ବିଜୟ ହଜାରେ ଟ୍ରଫିର ପ୍ରଥମ ଦିନରେ ଇଶାନ କିଶନଙ୍କ ବ୍ୟତୀତ ଆହୁରି ୯ଜଣ ଶତକୀୟ ପାରି ଖେଳିଥିଲେ।ଏଥିରେ ରବିନ ଉଥପା,ଏନ ଜଗଦୀଶନ ତଥା ଗୁରକୀରତ ସିଂହଙ୍କର ନାମ ରହିଛି। ଏହି ବର୍ଷ ଆଇପିଏଲରେ ଚେନ୍ନାଇ ପକ୍ଷରୁ ଖେଳିବାକୁ ଯାଉଥିବା ରବିନ କେରଳ ପକ୍ଷରୁ ଖେଳି ଓଡିଶା ବିପକ୍ଷରେ ୧୦୭ ରନ କରିଥିଲେ। ଏହା ସହ ତାମିଲନାଡୁର ଜଗଦିଶନ୍ ୧୦୧ ରନ କରିବା ସହ ସାହରୁଖ ଖାନ ୫୭ ରନ ବନେଇଥିଲେ।

ତାମିଲନାଡୁ ବିପକ୍ଷରେ ପଞ୍ଜାବ ୫୦ ଓଭରରେ ୪ ୱିକେଟ ହରାଇ ୨୮୮ ରନ କରିଥିଲା। ଆଇପିଏଲରେ ବିକ୍ରି ହେଇ ନ ଥିବା ଗୁରକୀରତ୍ ୧୨୧ ବଲରେ ୧୩୯ ରନ ବନେଇଥିଲେ। ସେ ୧୪ ଟି ଚଉକା ସହ ୭ ଟି ଛକା ମାରିଥିଲେ ।ଏହା ସହ ସିମରନ ସିଂହ ୭୧ ତଥା ସନବୀର୍ ସିଂହ ୫୮ ରନ୍ କରିଥିଲେ ମାତ୍ର ତାମିଲନାଡୁ ୨୮୯ ରନ କରି ମ୍ୟାଚ ଜିତିଯାଇଥିଲା। ଜଗଦୀଶନ ୧୦୧ ବଲ ରେ ୧୦୩ ରନ କରିବା ସହ ବାବା ୮୮ ରନ ବନେଇଥିଲେ।
ସାହରୁଖ ଖାନଙ୍କୁ ପଞ୍ଜାବ କିଙ୍ଗସ ଆଇପିଏଲରେ କିଣିଛି।ସେ ୩୬ ବଲରେ ୭ଟି ଚଉକା ତଥା ୧ଟି ଛକା ସାହାଯ୍ୟରେ ଅପରାଜିତ ୫୫ରନ କରିଥିଲେ। ଅନ୍ୟ ଏକ ମ୍ୟାଚରେ ଓଡିଶା ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୨୫୮ ରନ ବନେଇଥିଲା। କେରଳ ୩୮.୪ ଓଭର ରେ ୪ ୱିକେଟ ହରାଇ ୨୩୩ ରନ କରିଥିଲା। ବର୍ଷା ହେବା କାରଣରୁ ମ୍ୟାଚକୁ ସ୍ଥଗିତ କରାଗଲା। କେରଳକୁ ୱିଜେଡ଼ି ନିୟମରେ ଜିତାଇ ଦିଆଗଲା। ଏହି ମ୍ୟାଚରେ ରବିନ ୮୫ ବଲରେ ୧୦୭ ରନ କରିଥିଲେ।

