ଭାରତ ଇଂଲଣ୍ଡକୁ ଅହମ୍ମଦାବାଦରେ ୧୦ ୱିକେଟରେ ପରାସ୍ତ କରି ଆଇସିସି ଟେଷ୍ଟ ଚ୍ୟାମ୍ପିୟାନସିପରେ ୧ ନଂ ସ୍ଥାନ ଲାଭ କରିଛି। ଅହମ୍ମଦାବାଦରେ ଭାରତ ଇଂଲଣ୍ଡକୁ ୨ ଦିନରେ ହରେଇ ତାର ଫାଇନାଲକୁ ଯିବାର ସମସ୍ତ ବାଟ ବନ୍ଦ କରିଦେଲା। ଅନ୍ୟପଟେ ଭାରତ ଫାଇନାଲକୁ ଯିବା ଭଳି ଲାଗୁଛି।

ଅହମ୍ମଦାବାଦ ଟେଷ୍ଟ ପରେ ଭାରତ ୭୧.୦ଫିସିଦୀ ପିସିଟି ଓ ୪୯୦ ଅଙ୍କ ସହିତ ୧ନଂରେ ପହଞ୍ଚିଗଲା। ସେହପରି ନ୍ୟୁଜିଲ୍ୟାଣ୍ଡ ଟିମ ୭୦.୦ ଫିସିଦି ସହ ୨ନଂରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୬୯.୨ ପିସିଟି ସହ ତୃତୀୟ ସ୍ଥାନରେ ରହିଛି। ଯଦି ଭାରତକୁ ଫାଇନାଲ ଯିବାକୁ ହେବ ତ କମରୁ କମ ଶେଷ ଟେଷ୍ଟ ଡ୍ର କରିବାକୁ ପଡିବ। ଆଉ ଯଦି ହାରେ ତେବେ ଅଷ୍ଟ୍ରେଲିଆ କ୍ୱଲିଫାଏ କରିଦେବ।
କହିରଖିଛୁ କି ଆଇସିସି ଟେଷ୍ଟ ଚ୍ୟାମ୍ପିୟାନସିପ ଫାଇନାଲ ମ୍ୟାଚ ଇଂଲଣ୍ଡର ଐତିହାସିକ ଲର୍ଡ଼ସ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ ଯାହାକି ଜୁନ ୧୮ ରେ। ବିଶ୍ୱାସ ଯେ ନ୍ୟୁଜିଲ୍ୟାଣ୍ଡକୁ ଫାଇନାଲରେ ଭାରତ ଭେଟିବ।

ମ୍ୟାଚ କଥା କହିବାକୁ ଗଲେ ଭାରତ ,ଇଂଲଣ୍ଡକୁ ମାତ୍ର ୨ ଦିନରେ ହରାଇଦେଲା। ଭାରତକୁ ବିଜୟ ପାଇଁ ୪୯ ରନର ଲକ୍ଷ ଥିଲା ଯାହାକୁ ସେ ବିନା ୱିକେଟ ହରାଇ ହାସିଲ କରିନେଲା। ଇଂଲଣ୍ଡ ପ୍ରଥମ ପାରିରେ ୧୧୨ କରିଥିବା ବେଳେ ଭାରତ ୧୪୫ ରନ କରିଥିଲା। ଏହାପରେ ଦ୍ଵିତୀୟ ପାଳିରେ ଭାରତ ଭଲ ବୋଲିଂ କରି ଇଂଲଣ୍ଡ ପାଳିକୁ ୮୧ ରନରେ ଅଲଆଉଟ କରିଦେଲା। ପରିଶେଷରେ ଭାରତ ୪୯ ରନ କରି ମ୍ୟାଚ ଜିତିବା ସହ ସିରିଜରେ ୨-୧ ରେ ଆଗୁଆ ଗତି କରୁଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।