ଏହି ପୂର୍ବ ଭାରତୀୟ ଖେଳାଳିଙ୍କ ବଡ଼ ବୟାନ। କହିଲେ ଏହି ଦୁଇଟି ଖେଳାଳି ଆଇପିଏଲ ନିଲାମରେ ହୋଇପାରନ୍ତି କୋଟିପତି, ଜାଣନ୍ତୁ ନାମ।

ଆଇପିଏଲର ୧୪ ତମ ସଂସ୍କରଣ ପାଇଁ ଅକ୍ସନ ୧୮ ଫେବୃଆରୀରେ ହେବ। ୮ ଟିମ ନିଜର ବାକି ଖେଳାଳିଙ୍କ ପାଇଁ ବୋଲି ଲଗେଇବେ । ନିଲାମୀରେ ଏଥର ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ,ଗ୍ଲେନ ମ୍ୟାକ୍ସୱେଲ,ମିଚେଲ ଷ୍ଟାର୍କ ଓ ରିଚାର୍ଡସନଙ୍କ ଉପରେ ନଜର ରହିବ। ସେହିପରି ନଂ୧ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ମଲାନଙ୍କୁ ଫ୍ରେଞ୍ଚାଇଜି ନିଜ ଦଳରେ ରଖିବାକୁ ଚାହିଁବେ। ଭାରତର ପୂର୍ବ ଖେଳାଳି ତଥା କମେଣ୍ଟଟେଟର ଆକାଶ ଚୋପ୍ରା ଏହା କହିଛନ୍ତି।

Google

ଆକାଶ ଚୋପ୍ରା ନିଜର ୟୁଟୁବ ଚ୍ୟାନେଲରେ କହିଛନ୍ତି,”ମିଚେଲ ଷ୍ଟାର୍କ ଯଦି ନିଜକୁ ଉପଲବ୍ଧ କରନ୍ତି ତେବେ ସେ ଏ ବର୍ଷ ସବୁଠାରୁ ଦାମୀ ଖେଳାଳି ହୋଇପାରନ୍ତି। କୌଣସି ଖେଳାଳିଙ୍କୁ ଅଧିକ ଟଙ୍କାରେ କିଣାଯିବ ଯେବେ ଦୁଇ ବା ଅଧିକ ଟିମ ତାଙ୍କୁ କିଣିବାକୁ ଚାହୁଁଥିବେ। ଷ୍ଟାର୍କଙ୍କ ସହ ଏମିତି ହୋଇପାରେ। ପଞ୍ଜାବ,ଆରସିବି,ରାଜସ୍ଥାନ ରାୟଲସ,ଓ ମୁମ୍ବାଇ ଇଣ୍ଡିଆନ୍ସକୁ ଏକ ଭଲ ବୋଲରର ଦରକାର। ଯଦି କାହାକୁ ଦରକାର ନାହିଁ ତ ସିଏସକେ,ଏସଆରଏଚ ଓ ଡିସି ଅଛନ୍ତି। ଷ୍ଟାର୍କ ପାଇଁ ଦୁଇ ତିନି ଟିମ ପଇସା ଲଗେଇବେ ଏଥିପାଇଁ ତାଙ୍କର ନିଲାମ ଅଧିକ ଟଙ୍କାରେ ହେବ।

ଆକାଶ ଚୋପ୍ରା କହିଲେ,”ଷ୍ଟାର୍କଙ୍କ ପରେ ଡେଭିଡ ମଳାନ ମଧ୍ୟ ଅଧିକ ଟଙ୍କାରେ କିଣା ହୋଇପାରନ୍ତି। ସବୁ ଟିମକୁ ଟପ ଅର୍ଡର ବ୍ୟାଟ୍ସମ୍ୟାନ ଦରକାର। ଏଥିପାଇଁ ଆରସିବି ଓ କେକେଆର ପଇସା ଲଗେଇବେ। କେକେଆର ପାଇଁ ସେ ଗିଲଙ୍କ ସହ ଓପନିଂ କରିପାରନ୍ତି। ରାଜସ୍ଥାନ ମଧ୍ୟ ତାଙ୍କୁ କିଣିପାରେ। ମଲାନ ଏପରି ଏକ ବ୍ୟାଟ୍ସମ୍ୟାନ ଯାହାଙ୍କୁ କିଣିବାପାଇଁ ୨-୩ ଟିମ ଲାଗିଛନ୍ତି। ମତେ ଲାଗୁଛି କି ମ୍ୟାକ୍ସୱେଲଙ୍କ ପାଇଁ ଆରସିବି ଓ ସିଏସକେ ମଧ୍ୟରେ କଡା ଟକର ହେବ। ପଂଜାଵ ତାଙ୍କୁ କମ ଟଙ୍କାରେ ରଖିବାକୁ ଇଛା ପ୍ରକାଶ କରିବ। ଦିଲ୍ଲୀ କ୍ୟାପିଟାଲସ ମଧ୍ୟ ରେସରେ ଅଛି। ରିକି ପିଣ୍ଟିଂଙ୍କୁ ମ୍ୟାକ୍ସୱେଲ ବହୁତ ପସନ୍ଦ ଅଟନ୍ତି।”

Google

ଆକାଶ ଆଗକୁ କହିଲେ,”ମୁଜୀବ ଉର ରେହେମାନଙ୍କୁ ନେଇ ବହୁତ ଟିମ ଆଗ୍ରହ ପ୍ରକାଶ କରିପାରନ୍ତି। ପଂଜାଵ ତାକୁ ୪ କୋଟିରେ କିଣିଥିଲା। ଆରସିବି ୟାକୁ ନ କିଣିପାରେ। ମୁମ୍ବାଇ ଟିମ ଟିକେ ଆଶାୟୀ ହୋଇପାରେ।କୋଲକତା,ଦିଲ୍ଲୀ,ରାଜସ୍ଥାନ ଟିମ ମଧ୍ୟ ତାଙ୍କ ଉପରେ ଟଙ୍କା ଲଗେଇପାରେ। ମୁଯିବଙ୍କ ଛଡା,ନାଥାନ କୁଳଟରନାଇନ,କାଏଲ ଯେମସନ,ରିଚାର୍ଡସନ ମଧ୍ୟ ଅଧିକ ଟଙ୍କାରେ କିଣା ହୋଇପାରିବେ। ଆରସିବି କ୍ୟାମେରନ ଗ୍ରୀନଙ୍କୁ କିଣିପାରେ। ଭାରତୀୟଙ୍କ ମଧ୍ୟରେ ସିଭମ ଦୁବେ,କରୁଣ ନାୟାର,କୃଷ୍ଣପା ଗୋୖତମ,ହନୁମା ବିହାରୀଙ୍କୁ ଭଲ କଣ୍ଟ୍ରାକ୍ଟ ମିଳିପାରେ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *