ଏହି ପୂର୍ବ ଷ୍ଟାର ଖେଳାଳି କଲେ ଭବିଷ୍ୟବାଣୀ କହିଲେ ସାକିଲ ଅଲ ହାସନଙ୍କୁ କିଣିପାରେ ଏହି ଦଳ। ଜାଣିଲେ ହେବେ ଚକିତ।

ଆଇପିଏଲର ୧୪ତମ ସଂସ୍କରଣ ପାଇଁ ୧୮ ଫେବୃଆରୀକୁ ମିନି-ନିଲାମୀ ହେବ। ନିଲାମୀ ପାଇଁ କିଙ୍ଗସ ଏକାଦଶ ପଞ୍ଜାବ ପାଖରେ ଏଥର ସବୁଠାରୁ ଅଧିକ ଟଙ୍କା ବଳିଛି। ତାଙ୍କ ପାଖରେ ୫୩.୨କୋଟି ଟଙ୍କା ଅଛି ଓ ମୋଟରେ ୯ ଖେଳାଳୀଙ୍କର ସ୍ଥାନ ଖାଲି ଅଛି। ଭାରତର ପୂର୍ବ ଓପନର ଓ ପ୍ରସିଦ୍ଧ କମେଣ୍ଟଟେଟର ଆକାଶ ଚୋପ୍ରା ଭବିଷ୍ୟବାଣୀ କରିଛନ୍ତି କି ଦଳର କୋଚ ଅନୀଲ କୁଂବଲେ ଏହି ଥର ଅଲରାଉଣ୍ଡର ଶାକିବ ଅଲ ହସନଙ୍କୁ କ୍ରୟ କରିପାରନ୍ତି। ପଞ୍ଜାବର ଦଳ ଏହି ଥର ନିଲାମୀରେ ସବୁଠାରୁ ଚାଲକ ପ୍ରମାଣିତ ହୋଇପାରନ୍ତି।

Google

ଆକାଶ ନିଜ ୟୁଟୁବ ଚ୍ୟାନେଲରେ କହିଲେ,”ପଞ୍ଜାବର ପାଖରେ ବହୁତ ଟଙ୍କା ରହିଛି। ଦଳର କେତେକ ଖେଳାଳିଙ୍କୁ ଛାଡ଼ିଦେଇଛନ୍ତି କିନ୍ତୁ ମୁଖ୍ୟ ଖେଳାଳୀମାନେ ଏବେ ମଧ୍ୟ ଅଛନ୍ତି। ଏଥିରୁ ଏହା ପ୍ରମାଣିତ ହେଉଛି କି ଦଳର ସଞ୍ଚାଳନ ଭଲରେ କାମ କରୁଅଛି। ଗତ ବର୍ଷ ବହୁତ ପାଖରେ ଥିଲେ, କିନ୍ତୁ ଦୂରରେ ରହିଗଲେ। ୟାଙ୍କ ପାଖରେ କେବଳ ୯ଟି ସ୍ଥାନ ଅଛି। ଯେବେ ଆରସିବି ଖେଳାଳିଙ୍କୁ ରିଲିଜ କରିଥିଲା ତେବେ ତାଙ୍କ ପାଖରେ ୧୩ଟି ସ୍ଥାନ ଥିଲା। ସେ ୨ ଖେଳାଳିଙ୍କୁ ଟ୍ରେଡ଼ ଜରିଆରେ ହାସିଲ କଲେ। ଏବେ ତାଙ୍କ ପାଖରେ ୧୧ଟି ସ୍ଥାନ ଅଛି। ପଞ୍ଜାବ ଗ୍ଲେନ ମ୍ୟାକ୍ସୱେଲ,ସେଲଡନ କଟ୍ରେଲ,କରୁନ ନାୟର,ଓ କୃଷ୍ଣପା ଗୌତମଙ୍କୁ ଯିବାକୁ ଦେଇଛି। ମୁଁ ଆଶ୍ଚର୍ଯ୍ୟ ଅଟେ କି ଅନୀଲ କୁଂବଲେ ଶାହେବ ମୁଜୀବ ଉର ରେହେମାନଙ୍କୁ ରିଲିଜ କରିଦେଲେ।”

