ଟେଷ୍ଟ କ୍ରିକେଟରେ ଏହି ବ୍ୟଟ୍ସମ୍ୟାନ ରଚିଲେ ଇତିହାସ,ନିଜ ଦେଶ ତରଫରୁ କଲେ ଏହି ମହାନ ରେକର୍ଡ। ଚାରିଆଡେ ପାଲଟିଛି ଚର୍ଚ୍ଚାର ବିଷୟ।

ଦୁନିଆସାରା କ୍ରିକେଟର ଗୁଞ୍ଜନ ଗୁରୁବାରକୁ ଏକ ବ୍ୟାଟ୍ସମ୍ୟାନର ବ୍ୟାଟିଙ୍ଗରେ ପ୍ରଶଂସାରେ ଭରିଗଲା।ଆଫଗାନିସ୍ଥାନ ଓ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଆଫଗାନିସ୍ଥାନର ଏକ ଖେଳାଳି ଇତିହାସ ସୃଷ୍ଟି କରିଛନ୍ତି। ଆଫଗାନିସ୍ଥାନର ବ୍ୟାଟ୍ସମ୍ୟାନ ହସମତୁଲ୍ଲାହ ସାହିଦି ନଟଆଟ ରହି ଦ୍ୱିତୀୟ ଶତକ ମାରିଛନ୍ତି।ଆଫଗାନିସ୍ଥାନର କ୍ରିକେଟ ଇତିହାସରରେ ଏହା ପ୍ରଥମ ଦ୍ୱିତୀୟ ଶତକ ଥିଲା। ହସମତୁଲ୍ଲାହ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନ ନିଜ ନାମରେ ଏହି ରେକର୍ଡ କରିଛନ୍ତି।

ସେ ୨୧ ଟି ଚୌକା ଓ ୧ ଟି ଛକା ମାରି ନିଜର ଦ୍ଵିତୀୟ ଶତକ ପୁରା କରିଛନ୍ତି। ହସମତୁଲ୍ଲାହ ଦ୍ୱିତୀୟ ଦିନ ୪୪୩ ବଲର ସାମ୍ନା କରି ୨୦୦ ରନ କରିଛନ୍ତି। ସେ ଏତେ ସୁନ୍ଦର ବ୍ୟାଟିଙ୍ଗ କଲେ କି ଦୁନିଆସାରା କ୍ରିକେଟ ପ୍ରେମୀ ଦେଖିକି ରହିଗଲେ। ଗୋଟେ ପରେ ଗୋଟେ ସୁନ୍ଦର ଶର୍ଟ ଖେଳି ସେ ନିଜ ପ୍ରତିଭା ସାବ୍ୟସ୍ତ କଲେ।

ସେହିପରି ଅଧିନାୟକ ଅସଗର ଅଫଗାନ ନଟ ଆଟ ରହି ୧୬୫ ରନ କରିଛନ୍ତି। ଏହା ସହ ଆଫଗାନିସ୍ଥାନର ବ୍ୟାଟ୍ସମ୍ୟାନ ନାସିର ଜମାଲ ୫୫ ରନ କରିଥିଲେ।ଆଫଗାନିସ୍ଥାନ ୫୪୫ ରନରେ ପାରି ଘୋଷଣା କରିଦେଲା।ଆଫଗାନିସ୍ଥାନର ଟେଷ୍ଟ ଇତିହାସରେ ଏହା କୌଣସି ପାରିରେ ସବୁଠୁ ଅଧିକ ରନ ଥିଲା।

ସେହିପରି ଜିମ୍ବାୱେ ୮.୨ ଓଭରରେ କୌଣସି ୱିକେଟ ନହରାଇ ୩୩ ରନ କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *