ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ପାଇଁ ବହୁତ ଖରାପ ଖବର ଅଛି। ତାଙ୍କ ଟିମର ଅଷ୍ଟ୍ରେଲିଆ ଲେଗ ସ୍ପିନର ଆଡାମ ଜାମ୍ପା ମୁମ୍ବାଇ ବିପକ୍ଷ ପ୍ରଥମ ମ୍ୟାଚ ପାଇଁ ଉପସ୍ଥିତ ରହିବେନି। ଆରସିବି ଡ଼ାଇରେକ୍ଟର ମାଇକ ହେସନ ଏହି କଥାର ଖବର ଦେଇଛନ୍ତି। ପୂର୍ବ ବର୍ଷ ହିଁ ଏହି ଲେଗ ସ୍ପିନର ବିରାଟ କୋହଲିଙ୍କ ସହ ଆରସିବି ଟିମରେ ଜୁଡିଲେ। ପ୍ରକୃତରେ ୨୮ ବର୍ଷର ଜାମ୍ପା ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହାପାଇ ହିଁ ସେ ବାଙ୍ଗାଲୋରର ଆରମ୍ଭର କିଛି ମ୍ୟାଚରୁ ବାହାର ରହିବେ।

ମାଈକ ହେସନ ଏକ ଭିଡିଓ ମେସେଜ ଦ୍ୱାରା କହିଲେ କି ,” ଆମ ପାଖରେ ପ୍ରଥମରୁ ହିଁ ବିଦେଶୀ ଖେଳାଳି ମାନଙ୍କର ପୁରା ଟିମ ରହିବ ନାହିଁ। ଆଡାମ ଜାମ୍ପା ବିବାହ କରିବା ପାଇଁ ଯାଉଛନ୍ତି ଆଉ ଏହା ତାଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ ସମୟ ଅଟେ। ତାଙ୍କର ଏହି ନିଷ୍ପତ୍ତିକୁ ଆମେ ସମ୍ମାନ କରୁଛୁ ଆଉ ଆଶା ଅଛି କି ତାଙ୍କର ଜୀବନ ସଫଳତାରେ ଭରିଯାଉ। ଥରେ ଏହି ସବୁ ଜିନିଷ ସହ ସଫଳତା ପାଇବା ପରେ ଆମେ ପୁଣି ଟିମ ସହ ଯୋଡିଯିବୁ।”
ସେ କହିଲେ କି ,” ଆମ ପାଖରେ ୮ଜଣ ବିଦେଶୀ ଖେଳାଳି ଅଛନ୍ତି ଆଉ ଆମେ ଏହା ଆଶା କରୁଛୁ କି ସେମାନେ ବହୁତ ଭଲ ଖେଳ ଦେଖେଇବେ। ଏବି ଡିଭିଲିୟର୍ସ ୨୮ ମାର୍ଚ୍ଚକୁ ପହଂଚିବେ ଆଉ ନିଉଜିଲାଣ୍ଡର ଫିନ ଆଲେନ ୧ ଏପ୍ରିଲ କୁ ଟିମ ସହ ଯୋଡିବେ।”
RCB’s IPL 2021 Camp and Player Availability
When’s the pre-season camp starting? When are the overseas players arriving? On @myntra presents Bold Diaries, Mike Hesson leaves no room for speculations ahead of #VivoIPL2021.#PlayBold #WeAreChallengers #IPL2021 #Classof2021 pic.twitter.com/yxBFNYVwW8
— Royal Challengers Bangalore (@RCBTweets) March 24, 2021
ଜାମ୍ପା ପୂର୍ବ ବର୍ଷ ଆରସିବି ପାଇଁ କେବଳ ୩ଟି ମ୍ୟାଚ ହିଁ ଖେଳିଥିଲେ ଆଉ ସେଥିରେ ସେ ୨ଟି ୱିକେଟ ଅକ୍ତିଆର କରିଥିଲେ। ଏହା ଆଗରୁ ସେ ଆଇପିଏଲ ୨୦୧୬ ଆଉ ୨୦୧୭ ରେ ରାଇଜିଙ୍ଗ ପୁନେ ସୁପ୍ରଜାଏଂଟଙ୍କ ସହ ଖେଳିଥିଲେ ଆଉ ତାଙ୍କ ପାଇଁ ଖେଳି ସେ ୯ଟି ମ୍ୟାଚରେ ୧୧ଟି ୱିକେଟ ଅକ୍ତିଆର କରିଥିଲେ।
ଆଇପିଏଲ ୨୦୨୧ ପାଇଁ ଆରସିବିର ଟ୍ରନିଂ କ୍ୟାମ୍ପର ଆରମ୍ଭ ୨୯ ମାର୍ଚ୍ଚ ଠାରୁ ଆରମ୍ଭ ହେବାକୁ ଯାଉଛି। ୨୦୨୦ର ଚାମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସଙ୍କ ସହ ତାଙ୍କର ପ୍ରଥମ ମ୍ୟାଚ ଖେଳା ଯିବାକୁ ଯାଉଛି।
ଆଇପିଏଲ ୯ ଏପ୍ରିଲକୁ ଷ୍ଟାର୍ଟ ହେବ।

ଆରସିବି ସ୍କ୍ବାଡ଼: ବିରାଟ କୋହଲି, ଏବି ଡିଭିଲିୟର୍ସ, ଡେନ କ୍ରିସ୍ତିଆନ, ଦେନିଏଲ ସ୍ୟାମ୍ସ, ଗ୍ଲେନ ମାକ୍ସଓଏଲ, ଗ୍ଲେନ ମୟକ୍ସ୍ବେଲ, ହରସଲ ପଟେଲ, ଫିନ ଆଲେନ, କେନ ରିଚାର୍ଡସନ, କାୟଲ ଯେମିସନ, ସଚିନ ବେବି,ମହମ୍ମଦ ଆଜରୁଦ୍ଧିନ, ମହମ୍ମଦ ସିରାଜ , ନବଦୀପ ସୈନି, କେ ଏସ ଭାରତ,ପବନ ଦେଶପାଣ୍ଡେ, ରଜତ ପତିଦାର,ଶହବାଜ ଅହମ୍ମଦ, ସୁୟ୍ଯଜ ପ୍ରଭୁ ଦେଶାଇ, ୱାଶିଂଟନ ସୁନ୍ଦର, ୟୁଜଭେନ୍ଦ୍ର ଚାହାଲ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।