ବଦୋଡା ବିଷ୍ଣୁ ସୋଲାଙ୍କିଙ୍କର ୧୦୮ ରନ ଏବଂ କ୍ରୁନାଲ ପାଣ୍ଡ୍ୟାଙ୍କର ୫୮ରନ ଦ୍ୱାରା ଗୋଆକୁ ୫ ୱିକେଟରେ ହରାଇଦେଲା। ଗୋଆ ୪୯.୩ ଓଭରରେ ୨୬୩ କରିଥିଲା।ବଦୋଡ଼ା ୪୮.୫ ଓଭରରେ ୨୬୪ କରିଦେଲା। ଅନ୍ୟ ଏକ ମ୍ୟାଚରେ ଆନ୍ଧ୍ର ବିଦର୍ଭ କୁ ୩ ୱିକେଟରେ ହରାଇଦେଲା।ବିଦର୍ଭର ଯଶ ରାଠୋର ଙ୍କର ୧୧୭ ଏବଂ ଫେଜ ଫୈଜଲ୍ ଙ୍କର ୧୦୭ ରନ ସାହାଯ୍ୟରେ ୩୩୧ ରନ କରିଥିଲା ଟିମ।ମାତ୍ର ଆନ୍ଧ୍ର ରିକି ଭୁଇଙ୍କର ୧୦୧ ମାଧ୍ୟମରେ ୩୩୨ ରନ କରି ମ୍ୟାଚ ଜିତିଯାଇଥିଲା।
ବାଙ୍ଗାଲୋରରେ ଉତ୍ତରପ୍ରଦେଶ କର୍ଣ୍ଣାଟକକୁ ୱିଜେଡି ନିୟମ ମାଧ୍ୟମରେ ୯ ରନରେ ହରେଇଦେଲା। କର୍ଣ୍ଣାଟକ ୫୦ ଓଭରରେ ୮ୱିକେଟ ହରାଇ ୨୪୬ କରିଥିଲା। ଯୋଶୀ ୬୮ ଏବଂ ଦେବ ପାଡି଼କଲ୍ ୪୨ ରନ ବନେଇଥିଲେ।ଏହାର ଜବାବରେ ଉତ୍ତରପ୍ରଦେଶ ୪୫.୪ ଓଭରରେ ୨୧୫ ରନ କରିଥିଲା। ମାତ୍ର ବର୍ଷା ହେବା କାରଣରୁ ଖେଳ ସ୍ଥଗିତ ରଖାଗଲା। ୱିଜେଡି ମାଧ୍ୟମରେ ଉତ୍ତରପ୍ରଦେଶ ଜିତିଗଲା।ଏହିପରି ଅନ୍ୟଏକ ମ୍ୟାଚରେ ଅନ୍ୟ ଏକ ମ୍ୟାଚରେ ରେଲୱେ ବିହାରକୁ ୧୦ ୱିକେଟରେ ହରେଇଦେଲା। ବିହାର ୧୮୯ ରନ କରିପାରିଥିଲା।

ସୁରଟରେ ଗୁଜୁରାଟ ଛତିଶଗଡ଼କୁ ୩ ୱିକେଟ ହରେଇଦେଲା। ଛତିଶଗଡ଼ ଚନ୍ଦ୍ରକରଙ୍କ ୯୨ ରନ କାରଣରୁ ୨୩୧ ରନ କରିଥିଲା।ମାତ୍ର ଗୁଜୁରାଟ ୨୩୨ ରନ କରିଥିଲା।ଅନ୍ୟ ଏକ ମ୍ୟାଚର୍ଏ ହାଇଦ୍ରାବାଦ ତ୍ରିପୁରାକୁ ୧୧୩ ରନରେ ହରେଇଦେଲା। ହାଇଦ୍ରାବାଦର ତିଳକ ବର୍ମାଙ୍କର ୧୫୬ ନଟ ଆଉଟ ରନ ତଥା ତନ୍ମୟ ଅଗ୍ରୱାଲଙ୍କର ୮୬ରନ କାରଣରୁ ୫୦ ଓଭରରେ ୩୪୯ ରନ ବନେଇଥିଲା। ମାତ୍ର ତ୍ରିପୁରା ୪୨ ରେ ୧୦ୱିକେଟ ହରାଇ ମାତ୍ର ୨୩୬ ରନହିଁ କରିପାରିଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।