମୁଁ ମନେ ମନେ ଭାବିଲି ଏହା କଣ ହେଲା। ବହୁତ ଖରାପ ଏକ୍ସପେରିଏନ୍ସ ଥିଲା ତାହା”। ରୋହିତ କହିଛନ୍ତିକି ସେହି ପୁରା ଟୁରରେ ରୋହିତ ତାଙ୍କ ସହ ଠିକସେ କଥା ହୋଇନାହାଁନ୍ତି।

ରୋହିତ କହିଛନ୍ତି,”ତାଙ୍କୁ ମ୍ୟାନ ଅଫ ଦ ସିରିଜ ମିଳିଲା ଆଇଲ୍ୟାଣ୍ଡରେ । ମୁଁ କହିଲି ୟୁବି ପା ୱେଲ ପ୍ଲେଡ଼।ସେ କେବଳ ଏତିକି କହିଲେ ଧନ୍ୟବାଦ। ପରେ ଟି-୨୦ ବିଶ୍ୱକପରେ ଯେବେ ସେ ୬ ଟି ଛକା ମାରିଥିଲେ ସେବେ ସେ ଭଲ ମୁଡ଼ରେ ଥିଲେକି କଣ ମତେ କହିଲେ ଚାଲ ଖାଇବାକୁ ବାହାରକୁ ଯିବା। ମତେ ପଚାରିଲେ କଣ ଖାଇଥାଏ ମୁଁ। ମୁଁ କହିଲି ସବୁ ଖାଇଥାଏ ଚାଲନ୍ତୁ ଯିବା। ଏହାପରେ ଆମର ଠିକସେ ପରିଚୟ ହେଲା”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।