ଇଂଲଣ୍ଡର ବିରୁଦ୍ଧରେ ଟେଷ୍ଟ ସିରିଜ ପରେ ଇଣ୍ଡିଆ ଦଳକୁ ଦିନିକିଆ ଏବଂ ଟି୨୦ ଫର୍ମାଟରେ ବି ଅତିଥି ଦଳ ଠାରୁ ପ୍ରତିଶୋଧ ନେବାର ଅଛି। ଭାରତୀୟ ଚୟନକର୍ତ୍ତାମାନେ ଟି୨୦ ସିରିଜର ପାଇଁ ଇଣ୍ଡିଆ ଦଳର ଘୋଷଣା କରିଦେଇଛନ୍ତି କିନ୍ତୁ ଏହା ମଧ୍ୟରେ ବଡ଼ ଖବର ଅଛି କି ଭାରତର ୩ଟି ବଡ ଖେଳାଳୀ ଦିନିକିଆ ସିରିଜରେ ଖେଳିବେ ନାହିଁ। ମିଡ଼ିଆ ରିପୋର୍ଟ ଅନୁସାରେ ଉପଅଧିନାୟକ ରୋହିତ ଶର୍ମା,ୱିକେଟ କିପର ରିଷବ ପନ୍ତ ଏବଂ ଅଲରାଉଣ୍ଡର ୱାଶିଙ୍ଗଟନ ସୁନ୍ଦରଙ୍କୁ ଦିନିକିଆ ସିରିଜ ପାଇଁ ଆରାମ ପ୍ରଦାନ କରାଯିବ।

କହିଦେଉଛୁ ଭାରତ ଏବଂ ଇଂଲଣ୍ଡର ମଧ୍ୟରେ ୨୩ ମାର୍ଚ୍ଚରୁ ଦିନିକିଆ ସିରିଜର ଆରମ୍ଭ ହେବ। ଏହି ସବୁ ମୁକାବିଲା ପୁନେରେ ଖେଳାଯିବ। ପୁନେରେ କୋରନା ଭାଇରସର ବଢୁଥିବା ମାମଲାକୁ ଦେଖି ଦିନିକିଆ ସିରିଜ ଖାଲି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏବେ ନ୍ୟୁଜ ମୁତାବିକ ରୋହିତ ଶର୍ମା,ରିଷବ ପନ୍ତଙ୍କ ପରି ବିସ୍ପୋଟକ ଖେଳାଳୀଙ୍କୁ ଫ୍ୟାନମନେ ଟିଭିରେ ମଧ୍ୟ ଦେଖିପାରିବେ ନାହିଁ।

ରୋହିତ-ପନ୍ତ ଏବଂ ସୁନ୍ଦରଙ୍କୁ ଆରାମ କଣ ପାଇଁ ଦିଆଯାଉଛି?: ରିପୋର୍ଟ ମୁତାବିକ ରୋହିତ ଶର୍ମା,ରିଷବ ପନ୍ତ ଏବଂ ୱାଶିଙ୍ଗଟନ ସୁନ୍ଦରଙ୍କୁ ଆରାମ ଦିଆଯାଉଅଛି।ଏହି ଖେଳାଳୀ ଗତ ଆଇପିଏଲରେ ଲଗାତାର କ୍ରିକେଟ ଖେଳୁଛନ୍ତି ।ଏହି ଖେଳାଳୀ ଅଷ୍ଟ୍ରେଲିଆ ଗ୍ରସ୍ତ ପରେ ଇଂଲଣ୍ଡ ବିରୁଦ୍ଧରେ ୪ଟେଷ୍ଟ ମ୍ୟାଚର ସିରିଜ ବି ଖେଳୁଛନ୍ତି ଏବଂ ପୁଣି ଆଗକୁ ପାଞ୍ଚଟି ମ୍ୟାଚର ଟି୨୦ ସିରିଜ ବି ଖେଳିବାର ନଜର ଆସିବେ। ଏତେ ସମୟ ପର୍ଯ୍ୟନ୍ତ ବାୟୋ ବବଲରେ ରହିବା ମାନସିକ ସ୍ତରରେ ବହୁତ ଥକ୍କଇ ଦେବା ଭଳି ହୋଇଥାଏ। ପୁଣି ଏପ୍ରିଲରେ ଆଇପିଏଲ ୨୦୨୧ ବି ଆରମ୍ଭ ହେବ। ଯାହା ପୂର୍ବରୁ ଏହି ଖେଳାଳୀମାନଙ୍କୁ ଆରାମ ଦିଆଯାଉଅଛି। ଏହି ତିନି ଜଣ ଖେଳାଳୀ ଯଦି ଖେଳିବେ ନାହିଁ ତେବେ ଆଶା ଅଛି କି ଟି୨୦ ସିରିଜରେ ଭଲ ପ୍ରଦର୍ଶନ କରୁଥିବା କୌଣସି ଖେଳାଳୀଙ୍କୁ ହିଁ ଦିନିକିଆ ସିରିଜରେ ମୌକା ମିଳିବ।
ଇଂଲଣ୍ଡ ଟି୨୦ ସିରିଜ ପାଇଁ ଭାରତୀୟ ଦଳ: ବିରାଟ କୋହଲି(ଅଧିନାୟକ),ରୋହିତ ଶର୍ମା,କେଏଲ ରାହୁଲ,ଶିଖର ଧାୱନ,ଶ୍ରେୟସ ଅୟର,ସୂର୍ଯ୍ୟକୁମାର ଯାଦବ,ହାର୍ଦିକ ପାଣ୍ଡ୍ୟା,ରିଷବ ପନ୍ତ,ଇଶାନ କିଶନ,ୟୁଜବେନ୍ଦ୍ର ଚହଲ,ବରୁଣ ଚକ୍ରବର୍ତ୍ତୀ,ଅକ୍ଷର ପଟେଲ,ୱାଶିଙ୍ଗଟନ ସୁନ୍ଦର,ରାହୁଲ ତେବାଟିଆ,ଟି ନଟରାଜନ,ଦୀପକ ଚାହର,ନବଦୀପ ସାଇନି ଶାରଦୁର୍ଲ ଠାକୁର ଓ ଭୁବନେଶ୍ୱର କୁମାର।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।