ଆକାଶ କହିଲେ,”ମୁଜୀବ ଚାରି କୋଟିର ହିଁ ଥିଲେ। ସେ ଏବେ ନିଲାମୀରେ ଅଧିକ ଟଙ୍କାରେ ବିକ୍ରି ହେବେ। ଏହା ମୁଜୀବ ପାଇଁ ଭଲ ଅଟେ,କିନ୍ତୁ ପଞ୍ଜାବ ପାଇଁ ନୁହେଁ।ଗୌତମଙ୍କ ରୂପରେ ଏକ ଅଫ ସ୍ପିନର ଥିଲେ ତାଙ୍କୁ ବି ଯିବାକୁ ଦେଲେ। ହାରଡୁଲ ବିଲଜୋଏନ,ଜେ ସୂଚିତ ଓ ଜେମ୍ସ ନିସମଙ୍କୁ ଛାଡିଦେଲେ। ପଞ୍ଜାବକୁ ବ୍ୟାଟ୍ସମ୍ୟାନ୍ ଦରକାର। ଭାରତୀୟ ବ୍ୟାଟ୍ସମ୍ୟାନ୍ ତାଙ୍କୁ ଦରକାର ନାହିଁ।ଡେଭିଡ ମଲାନଙ୍କ ତରଫକୁ ଇଏ ଯାଇପାରନ୍ତି।ସମସ୍ତଙ୍କୁ ମଲାନ ଦରକାର। ଗ୍ଲେନ ମ୍ୟାକ୍ସୱେଲ ଯଦି ଶସ୍ତାରେ ମିଳନ୍ତି ତେବେ କିଣିପାରନ୍ତି। ମୋଇନ ଅଲ୍ଲିଙ୍କ ତରଫକୁ ମଧ୍ୟ ଯାଇପାରନ୍ତି। ସେ ଅଫ ବ୍ରେକ ସହି ଉପରରେ ବ୍ୟାଟିଂ ମଧ୍ୟ କରନ୍ତି। ତାଙ୍କ ବିଷୟରେ ଭାବି ପାରନ୍ତି।

Google

ଆକାଶ ଆଗକୁ କହିଲେ,”ପଞ୍ଜାବର ଦଳ ଶାକିବ ଅଲ ହସନଙ୍କ ବିଷୟରେ ଭାବିପାରନ୍ତି। ଏହା ବହୁତ ରୋମାଞ୍ଚକ ହେବ।ଯେବେ ସେ ନିଲାମୀକୁ ଆସିବେ ତେବେ ତାଙ୍କ ନାମର ଚର୍ଚ୍ଚା ହୋଇପାରେ। ୪ ଓଭରର ବୋଲିଂ କରନ୍ତି ଓ ମଧ୍ୟକ୍ରମରେ ବ୍ୟାଟିଂ କରନ୍ତି। ଶାକିବ ଏକ ସମ୍ପୂର୍ଣ୍ଣ ପ୍ୟାକେଜ ଅଟନ୍ତି। ପଞ୍ଜାଵର ଦଳ ଷ୍ଟିଭ ସ୍ମିଥଙ୍କ ବିଷୟରେ ମଧ୍ୟ ଭାବିପାରନ୍ତି। ଦକ୍ଷିଣ ଆଫ୍ରିକାର ରଶି ୱାନ ଡର ଡୁସେନ ମଧ୍ୟକ୍ରମରେ ଭଲ ପ୍ରମାଣିତ ହୋଇପାରନ୍ତି। କେମରନ ଗ୍ରୀନ ଓ ମୋଇସେସ୍ ହେନରିକ୍ସଙ୍କ ଉପରେ ବୋଲି ଲଗେଇପାରନ୍ତି। ବୋଲରଙ୍କ ମଧ୍ୟରେ ମିଚେଲ ଷ୍ଟାର୍କ,ଜେମ୍ସ ପାର୍ଟିସନ,ମିସେଲ ମେକଲେନାଘନ ଓ ନାଥନ କୁଲଟର ନାଇଲଙ୍କ ବିଷୟରେ ଭାବି ପାରନ୍ତି। ଯଦି ପଞ୍ଜାଵର ଦଳ ଭଲରେ ନିଲାମୀରେ ଭାଗ ନେବେ ତେବେ ଆଇପିଏଲରେ ଉଚ୍ଚ ପ୍ରଦର୍ଶନ କରିପାରନ୍ତି।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *