ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମୀ ଓ ନବଦୀପ ସୈନି ଏବେ ପୁରା ଫିଟ ହୋଇଯାଇଛନ୍ତି। ଏହି ଦୁଇଟି ବୋଲରଙ୍କୁ ତୃତୀୟ ଟେଷ୍ଟ ପାଇଁ ଟିମରେ ସାମିଲ କରାଯାଇପାରେ। ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଅହମଦାବାଦର ମୋଟେରା ଷ୍ଟାଡିୟମରେ ୨୪ ଫେବୁଆରୀରୁ ଷ୍ଟାର୍ଟ ହେବ। ଭାରତୀୟ ଟିମ ପ୍ରବନ୍ଧନ ସୈନି ଓ ସାମିଙ୍କୁ ବିଜୟ ହଜାରେ ଟ୍ରଫିରେ ଭାଗ ନେବାକୁ ମନା କରିଦେଇଛନ୍ତି । ଶେଷ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଟିମ ଜଲ୍ଦି ପ୍ରସ୍ତୁତ ହୋଇପାରନ୍ତି।

ସାମୀଙ୍କୁ ୧୯ ଡିସେମ୍ବରକୁ ଏଡ଼ିଲେଡ଼ରେ ଭାରତର ଦ୍ୱିତୀୟ ପାରି ସମୟରେ କମିନ୍ସଙ୍କର ଶର୍ଟ ବଲରେ ଆଘାତ ଲାଗିଥିଲା। ତାଙ୍କ ହାତରେ ଫ୍ୟାକ୍ଚର ହୋଇଯାଇଥିଲା।ଯାହା ପାଇଁ ସେ ଆଉ ମ୍ୟାଚ ଖେଳିପାରିନଥିଲେ। ଏହା ପରେ ସେ ଅଷ୍ଟ୍ରେଲିଆ ବିରୁଦ୍ଧ ଟେଷ୍ଟ ସିରିଜରୁ ମଧ୍ୟ ବାହାରିଯାଇଥିଲେ।ଅନ୍ୟ ପରେ ନବଦୀପ ସୈନିଙ୍କୁ ଅଷ୍ଟ୍ରେଲିଆ ବିରୁଦ୍ଧରେ ବ୍ରିସବେନରେ ଖେଳାଯାଇଥିବା ଶେଷ ଟେଷ୍ଟରେ ଗ୍ରାଇନ ଆଘାତ ଲାଗିଥିଲା। ଏହି ଦୁଇ ବୋଲରଙ୍କୁ ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଦୁଇଟି ଟେଷ୍ଟରେ ଜାଗା ମିଳିନାହିଁ। ଦୁଇ ବୋଲର ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ କରିବାର ନଜର ଆସୁଛନ୍ତି।
ଟାଇମ୍ସ ଅଫ ଇଣ୍ଡିଆକୁ ବିସିସିଆଇର ଏକ ସୂତ୍ରରୁ ଜଣା ଯାଇଛି ଯେ ,”ସୈନି ବର୍ତ୍ତମାନ ବାଙ୍ଗାଲୋରରେ ରାଷ୍ଟ୍ରୀୟ କ୍ରିକେଟ ଏକାଡେମିରେ ରହିଛନ୍ତି। ସେ ବୋଲିଙ୍ଗ କରିବା ଆରମ୍ଭ କରିଦେଇଛନ୍ତି। ଦିଲ୍ଲୀର ଚୟନ କର୍ତା ବିଜୟ ହଜାରେ ଟ୍ରଫି ପାଇଁ ସୈନିଙ୍କୁ ଚୟନ କରିବାକୁ ଚାହୁଁଥିଲେ। ତାଙ୍କୁ ବର୍ତ୍ତମାନ ଏନସିଏରେ ହିଁ ରହିବା ପାଇଁ କୁହାଯାଇଛି। କାରଣ ସେ ଭାରତୀୟ ଦଳରେ ସାମିଲ ହୋଇପାରନ୍ତି”।

ଭାରତ ଓ ଇଂଲଣ୍ଡ ମଝିରେ ସିରିଜର ତୃତୀୟ ମ୍ୟାଚ ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ ହେବ ଯାହାକି ଅହମଦାବାଦରେ ଅଛି। ଏହି ମ୍ୟାଚ ୨୪ ଫେବୁଆରୀରେ ଖେଳାଯିବ ହେବ। ଚତ୍ରୁର୍ଥ ମ୍ୟାଚ ମଧ୍ୟ ଏହି ଷ୍ଟାଡିୟମରେ ୪ ମାର୍ଚ୍ଚରୁ ଖେଳାଯିବ। ତୃତୀୟ ଟେଷ୍ଟ ଡେ ନାଇଟ ଟେଷ୍ଟ ହେବ। ଭାରତୀୟ ଟିମ ତିନୋଟି ଦ୍ରୁତ ବୋଲରଙ୍କୁ ନେଇ ଓହ୍ଲାଇ ପାରେ। ଇସାନ୍ତ ଶର୍ମା ଓ ଯଶପ୍ରୀତ ବୁମରା ଖେଳିବା ପକା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।