IND VS ENG: ସଂଜୁ ସାମସନ ଓ ମୟଙ୍କ ଅଗ୍ରୱାଲଙ୍କ ସହିତ ୭ ଜଣ ଖେଳାଳି ଟିମ ଇଣ୍ଡିଆରୁ ବାହାର। ଦେଖନ୍ତୁ କିଏ ହେଲେ ସାମିଲ।

ଏକଦିବସିୟ ସିରିଜ ପାଇଁ ଇଣ୍ଡିଆ ଟିମ ଘୋଷଣା କରାଯାଇଛି। ଅଷ୍ଟ୍ରେଲିଆ ଗ୍ରସ୍ତରେ ଥିବା ୭ ଜଣ ଖେଳାଳିଙ୍କୁ ଟିମରେ ଜାଗା ମିଳିନାହିଁ। ସଂଜୁ ସାମସନ ଓ ମନୀଷ ପାଣ୍ଡେଙ୍କୁ ଏକଦିବସିୟ ସିରିଜରେ ଖେଳିବାକୁ ମୌକା ମିଳିନଥିଲା। ଏହା ପରେ ମଧ୍ୟ ଦୁହିଁଙ୍କୁ ଟିମରେ ଜାଗା ମିଳିନାହିଁ। ଏକଦିବସିୟ ସିରିଜ ୨୩ ମାର୍ଚ୍ଚରୁ ସବୁ ମ୍ୟାଚ ପୁନେରେ ବିନା ଫ୍ୟାନ୍ସରେ ହେବ। ମ୍ୟାଚ ୨୩,୨୬, ଓ ୨୮ ମାର୍ଚ୍ଚକୁ ହେବ।

Google

ଅଷ୍ଟ୍ରେଲିଆ ଗ୍ରସ୍ତ ପରେ ଯେଉଁ ୭ ଜଣ ଖେଳାଳିଙ୍କୁ ଟିମରେ ଜାଗା ମିଳିନାହିଁ ସେମାନେ ହେଲେ ମୟଙ୍କ ଅଗ୍ରୱାଲ, ଯଶପ୍ରୀତ ବୁମରା, ମନିଶ ପାଣ୍ଡେ, ନବଦୀପ ସୈନି, ସଂଜୁ ସାମସନ, ଓ ରବିନ୍ଦ୍ର ଜାଡେଜା ଏଥିରେ ସାମିଲ ଅଛନ୍ତି। ବୁମରା ନିଜ ବିବାହ କାରଣରୁ ବାହାରେ ଅଛନ୍ତି। ଏହା ସହ ମହମ୍ମଦ ସାମୀ ଓ ରବିନ୍ଦ୍ର ଜାଡେଜା ଆଘାତ କାରଣରୁ ବାହାର ଅଛନ୍ତି। ମୟଙ୍କ ଅଗ୍ରୱାଲଙ୍କ କଥା କହିବା ତ ତାଙ୍କୁ ଅଷ୍ଟ୍ରେଲିଆ ଗ୍ରସ୍ତରେ ମୌକା ମିଳିଥିଲା ସେ କିଛି ଖାସ କରିପାରିନଥିଲେ। ସେ ମାତ୍ର ୫୦ ରନ ମୋଟ କରିଥିଲେ ଓ ତାଙ୍କ ସବୁଠୁ ଅଧିକ ରନ ୨୮ ରହିଥିଲା ବୋଲି ଜଣା ଯାଇଛି।

