IND VS ENG: ଆଉ ଏକ ପରାଜୟ ଆଣିଦେବ ଭାରତ ପାଇଁ ଟେଷ୍ଟ ଚମ୍ପିୟାନସିପର ବିପଦ। ଜାଣନ୍ତୁ ପୁରା ସମିକରଣ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରୋଟି ଟେଷ୍ଟ ମ୍ୟାଚର ସିରିଜ କୌଣସି ମାମୁଲି ସିରିଜ ନୁହେଁ ବରଂ ଏହି ସିରିଜରୁ ୱାର୍ଲଡ଼ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଧାର୍ଯ୍ୟ ହେବ। ନ୍ୟୁଜଲ୍ୟାଣ୍ଡ ପ୍ରଥମେ ହିଁ ଫାଇନାଲରେ ଟିକେଟ ପକା କରିନେଇଛି ଏବେ ଭାରତ-ଇଂଲଣ୍ଡ ସିରିଜରୁ ଜଣା ପଡିବ କି ଫାଇନାଲରେ ଖେଳିବାର ଦ୍ୱିତୀୟ ଟିମ କେଉଁଟି ହେବ?ଚେନ୍ନାଇ ଟେଷ୍ଟରେ ଭାରତର ପରାଜୟ ପରେ ଏହି ରେସ ଆହୁରି କୌତୁହଳପୂର୍ଣ୍ଣ ହୋଇଯାଇଛି। କହିଦେଉଛୁ ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜର ପରିଣାମ ଏହି ଦୁଇଟି ଦଳ ଛଡା ଅଷ୍ଟ୍ରେଲିଆର ମଧ୍ୟ ଭାଗ୍ୟ ନିର୍ଣ୍ଣୟ କରିବ।

Google

ଭାରତ ପ୍ରଥମ ଟେଷ୍ଟ ହରେଇ ସାରିଛି କିନ୍ତୁ ତା ପାଖରେ ଏବେ ବି ୱାର୍ଲଡ଼ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ଉତ୍ତୀର୍ଣ୍ଣ ହେବାର ମୌକା ଅଛି। ଯଦି ଭାରତୀୟ ଦଳ ସିରିଜ ୨-୧ କିମ୍ବା ୩-୧ରେ ଜିତିବ ତେବେ ଭାରତୀୟ ଦଳ ଉତ୍ତୀର୍ଣ୍ଣ କରିଯିବେ। ଅର୍ଥାତ ଏବେ ଟେଷ୍ଟ ସିରିଜରେ ଯଦି ଭାରତୀୟ ଦଳ ଗୋଟିଏ ମ୍ୟାଚ ହରାଇବେ ତେବେ ତାକୁ ଫାଇନାଲର ଟିକେଟ ମିଳିବ ନାହିଁ।

ସିରିଜ ଡ୍ର ହେବ ତ ଅଷ୍ଟ୍ରେଲିଆ କରିବ ଉତ୍ତୀର୍ଣ୍ଣ:

ଯଦି ଏହି ଟେଷ୍ଟ ସିରିଜ ୧-୧,୨-୨ରେ ମଧ୍ୟ ଡ୍ର ହେବ ତେବେ ଇଂଲଣ୍ଡ ଓ ଭାରତ ଦୁହେଁ ୱାର୍ଲଡ଼ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଖେଳି ପାରିବ ନାହିଁ ଓ ଅଷ୍ଟ୍ରେଲିଆ ଉତ୍ତୀର୍ଣ୍ଣ କରିଯିବ। ଯଦି ଇଂଲଣ୍ଡ ଏହି ସିରିଜ ୧-୦,୨-୦ କିମ୍ବା ୨-୧ରେ ଜିତିବ ତେବେ ମଧ୍ୟ ଅଷ୍ଟ୍ରେଲିଆ ହିଁ ଫାଇନାଲରେ ନିଜ ନାମ ପକା କରିଦେବ। ଇଂଲଣ୍ଡକୁ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିବା ପାଇଁ ୩-୦,୩-୧ କିମ୍ବା ୪-୦ରେ ବିଜୟ ହାସଲ କରିବାକୁ ହେବ।

Google

ବୁଝି ହେଉଛି ୱାର୍ଲଡ଼ ଟେଷ୍ଟ ଚାମ୍ପିୟନଶିପର ରେସ ଭାରତ ପାଇଁ ଏବେ ଆହୁରି କଠିନ ହୋଇଯାଇଛି, ଯଦିଓ ଅଧିନାୟକ ବିରାଟ କୋହଲିଙ୍କର କହିବା କଥା କି ତାଙ୍କ ଧ୍ୟାନ ଫାଇନାଲ ଉପରେ ହିଁ ନାହିଁ। ବିରାଟ କୋହଲି ଚେନ୍ନାଇରେ ଟେଷ୍ଟ ହାରିବା ପରେ କହିଲେ କି ତାଙ୍କର ଲକ୍ଷ୍ୟ ପରବର୍ତ୍ତୀ ମ୍ୟାଚ ଜିତିବା ଅଟେ, ସେ ସିରିଜ ପୂର୍ବରୁ ମଧ୍ୟ ୱାର୍ଲଡ଼ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ପ୍ରସଙ୍ଗରେ ଚିନ୍ତା କରୁନଥିଲେ। ସେମିତିରେ ଚେନ୍ନାଇ ଟେଷ୍ଟର ରେଜଲ୍ଟ ପରେ ଇଂଲଣ୍ଡ ୱାର୍ଲଡ଼ ଟେଷ୍ଟ ଚାମ୍ପିୟନଶିପର ଅଙ୍କ ତାଲିକାରେ ୧ମ ରାଙ୍କରେ ପହଞ୍ଚି ଯାଇଛି,ସେଠାରେ ଭାରତ ପ୍ରଥମରୁ ସିଧା ଚତୁର୍ଥ ସ୍ଥାନକୁ ଖସି ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *