ଆଇପିଏଲ ୨୦୨୧ ଏହି ବର୍ଷ ୯ ଅପ୍ରେଲ ଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ହି କ୍ରିକେଟ ଦକ୍ଷିଣ ଆଫ୍ରିକା ପାକିସ୍ତାନ ବିପକ୍ଷରେ ନିଜର ଦିନିକିଆ ତଥା ଟି-୨୦ ଟିମ ଗଠିତ କରି ଦେଇଛି। ଏହି ଭିତରେ କେତେ କେତେ ଖେଳାଳି ଆରମ୍ଭର କିଛି ମ୍ୟାଚ ଖେଳି ପାରିବେ ନାହିଁ। କମ ସେ କମ ଏକ ସପ୍ତାହ ପାଇଁ ସେମାନେ ଆଇପିଏଲ ଖେଳି ପାରିବେ ନାହିଁ। ସବୁଠୁ ଅଧକ କ୍ଷତି ହେବ ଦିଲ୍ଲୀ କ୍ୟାପିଟାଲସ ଟିମକୁ। ଏହାର ଦୁଇ ଜଣ ପ୍ରମୁଖ ଫାଷ୍ଟ ବୋଲର ଆଁରିଚ ନାର୍ଖିଆ ଆଉ ରବାଡ଼ା ଏଥର ପ୍ରଥମ ଦୁଇଟି ମ୍ୟାଚରେ ଅନୁପସ୍ଥିତ ରହିପାରନ୍ତି।

ପାକିସ୍ତାନକୁ ଆର ସପ୍ତାହ ଠାରୁ ଦକ୍ଷିଣ ଆଫ୍ରିକାକୁ ୪ଟି ଦିନିକିଆ ତଥା ୩ଟି ଟି ଟ୍ୱେଣ୍ଟି ମ୍ୟାଚ ଖେଳିବା ପାଇଁ ଯିବାର ଅଛି। ଟି ଟ୍ୱେଣ୍ଟି ଟିମ ମାନଙ୍କ ଭିତରେ ଦକ୍ଷିଣ ଆଫ୍ରିକାର କିଛି ବି ବଡ଼ ଖେଳାଳି ମାନଙ୍କୁ ମୌକା ଦିଆ ଯାଇନାହିଁ ମାତ୍ର ଓଡ଼ିଆଇ ଟିମ ଭିତରେ ମୁମ୍ବାଇର ଡିକକ, ଚେନାଇର ଲୁଙ୍ଗି ଏନଗିଦି , ରାଜସ୍ତାନର ଡେଭିଡ ମିଲର, ଆଉ ଦିଲ୍ଲୀ କ୍ୟାପିଟାଲସର କ୍ୟାଙ୍ଗିସ ରବାଡ଼ା ଆଉ ଏନରିଛ ନର୍ଖିଆଙ୍କୁ ସ୍ଥାନ ଦିଆ ଯାଇଛି। ଦିନିକିଆ ସିରିଜ ୨ରୁ ୭ ଏପ୍ରିଲ ଯାଏ ହେବାର ଅଛି ଆଉ ଏମିତି ସମୟରେ ଯଦି ଖେଳାଳି ମାନେ ଭାରତ ଆସିବେ ତାହେଲେ ତାଙ୍କୁ କୋରନା କାରଣରୁ କମ ସେ କମ ଏକ ସପ୍ତାହ କ୍ବାରେଣ୍ଟଇନରେ ସମୟ ବିତାଇବାକୁ ହେବ। ଦିଲ୍ଲୀର ପ୍ରଥମ ଦୁଇଟି ମୁକାବିଲା ୧୦ରେ ଆଉ ଗୋଟେ ୧୫ରେ ହେବାର ଅଛି। ପ୍ରଥମ ୧୦ରେ ଚେନ୍ନାଇ ସହ ଆଉ ୧୫ରେ ରାଜସ୍ଥାନ ସହ ମୁକାବିଲା ହେବାର ଅଛି।

କ୍ରୀସ ମୋରିସ ସହ ଅନ୍ୟ ୩ଟି ଖେଳାଳି ପୁରା ସଂସ୍କରଣ ଖେଳିବେ:
ଦକ୍ଷିଣ ଆଫ୍ରିକୀୟ ଅଲ ରାଉଣ୍ଡର କ୍ରୀସ ମୋରିସ, ଫ୍ୟାଫ ଡୁ ପ୍ଲେସିସ ତଥା ଇମ୍ରାନ ତାହୀର ପୁରା ସଂସ୍କରଣ ଖେଳିବେ କାରଣ ତାଙ୍କୁ କେଉଁ ବି ଟିମରେ ସାମିଲ କରା ଯାଇନାହିଁ। କ୍ରୀସ ମୋରିସଙ୍କୁ ଏହିଥର ଆଇପିଏଲ ଅକ୍ସନରେ ୧୬.୬୫ କୋଟି ଟଙ୍କାରେ କ୍ରୟ କରାଯାଇଛି। ସେହି ସମୟରେ ତାହୀର ଆଉ ଡୁ ପ୍ଲେସିସ ଚେନ୍ନାଇ ପାଇଁ ଖେଳନ୍ତି। ଆଇପିଏଲ ୨୦୨୧ର ଆରମ୍ଭ ୯ ଏପ୍ରିଲ ଠାରୁ ଆରମ୍ଭ ହେବାକୁ ଯାଉଛି ଆଉ ଏହାର ଶେଷ ମ୍ୟାଚ ୩୦ ମଇକୁ ଖେଳାଯିବାକୁ ଯାଉଛି। ୱାର୍ଲଡ଼ ଟେଷ୍ଟ ଚାମ୍ପିୟାନଶିପକୁ ନଜରରେ ରଖି ଏଥର ସମସ୍ତ ଟି ଟ୍ୱେଣ୍ଟି ଲିଗ ମେ ମାସରେ ସମାପ୍ତ କରାଯାଉଛି କାରଣ ଏହାର ଫାଇନାଲ ୧୮-୨୨ ଜୁନରେ ଖେଳାଯିବାର ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।