କୋହଲିଙ୍କ ଛଡା ଏହି ୩ ଖେଳାଳି ଟେଷ୍ଟରେ କ୍ୟାପଟେନ ବନିବା ପାଇଁ ଦାବିଦାର, ଦେଖନ୍ତୁ ଲିଷ୍ଟ

ବିଶ୍ୱ ଟେଷ୍ଟ ଚାମ୍ପିଅନଶୀପରେ ବହୁତ ଖରାପ ଭାବେ ହାରିବା ପରେ ଏବେ ବିରାଟ କୋହଲିଙ୍କର କ୍ୟାପଟେନସି ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ଏବେକାର ହାଲ ଦେଖି ଏହି ସମ୍ଭାବନା ଉପୁଜିବାରେ ଲାଗିଛି। ଆପଣଙ୍କୁ କହିରଖୁଛୁ କି ବିରାଟ କୋହଲି ଏଯାଏ ଦୁନିଆର କିଛି ସର୍ବଶ୍ରେଷ୍ଠ ଖେଳାଳି ମାନଙ୍କ ଭିତରୁ ଜଣେ ଅଟନ୍ତି ମାତ୍ର ଜଣେ ଅଧିନାୟକ ଭାବେ ସେ ବିଫଳ ରହିଛନ୍ତି। ସେ ଆଜି ଯାଏ ଭାରତକୁ ଗୋଟେ ବି ଆଇସିସି ଟ୍ରଫି ଜିତାଇ ପାରିନାହାନ୍ତି। ଏପରି ସମୟରେ ଯାହା ସମ୍ଭାବନା ଅଛି କି ତାଙ୍କ ବଦଳରେ ଆଉ କେହି ଅଧିନାୟକ ହେଇପାରେ। ତେବେ ଆଜି ଆମେ କଥା ହେବା ସେଭଳି ଖେଳାଳି ମାନଙ୍କ ବାବଦରେ ଯିଏ କି ତାଙ୍କ ବଦଳରେ କ୍ୟାପଟେନ ହେଇ ପାରନ୍ତି।

Google

ରୋହିତ ଶର୍ମା: ଏବେ ଭାରତୀୟ ଟିମର ଉପଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରେ ବି ଅଧିନାୟକ ପଦବୀ ସ୍ୱୀକାର କରିପାରନ୍ତି। ସର୍ବଦଆ ଦିନିକିଆ କ୍ରିକେଟରେ ରୋହିତ ବନାମ ବିରାଟ କୋହଲି ଧରା ଯାଇଥାଏ ମାତ୍ର ଏଥର ରୋହିତ ଶର୍ମାଙ୍କୁ ଟେଷ୍ଟରେ ସ୍ଥାନ ଦେଲେ ସେ ହିଟ ସାବ୍ୟସ୍ତ ହେଇପାରନ୍ତି।

ଆଜିଙ୍କ୍ୟ ରାହାଣେ: ରାହାଣେ ଭାରତ ପାଇଁ କୋହଲିଙ୍କ ଠାରୁ ମଧ୍ୟ ବଡ଼ ଅଧିନାୟକ ସାବ୍ୟସ୍ତ ହେଇପାରନ୍ତି। କାରଣ ପୂର୍ବ ବର୍ଷ ଅଷ୍ଟ୍ରେଲିଆ ଯାତ୍ରାରେ ଯେତେବେଳେ ଭାରତ ଆଦିଲେଡ଼ର ପ୍ରଥମ ଟେଷ୍ଟ ମ୍ୟାଚରେ ୩୬ ରନରେ ଅଲ ଆଉଟ ହେଇଯାଇଥିଲା ସେତେବେଳେ ଭାରତ ଆଉ ସେଠାରେ ଫେରିବା ଅସମ୍ଭବ ନଜର ଆସୁଥିଲା। ବିରାଟ କୋହଲି ପ୍ୟାଂଟରଣୀଟି ଲିଭ ନେଇ ଘରକୁ ଆସି ଯାଇଥିଲେ ଆଉ ତାହାପରେ ରାହାଣେ ଭାରତର ମୋର୍ଚା ସମ୍ଭାଳିଥିଲେ।

Google

ଏହାପରେ ସେ ଅଧିନାୟକ ଭାବେ ମେଲବର୍ଣ ମୈଦାନ ଉପରେ ଶତକ ମାରିଲେ ଆଉ ଭାରତ ଜିତିବା ପରେ ବହୁତ ଉତମ ଭାବେ ଫେରିଲା। ତାହାପରେ ତାଙ୍କରି ତତ୍ୱାବଧାନରେ ଭାରତ ସେଠାରେ ସିରିଜ ଜିତିଲା ଆଉ ଇତିହାସ ରଚିଲା। ତେବେ ବିରାଟ କୋହଲିଙ୍କ ପରେ ସେ ବହୁତ ଭଲ ଅପ୍ସନ ହେଇ ପାରନ୍ତି।

କୋହଲିଙ୍କର ଅଧିନାୟକତ୍ତ୍ୱରେ ଭାରତ ୬୧ଟି ଟେଷ୍ଟରୁ ୩୬ରେ ଜିତିବା ଆଉ ୧୫ଟି ହାରିଛି ଯେତେବେଳେ କି ରାହାଣେଙ୍କର ଟେଷ୍ଟରେ ଭାରତ ୫ଟି ଟେଷ୍ଟରୁ ୪ରେ ଜିତିଛି ଆଉ ଗୋଟେ ଡ୍ର କରିଛି। ଏଯାଏ ଭାରତ ଗୋଟେ ବି ଟେଷ୍ଟ ତାଙ୍କ ତତ୍ତ୍ୱାବଧାନରେ ହାରି ହିଁ ନାହିଁ।

Google

ରବି ଅଶ୍ୱିନ:- ରବି ଅଶ୍ୱିନଙ୍କ ପାଖରେ ବହୁତ ଅଧିକ ଅଭିଜ୍ଞତା ଅଛି ଆଉ ଏପରି ସମୟରେ ସେ ଭାରତର ଅଧିନାୟକ ହେଇପାରନ୍ତି। ସେ ଅନୀଲ କୁମ୍ବଲେ ଆଉ ହରଭଜନ ସିଂ ଙ୍କ ପରେ ଭାରତ ପାଇଁ ସର୍ବାଧିକ ୱିକେଟ ନେଇଥିବା ଅଫ ସ୍ପିନର ଅଟନ୍ତି ଆଉ ସେ ମୁଥିଆ ମୁରଲୀଧରନଙ୍କ ପରେ ସବୁଠୁ ଦ୍ରୁତ ୪୦୦ ୱିକେଟ ଅକ୍ତିଆର କରିଥିବା ବୋଲର ଅଟନ୍ତି। ଏହାକୁ ସେୟାର କରନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *