ଆଇପିଏଲ ୨୦୨୧ ପୂର୍ବରୁ ହିଁ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋରକୁ ବଡ ଝଟକା ଲାଗିଛି। ବିଗ ବ୍ୟାସ ଲିଗରେ ବେଷ୍ଟ ଖେଳାଳୀର ଆୱାର୍ଡ ଜିତିଥିବା ଜୋଶ ଫିଲିପି ଆଇପିଏଲରୁ ନାମ ଫେରସ୍ତ ନେଇସାରିଛନ୍ତି। ଡାହାଣ ହାତର ଏହି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଟୁର୍ଣ୍ଣାମେଣ୍ଟରୁ କାହିଁକି ହଟିବାର ନିଷ୍ପତି ନେଲେ ଏହାର କାରଣ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

ଜୋଶ ଫିଲିପିଙ୍କ ଜାଗାରେ ବାଙ୍ଗାଲୋର ନ୍ୟୁଜଲ୍ୟାଣ୍ଡର ଖେଳାଳୀ ଫିନ ଏଲେନଙ୍କୁ ନିଜ ଦଳରେ ସାମିଲ କରିଛି।ଫିନ ଏଲେନ ନିଜ ବିସ୍ପୋଟକ ବ୍ୟାଟିଂ ପାଇଁ ଜଣା ଯାଆନ୍ତି ଓ ତାଙ୍କୁ ୨୦ଲକ୍ଷ ଟଙ୍କାର ବେସ ପ୍ରାଇଜରେ ବାଙ୍ଗାଲୋର ନିଜ ଟିମରେ ଜାଗା ଦେଇଛି।
ଜୋଶ ଫିଲିପି ଆଇପିଏଲ ୨୦୨୦ରେ ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ପାଇଁ ପଦାର୍ପଣ କରିଥିଲେ।ଯଦିଓ ସେ କିଛି ଖାସ ପ୍ରଦର୍ଶନ କରିପାରି ନଥିଲେ ଓ ତାଙ୍କ ବ୍ୟାଟରୁ ୭୮ ରନ ହିଁ ବାହାରି ଥିଲା।

ଡାହାଣ ହାତର ଫିନ ଏଲେନ ତାଙ୍କର ବିସ୍ପୋଟକ ବ୍ୟାଟିଂ ପାଇଁ ଜଣା ଯାଆନ୍ତି। ଅକଲ୍ୟାଣ୍ଡ ପାଇଁ ଖେଳୁଥିଲା ଫିନ ୧୩ଟି ଟି୨୦ ମ୍ୟାଚରେ ୪୮ରୁ ଅଧିକ ଔଷତରେ ୫୩୭ ରନ ବନେଇଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ମଧ୍ୟ ୧୮୦ରୁ ବି ଅଧିକ ଅଟେ।

ରୟାଲ ଚ୍ୟାଲେଞ୍ଜରର୍ସ ବାଙ୍ଗାଲୋର ସମ୍ପୂର୍ଣ୍ଣ ଦଳ: ବିରାଟ କୋହଲି, ଏବିଡିଭିଲିୟରସ,ୟୁଜବେନ୍ଦ୍ର ଚହଲ,ଦେବଦତ୍ତ ପାଡିକଲ, ୱାଶିଙ୍ଗଟନ ସୁନ୍ଦର, ମହମ୍ମଦ ସିରାଜ, ନବଦୀପ ସୈନି,ଆଡମ ଜାମ୍ପା, ସହବାଜ ଅହମ୍ମଦ, ଫିନ ଏଲେନ, କେନ ଚିଚାର୍ଡସନ,ପବନ ଦେଶପାଣ୍ଡେ,ଗ୍ଲେନ ମ୍ୟାକ୍ସୱେଲ, ରଜତ ପାଟିଦାର, ମହମ୍ମଦ ଅଜାରୁଦିନ,ସଚିନ ବେବି,କାୟଲ ଯେମିସନ,ଡେନିୟଲ କ୍ରିଷ୍ଟିୟନ, କେ ଏସ ଭାରତ ଓ ସୁଏସ ପ୍ରଭୁଦେଶାଇ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।