ସେହିପରି ପ୍ରେସର ବୋଲର ନବଦୀପ ସୈନି କୌଣସି ଖାସ ପ୍ରଦର୍ଶନ କରିପାରିନଥିଲେ। ସେ ୧୭ ଓଭରରେ ୯ ଇକୋନୋମିରେଟରେ ୧୫୩ ରନ ଦେଇଥିଲେ ଓ ମାତ୍ର ୧ ୱିକେଟ ଅକ୍ତିଆର କରିଥିଲେ। ଇଂଲଣ୍ଡ ବିରୁଦ୍ଧରେ ଟି-୨୦ ସିରିଜରେ ତାଙ୍କୁ ଏବେ ପର୍ଯ୍ୟନ୍ତ ମୌକା ମିଳିନାହିଁ କିନ୍ତୁ ପୂର୍ବତନ ଖେଳାଳି ଗୌତମ ଗମ୍ଭୀର ତାଙ୍କୁ ଟିମରେ ସାମିଲ କରିବା ପାଇଁ ପକ୍ଷ ରଖିଛନ୍ତି। ରୋହିତ ଶର୍ମା ଅଷ୍ଟ୍ରେଲିଆ ଗ୍ରସ୍ତରେ ଅନ୍ତର୍ଭୁକ୍ତ ନଥିଲେ ଏବେ ତାଙ୍କୁ ଏକଦିବସିୟ ସିରିଜରେ ସାମିଲ କରାଯାଇଛି। ଏହା ଛଡା ଋଷଭ ପନ୍ତ, ପ୍ରସିଦ୍ଧି କ୍ରୀଷ୍ଣା, ସୂର୍ଯ୍ୟକୁମାର ଯାଦବ, କୁନାଲ ପାଣ୍ଡ୍ୟା, ୱାସିଙ୍ଗଟନ ସୁନ୍ଦର, ଭୁବନେଶ୍ୱର କୁମାର ଓ ମହମ୍ମଦ ସିରାଜଙ୍କୁ ମୌକା ମିଳିଛି।

Google
ହାର୍ଦିକ ପାଣ୍ଡ୍ୟା ଅଷ୍ଟ୍ରେଲିଆରେ କରିଥିଲେ ସୁନ୍ଦର ପ୍ରଦର୍ଶନ:

ଅଷ୍ଟ୍ରେଲିଆ ଦୌଡ଼ରେ ଭାରତକୁ ୧-୨ରେ ହାର ମିଳିଥିଲା।ସିରିଜରେ ହାର୍ଦିକ ପାଣ୍ଡ୍ୟା ସୁନ୍ଦର ଖେଳ ଦେଖେଇଥିଲେ। ସେ ସିରିଜରେ ୩ ଟି ମ୍ୟାଚରେ ୧୦୫ ଔସତ ସହ ସବୁଠୁ ଅଧିକ ୨୧୦ ରନ କରିଥିଲେ। ଦୁଇଟି ଅର୍ଦ୍ଧଶତକୀୟ ପାରି ଖେଳିଥିଲେ। ବିରାଟ କୋହଲି ମଧ୍ୟ ଦୁଇଟି ଅର୍ଦ୍ଧଶତକ ଲଗାଇଥିଲେ। ଏହା ଛଡା ରବିନ୍ଦ୍ର ଜାଡେଜା, ଶିଖର ଧୱନ, ଓ କେଏଲ ରାହୁଲ ମଧ୍ୟ ଗୋଟେ ଗୋଟେ ଅର୍ଦ୍ଧଶତକ ମାରିଥିଲେ।

ଇଂଲଣ୍ଡ ବିରୁଦ୍ଧରେ ଭାରତର ଏକଦିବସିୟ ଟିମ କିଛି ଏହିପ୍ରକାର ଅଟେ:

ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା(ଉପଅଧିନାୟକ), ଶିଖର ଧୱନ, ଶୁଭମନ ଗିଲ, ଶ୍ରେୟସ ଅୟର, ହାର୍ଦିକ ପାଣ୍ଡ୍ୟା,ସୂର୍ଯ୍ୟକୁମାର ଯାଦବ,ଋଷଭ ପନ୍ତ (ୱିକେଟକିପର), କେଏଲ ରାହୁଲ (ୱିକେଟକିପର), କୂଳଦୀପ ଯାଦବ,ମହମ୍ମଦ ସିରାଜ,ୟୁଜବେନ୍ଦ୍ର ଚହଲ,କୁନାଲ ପାଣ୍ଡ୍ୟା, ୱାସିଙ୍ଗଟନ ସୁନ୍ଦର, ଟି ନଟରାଜନ, ଭୁବନେଶ୍ୱର କୁମାର, ପ୍ରସିଦ୍ଧ କ୍ରୀଷ୍ଣା, ଓ ସାରଦୁଲ ଠାକୁର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *