ପୂର୍ବ ଭାରତୀୟ ଓପନର KKR ଏବଂ ଗିଲଙ୍କ ନେଇ ଦେଲେ ବଡ଼ ବୟାନ। ଏବେ ଚାରିଆଡେ ପାଲଟିଛି ଚର୍ଚ୍ଚାର ବିଷୟ।

ଆଇପିଏଲର ୧୪ତମ ସଂସ୍କରଣ ପାଇଁ ୧୮ ଫେବୃଆରୀକୁ ମିନି-ନିଲାମୀ ହେବାକୁ ଯାଉଛି। ଏହି ନିଲାମୀରେ ଷ୍ଟିବ ସ୍ମିଥ,ଡେଭିଡ ମଲାନ,ମିଶେଲ ଷ୍ଟାର୍କ,କେମରନ ଗ୍ରୀନ ଏବଂ ଶାକିବ ହଲ ହସନଙ୍କ ସହିତ କେତେକ ତାରକା ଖେଳାଳୀଙ୍କ ପାଇଁ ଟିମମାନେ ବୋଲି ଲଗାଇବେ। ଭାରତୀୟ ଦଳର ପୂର୍ବ ଓପନର ଓ ପ୍ରସିଦ୍ଧ କ୍ରିକେଟ କମେଣ୍ଟଟେଟର ଆକାଶ ଚୋପ୍ରା କହିଲେ, କୋଲକାତା ନାଇଟ ରାଇଡ଼ର୍ଶକୁ ନିଲାମୀ ପୂର୍ବରୁ ଶୁଭମନ ଗିଲଙ୍କୁ ଉପ ଅଧିନାୟକ କରିଦେବା ଉଚିତ ଓ ତାଙ୍କୁ ଭଲ ଦଳ କରିବା ଦରକାର।

Google

ଆକାଶ ନିଜ ୟୁଟୁବ ଚ୍ୟାନେଲରେ କହିଲେ,”ମୁଁ ଚାହେଁ କି କେକେଆରର ଦଳ ନିଲାମୀ ପୂର୍ବରୁ ଏକା ଘୋଷଣା କରିଦେଉ କି ଶୁଭମନ ଗିଲ ଆମର ଉପ ଅଧିନାୟକ ଅଟନ୍ତି। ଏହା ଶେଷ ଛୋଟ ନିଲାମୀ ଅଟେ। ଏହା ପରେ ଅତିରିକ୍ତ ଦଳ ଆସିବ ଓ ବଡ଼ ନିଲାମୀ ଅନୁଷ୍ଠିତ ହେବ। ସେହି ସମୟରେ କାହାକୁ ଆପଣ ରିଟେନ କରିବାକୁ ଚାହିଁବେ। ମୋର ପ୍ରଥମ ନାମ ଶୁଭମନ ଗିଲ ହେବେ। ତାଙ୍କର ପାଖାପାଖି ନିଜ ଦଳ ତିଆରି କରନ୍ତୁ। ଯଦି ତାଙ୍କୁ ରଖିବାକୁ ଚାହୁଁଛନ୍ତି ତେବେ ସେହି ଇନଭେଷ୍ଟ କରିବା ଆରମ୍ଭ କରନ୍ତୁ। ଯେମିତି ରୋହିତ ଶର୍ମାଙ୍କ ଉପରେ ମୁମ୍ବାଇ ଇଣ୍ଡିଆନସ୍ କରିଥିଲା।”

ଆକାଶ କହିଲେ,”ରୋହିତଙ୍କୁ ହାଇଦ୍ରାବାଦରୁ ଆଣି ଆସିଥିଲେ। ଏହାର ତୁରନ୍ତ ପରେ ଦଳର ଲିଡରଶିପ ଗ୍ରୁପର ଅଂଶ କରାଇଲେ। ତାପରେ ଅଧିନାୟକ କରାଇଲେ।ଶ୍ରେୟସ୍ ଅୟରଙ୍କୁ ଦିଲ୍ଲୀ କ୍ୟାପିଟାଲସ୍ ଅଧିନାୟକ କରାଇଥିଲା। ସେହି ପ୍ରକାରର ନୀତି ଆପଣେଇବାକୁ ହେବ।ଏହା ଠାରୁ ଆଗକୁ ଯିବାର ଅଛି ତେବେ ଭବିଷ୍ୟର ଲିଡ଼ରଙ୍କର ପରିଚୟ କରେଇବାକୁ ହେବ। ଭବିଷ୍ୟର ଲିଡର ନିର୍ମାଣ କରେଇବାକୁ ହେବ। ତାଙ୍କ ସହିତ ଚାଲିବାକୁ ହେବ।”କେକେଆରର ଦଳ ୨୦୧୨ ଓ ୨୦୧୪ରେ ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ଟିଇଟେଲ ଜିତିଥିଲା। ଗତ ୨ ସିଜିନରୁ ଲଗାତାର ପଞ୍ଚମ ସ୍ଥାନରେ ରହିଥିଲେ।

Google

ଆକାଶ ନିଲାମୀରେ କୋଲକାତାର ରଣନୀତି ବିଷୟରେ କହିଲେ,”କେକେଆର ପାଖରେ ୧୦.୭୫କୋଟି ଟଙ୍କା ଅଛି।ସେ ବେଶି ଖେଳାଳୀ କିଣି ପାରିବେ ନାହିଁ।ଯଦି ପ୍ରଥମ ତାଲିକାରେ କୌଣସି ବଡ଼ ଖେଳାଳିଙ୍କୁ କିଣିବେ ତେବେ ପୁରା ଦିନ ଚୁପ ହୋଇ ରହିବେ। ଦଳ ଏହି ନିଲାମୀରେ ଆଣ୍ଡ୍ରେ ରସଲଙ୍କର ବ୍ୟାକ ପ୍ଲେୟର କିଣିବାକୁ ଚାହିଁବ। କେମରନ ଗ୍ରୀନ, ମୋଇସେସ ହେନରିକ୍ସ,ମୋଇନ ଅଲ୍ଲୀ ଓ ଶାକିବ ଅଲ ହସନଙ୍କ ମଧ୍ୟରୁ ଜଣଙ୍କୁ କିଣିବାକୁ ଚାହିଁବ। ସ୍ପିନର ଓ ଫାଷ୍ଟ ବୋଲରଙ୍କୁ କିଣିବାକୁ ମନ ବଳେଇବେ ନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *