ଅଷ୍ଟ୍ରେଲିଆ ବିପକ୍ଷରେ ଚାଲୁରହିଥିବା ଟେଷ୍ଟ ସିରିଜରେ ଖେଳାଳିଙ୍କ ଆହତ ସମସ୍ୟାକୁ ପ୍ରଥମରୁ ଚିନ୍ତାରେ ଥିବା ଟିମ ଇଣ୍ଡିଆ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଆଉ ଏକ ଝଟକା ଲାଗିଲା। ଫର୍ମରେ ଥିବା ରବୀନ୍ଦ୍ର ଜାଡେଜାଙ୍କ ବାମ ହାତରେ ବଲ ବାଜି ଫ୍ୟାକ୍ଟର ହେବା କାରଣରୁ ବ୍ରିସବେନରେ ଥିବା ୧୫ ଜାନୁୟାରୀ ଟେଷ୍ଟରୁ ସେ ବାଦ ପଡିଛନ୍ତି। ସେ ଆଗାମୀ ୬ ସପ୍ତାହ ପର୍ଯ୍ୟନ୍ତ କ୍ରିକେଟଠୁଁ ଦୂରରେ ରହିବେ। ଭାରତ ପାଇଁ ଏହା ଭଲ ଖବର ଯେ ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ କହୁଣୀରେ ଲାଗିଥିବା ବଲ ଏତେ ଆଘାତ କରିନି। ସେ ୪ତମ ମ୍ୟାଚରେ ବ୍ୟାଟିଂ କରିପାରନ୍ତି।

ଜାଡେଜା ଓ ପନ୍ତଙ୍କୁ ଅଷ୍ଟ୍ରେଲିଆ ବୋଲରଙ୍କ ଦ୍ୱାରା ସର୍ଟ ବଲରେ ଆଘାତ ଲାଗିଥିଲା। ଯାହାପରେ ତାଙ୍କୁ ସ୍କାନ ପାଇଁ ନିଆଗଲା। ବିସିସିଆଇର ଏକ ସୂତ୍ର ମୁତାବକ,”ରବୀନ୍ଦ୍ର ଜାଡେଜାଙ୍କ ବାମ ଆଙ୍ଗୁଳିରେ ଡିସ୍ଲୋକେସନ ଓ ଫ୍ୟାକ୍ଟର ଦେଖିବାକୁ ମିଳିଲା। ତାଙ୍କ ପାଇଁ ବ୍ୟାଟିଂ କରିବା ବହୁତ କଷ୍ଟ। ସେ ଶେଷ ମ୍ୟାଚରୁ ବାହାର ହେଲେ। ପନ୍ତ ବ୍ୟାଟିଂ କରିପାରିବେ କାହିଁକିନା ତାଙ୍କର ଆହତ ଏତେ ଗମ୍ଭୀର ନୁହେଁ”। ଏହା ପୂର୍ବରୁ ବିସିସିଆଇ କହିଥିଲା’ପନ୍ତଙ୍କୁ ଶନିବାର ବ୍ୟାଟିଂ କରିବା ସମୟରେ କହୁଣୀରେ ଆହତ ଲାଗିଲା।ତାଙ୍କୁ ସ୍କାନ ପାଇଁ ନିଆଯାଇଥିଲା।”
ପ୍ରଥମ ପାରିରେ ୬୭ ବଲରେ ୩୬ ରନ କରିଥିବା ପନ୍ତଙ୍କୁ ପ୍ୟାଟ କମିନ୍ସଙ୍କ ସର୍ଟ ବଲକୁ ପୁଲ ଖେଳିବା ସମୟରେ ଆଘାତ ଲାଗିଥିଲା। ସେ ପଟି କରି ପୁଣି ମୈଦାନ ଉପରକୁ ଓଲ୍ହାଇଲେ। ହେଲେ ଦ୍ରୁତଗତିରେ ରନ କରିପାରିଲେ ନାହିଁ।ଜୋଶ ହାଜେଲଉଡ଼ଙ୍କ ବଲରେ ସେ ୱିକେଟ ପଛରେ କ୍ୟାଚ ହୋଇ ଆଉଟ ହୋଇଥିଲେ। ଆଇସିସି ନିୟମ ଅନୁସାରେ ରିଜର୍ଭ ୱିକେଟକିପର ଋଦ୍ଧିମାନ ସାହ ତାଙ୍କ ଜାଗା ନେଲେ।ଏହାପରେ ରବୀନ୍ଦ୍ର ଜାଡେଜାଙ୍କୁ ଷ୍ଟାର୍କଙ୍କ ସର୍ଟ ବଲ ଯୋଗୁଁ ବାମ ଆଙ୍ଗୁଠିରେ ଆହତ ଲାଗିଲା ତାଙ୍କ ପାଇଁ ଅଷ୍ଟ୍ରେଲିଆର ଦ୍ଵିତୀୟ ପାଳିରେ ବୋଲିଂ କରିବା ସମ୍ଭବ ହେବ ନାହିଁ।ତାଙ୍କର ୨୮ ରନର ଅପରାଜିତ ରନ ସହାୟତାରେ ଭାରତୀୟ ଟିମ ଅଷ୍ଟ୍ରେଲିଆ ପାରି ଠାରୁ ୧୦୦ ରନ ତଳେ ରହିଲା।

ଜାଡେଜାଙ୍କ ଆଙ୍ଗୁଠି ସ୍କାନ ପରେ ଜଣାପଡିଲା କି ଯେଉଁ ହାତରେ ସେ ବୋଲିଂ କରନ୍ତି ସେଠି ବହୁତ ଗମ୍ଭୀର ଆଘାତ ଲାଗିଛି। ଦ୍ଵିତୀୟ ପାଳିରେ ମଇଦାନରେ ଓଲ୍ହାଇ ସେ କଷ୍ଟ ଅନୁଭବ କରୁଥିବାର ଦେଖାଗଲା। ତାଙ୍କ ଆଙ୍ଗୁଠି ଫ୍ୟାକ୍ଟର ହୋଇଥିଲା ଓ ଫିଜିଓ ସେଥିରେ ପଟି କରିଥିଲେ। ସେ କିଛି ବଲ ପକେଇଲେ ହେଲେ ପରେ ବୋଲିଂ କରିପାରିଲେ ନାହିଁ।ଏହା ପୂର୍ବରୁ ଇଶାନ୍ତ ଶର୍ମା(ସିରିଜ ଆରମ୍ଭ ପୂର୍ବରୁ),ମହମ୍ମଦ ସାମୀ(ହାତରେ ଆହତ ଲାଗିବା),ଉମେଶ ଯାଦବ(ମାଂସପେଶୀରେ ଆହତ ହେ ଆ),କେ ଏଲ ରାହୁଲ(ମୁଠିରେ ଆହତ)କାରଣରୁ ଟିମରୁ ବାହାର ଅଛନ୍ତି ଓ ଅଧିନାୟକ ବିରାଟ କୋହଲି ଅବକାଶରେ ଅଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।