ଭାରତୀୟ ଟିମ ପ୍ରଥମ ଏକଦିବସିୟରେ ଇଂଲଣ୍ଡକୁ ୬୬ ରନରେ ହରାଇଛି। ପ୍ରଥମ ମ୍ୟାଚରେ ରୋହିତ ଶର୍ମା ଓ ଶ୍ରେୟସ ଅୟର ଆଘାତ ହୋଇ ବାହାର ହୋଇଯାଇଥିଲେ।ରୋହିତ ଏବେ ଦ୍ୱିତୀୟ ମ୍ୟାଚରେ ବାହାର ହୋଇଯାଇଥିବା ସହିତ ଅୟର ଏବେ ପୁରା ସିରିଜରୁ ବାହାର ହୋଇଯାଇଛନ୍ତି।

ବ୍ୟାଟିଙ୍ଗ ସମୟରେ ଆଘାତ ହୋଇଥିଲେ ରୋହିତ:
ଇଂଲଣ୍ଡ ସହ ପ୍ରଥମ ଏକଦିବସିୟରେ ରୋହିତ ଆଘାତ ପ୍ରାପ୍ତ ହୋଇଯାଇଥିଲେ। ମାର୍କ ଉଡ଼ଙ୍କ ଏକ ବଲ ରୋହିତଙ୍କ କହଣୀରେ ଲାଗିଥିଲା ଯାହା ପରେ ତାଙ୍କୁ କଷ୍ଟ ଅନୁଭବ ହୋଇଥିଲା ଓ ମେଡିକାଲ ଟିମକୁ ଆସିବାକୁ ପଡିଥିଲା।ରୋହିତ ଏହା ପରେ ଫିଲ୍ଡଙ୍ଗି କରିବାକୁ ମଧ୍ୟ ଆସିନଥିଲେ ଓ ତାଙ୍କ ଜାଗାରେ ସୂର୍ଯ୍ୟକୁମାର ଯାଦବ ଆସିଥିଲେ। ଦ୍ୱିତୀୟ ମ୍ୟାଚରେ ଏବେ ରୋହିତ ଖେଳିପାରିବେ ନାହିଁ।ବିସିସିଆଇର ଏକ ସୂତ୍ର ଏହି କଥା ପିଟିଆଇକୁ ଜଣାଇଛି,”ଅନୁଭବୀ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ମଧ୍ୟ ଆଗାମୀ ମ୍ୟାଚ ଖେଳିପାରିବେ ନାହିଁ”।
ଶ୍ରେୟସଙ୍କୁ ଫିଲଡିଙ୍ଗ ସମୟରେ ଲାଗିଥିଲା ଆଘାତ:
ଅନ୍ୟ ପଟେ ଶ୍ରେୟସ ଅୟର କାନ୍ଧ ହାଡ଼ ଖସିଥିବା କାରଣରୁ ଏହି ସିରିଜରେ ଆଉ ଖେଳିପାରିବେ ନାହଁ। କେବଳ ଏତିକି ନୁହେଁ ଇଣ୍ଡିଆନ ପ୍ରିମୀୟରର ପ୍ରଥମ ଅଧେ ମ୍ୟାଚରେ ମଧ୍ୟ ତାଙ୍କ ଖେଳିବା ନେଇ ସନ୍ଦେହ ଘେରରେ। ଏହି ଘଟଣା ଇଂଲଣ୍ଡର ପାରିର ୮ ମ ଓଭରରେ ହେଲେ ଯେବେ ସାରଦୁଲ ଠାକୁରଙ୍କ ବଲରେ ଜନି ବେୟରଷ୍ଟୋ ଏକ ଶର୍ଟ ଖେଳିଥିଲେ ଏହାକୁ ଅଟକାଇବା ପାଇଁ ଶ୍ରେୟସ ଡ୍ରାଇଭ ମାରିଥିଲେ। ବିସିସିଆଇ କହିଛି,”ଶ୍ରେୟସ ଅୟରଙ୍କ କାନ୍ଧ ଫିଲଡିଙ୍ଗ ସମୟରେ ଆଘାତ ଲାଗିଛି ତାଙ୍କୁ ସ୍କାନିଙ୍ଗ ପାଇଁ ପଠାଯାଇଛି”।

କହିରଖିବୁକି ୯ ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ଆଇପିଏଲରେ ଶ୍ରେୟସ ଅୟରଙ୍କୁ ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକତ୍ୱ ସମ୍ଭାଳିବାର ଥିଲା। ଆଗାମୀ ବର୍ଷ ଶ୍ରେୟସଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ପ୍ରଥମ ଥର ଫାଇନାଲରେ ପହଁଚିଥିଲା। ଏବେ ଆଘାତ କାରଣରୁ ଠିକ ହେବାକୁ ଶ୍ରେୟସଙ୍କୁ କମସେ କମ ୬ ସପ୍ତାହର ସମୟ ଲାଗିପାରେ।ଓ ଯଦି ସର୍ଜରି କରିବାକୁ ପଡିବ ତେବେ ଆହୁରି ଅଧିକ ସମୟ ଯାଇପାରେ।
କିଏ ସମ୍ଭାଳିବ ଦିଲ୍ଲୀର ଅଧିନାୟକତ୍ୱ:
ଅୟରଙ୍କ ଅନୁପସ୍ଥିତରେ ଦିଲ୍ଲୀର ଅଧିନାୟକ ଋଷଭ ପନ୍ତ, ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ବା ସିନିୟର ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ କରିପାରନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।